Posted inଖେଳ

ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଅନୁରାଗଙ୍କୁ ଭେଟିଲେ ବଜରଙ୍ଗ ଓ ସାକ୍ଷୀ

ନୂଆଦିଲ୍ଲୀ,୧୨ା୧୨: ସୋମବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ଦୁଇ ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ରହିଥିବା ବେଳେ ଏଥିରେ ସଞ୍ଜୟ ସିଂଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ନ ଦେବାକୁ ଉଭୟ କ୍ରୀଡାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆସିଥିବା ବେଳେ ବଜରଙ୍ଗ ଓ ସାକ୍ଷୀ ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଇଥିଲେ। ଉତ୍ତର ପ୍ରଦେଶର କେଶରଗଞ୍ଜରୁ ଭାଜପା ଏମ୍‌ପି ରହିଥିବା ବ୍ରିଜ୍‌ଭୂଷଣ ଇସ୍ତଫା ପ୍ରଦାନ କରିଥିବା ବେଳେ ରେସ୍‌ଲରମାନେ ଯନ୍ତର ମନ୍ତରରେ ନିଜ ଧାରଣା ଜାରି ରଖିଥିଲେ। ତେବେ ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରର କାହାକୁ ନିର୍ବାଚନ ଲଢିବାକୁ ଦିଆଯିବ ନାହିଁ ବୋଲି କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ଖେଳାଳି ମାନେ ଧାରଣାରୁ ଓହରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଦୌଡରେ ସଞ୍ଜୟ ସିଂ ଓ ଅନୀତା ଶେଓରାନ ରହିଛନ୍ତି। ଅନୀତା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ବିଜୟୀ ଖେଳାଳି ରହିଥିବା ବେଳେ ସଞ୍ଜୟ ହେଉଛନ୍ତି ବ୍ରିଜ୍‌ଭୂଷଣଙ୍କ ପୂର୍ବତନ ସହଯୋଗୀ। ପୂର୍ବରୁ କ୍ରୀଡାମନ୍ତ୍ରୀ ଆମକୁ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ଆମେ ଭେଟିଥିଲୁ ବୋଲି କହିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ। ସଞ୍ଜୟ ସିଂ ଏହି ନିର୍ବାଚନ ଲଢୁଥିବା ବେଳେ ସେ ବ୍ରିଜ୍‌ଭୂଷଣଙ୍କ ଜଣେ ପୂର୍ବତନ ସହଯୋଗୀ। ଅନ୍ୟ ପକ୍ଷରେ ଅନୀତା ଜଣେ ପୂର୍ବତନ ରେସ୍‌ଲର ହୋଇଥିବାରୁ ତାଙ୍କ ପ୍ରତି ଆମର ସମର୍ଥନ ରହିଛି। ସେ ନିଜେ ଜଣେ ଆଥଲେଟ ଭାବରେ ଖେଳାଳିଙ୍କ ଦୁଃଖ ବୁଝିବାରେ ସମର୍ଥ ହେବେ।
ଜଣେ ପୂର୍ବତନ ରେସ୍‌ଲର ଏହି ଦାୟିତ୍ୱ ନେଲେ ଆମେ ଖୁସି ହେବୁ। ଅନୀତା ଦେଶ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତି ସାରିଛନ୍ତି। ତେଣୁ ସେ ପଦକ ବିଜୟ ପଛର ପରିଶ୍ରମ ସମ୍ପର୍କରେ ଅବଗତ। ପ୍ରଥମ ମହିଳା ଭାବେ ସେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଦୌଡରେ ରହିଥିବା ଅନୀତା ଯୌନ ଶୋଷଣ ମାମଲାର ଅନ୍ୟତମ ସାକ୍ଷୀ ଅଟନ୍ତି। ଯୌନ ଶୋଷଣ ମାମଲାରୁ ଜାମିନରେ ଆସିଥିବା ବ୍ରିଜ୍‌ଭୂଷଣ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଭାବେ ୧୨ ବର୍ଷ ପୂରଣ କରି ସାରିଥିବା ବେଳେ ସେ ଆଉଥରେ ନିର୍ବାଚନ ଲଢି ପାରିବେ ନାହିଁ। ବ୍ରିଜ୍‌ଭୂଷଣଙ୍କ ପୁଅ କରଣ ସିଂ ଉତ୍ତରପ୍ରଦେଶ ରେସଲିଂ ଫେଡେରେଶନର ଉପସଭାପତି ରହିଥିବା ବେଳେ ଜ୍ୱାଇଁ ବିଶାଲ ସିଂ ବିହାର ରେସଲିଂ ଫେଡେରେଶନର ସଭାପତି ରହିଛନ୍ତି। ତେବେ ଖେଳାଳିଙ୍କ ଆପତ୍ତି ପରେ ଉଭୟ ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?