କ୍ରୀଡ଼ା ଇତିହାସରେ ଯୋଡିହେଲା ବଲାଙ୍ଗୀରର ନବନିର୍ମିତ ଲନ୍‌ବଲ୍‌ କୋର୍ଟ: ହୋଇପାରିବ ଜାତୀୟ, ଅନ୍ତର୍ଜାତୀୟସ୍ତରର ମ୍ୟାଚ୍‌

ବଲାଙ୍ଗୀର, ୧୩ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର କ୍ରୀଡା ଇତିହାସରେ ଗୁରୁବାର ଏକ ଗୌରବମୟ ଫର୍ଦ୍ଦ ଯୋଡି ହୋଇଛି। ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋଟର୍‌ସ୍‌ କମ୍ପ୍ଲେକ୍ସ ଭିତରେ ନବନିର୍ମିତ ଲନ୍‌ବଲ୍‌ କୋର୍ଟକୁ ବିଶେଷଜ୍ଞ ଟିମ୍‌ ସ୍ବୀକୃତି ପ୍ରଦାନ କରିଛି। ଆଗାମୀ ଦିନରେ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ ଆୟୋଜନ ହୋଇପାରିବ ବୋଲି ଜାତୀୟ ଲନ୍‌ବଲ ସଂଘ ଗ୍ରୀନ୍‌ କମିଟି ଅଧ୍ୟକ୍ଷ ବିଶ୍ୱନାଥ ପାଇ କହିଛନ୍ତି।

ଗୁରୁବାର ଏହି ଲନ୍‌ବଲ କୋର୍ଟ ପରିଦର୍ଶନରେ ଆସି ଗ୍ରୀନ କମିଟି ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶାର ଜିଲାସ୍ତରରେ ଅନ୍ତର୍ଜାତୀୟମାନର ଏକ ଲନ୍‌ବଲ କୋର୍ଟ ପ୍ରସ୍ତୁତ କରିଥିବାରୁ ଏଠାରୁ ଆଗାମୀ ଦିନରେ ବହୁ ପ୍ରତିଭାବାନ୍‌ ଲନ୍‌ବଲ ଖେଳାଳି ବାହାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି ଲନ୍‌ବଲ କୋର୍ଟ ବିଶ୍ୱସ୍ତରୀୟ ହୋଇଛି। ତେବେ ଏଠାରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ମ୍ୟାଚ୍‌ ଆୟୋଜନ କରିବାକୁ ହେଲେ ଆହୁରି ଅନେକ କିଛି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ପଡିବ।

ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ଟଏଲେଟ୍‌, ଚେଞ୍ଜିଂ ରୁମ୍‌ ଏବଂ ରହଣିର ବ୍ୟବସ୍ଥା କରିବାକୁ ହେବ। ସେଥିପାଇଁ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। କେବଳ ବଲାଙ୍ଗୀର ଜିଲା ନୁହେଁ ଓଡ଼ିଶାର ପ୍ରତିଭାବାନ ଲନ୍‌ବଲ ଖେଳାଳିଙ୍କୁ କୋଚିଂ ସୁବିଧା ଯୋଗାଇବାକୁ ପଡିବ ବୋଲି କହିଥିଲେ।

ଏହି ପରିଦର୍ଶନ ସମୟରେ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦେଇ ବିଶ୍ୱସ୍ତରୀୟ ଲନ୍‌ବଲ କୋର୍ଟ ସ୍ବୀକୃତି ଏକ ବଡ ଉପଲବ୍ଧତ୍ ବୋଲି କହି ଆଗକୁ ଏହି ଷ୍ଟାଡିୟମର ବିକାଶ ତ୍ୱରାନ୍ବିତ କରାଯିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ, ସ୍ପୋଟର୍‌ସ ହଷ୍ଟେଲ କୋଚ୍‌ ପରାଶର ବାଗ୍‌, ରାଜ୍ୟ ଲନ୍‌ ବଲ୍‌ ସଂଘ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ଲନ୍‌ବଲ ୍‌କୋଚ୍‌ କୈଳାସ ମାଝି, ନରସିଂହ ରଣା, ବିଷ୍ଣୁପ୍ରିୟା ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

ତାମିଲନାଡୁରେ ଭାଙ୍ଗିଲା କଂଗ୍ରେସ-ଡିଏମକେ ମେଣ୍ଟ, ନୂତନ ସରକାର ଗଠନ ପାଇଁ ବିଜୟଙ୍କ ସହ ହାତ ମିଳାଇଲେ ରାହୁଲ

ଚେନ୍ନାଇ,୬।୫: ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇ କଂଗ୍ରେସ ବୁଧବାର ରାଜ୍ୟରେ ଡିଏମକେ ସହିତ ଦୀର୍ଘକାଳୀନ ମେଣ୍ଟ ଭାଙ୍ଗି ଦେଇଛି। କଂଗ୍ରେସ…

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ…

୭୧ତମ ବାଦି ପାଲା ମହୋତ୍ସବ: କଳାକାର ସମ୍ବର୍ଦ୍ଧିତ

ପାଟଣା,୬।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଶାସନରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୭୧ତମ ବାଦି ପାଲା ମହୋତ୍ସବ ଉଦଯାପିତ ହୋଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ…

ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା

ଦିଶପୁର,୬ା୫: ଇସ୍ତଫା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜଭବନରେ ଲକ୍ଷ୍ମଣ ଆଚାର୍ଯ୍ୟଙ୍କୁ ଭେଟି ସେ ଇସ୍ତଫାପତ୍ର…

ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ପ୍ରଶଂସକ କାବା!

ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri