ବାଇକ୍‌-ମୋବାଇଲ ଲୁଟେରାଙ୍କୁ କାବୁ କଲା ବୈଶିଙ୍ଗା ପୋଲିସ, ଗଣେଶ ପୂଜା ସୁଯୋଗରେ…

ବୈଶିଙ୍ଗା,୨୮।୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନ ୧ଟା ସମୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ବାଇକ ଓ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ହୋଇପଡ଼ିଥିଲେ ଏବଂ ବିଭିନ୍ନ ସ୍ଥାନରେ ସିରିଜ ଲୁଟ , ଛିନତାଇ ଓ ଚୋରି ଘଟଣାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ପୋଲିସ ପ୍ରଶାସନ। ତେବେ ବୁଧବାର ରାତିରେ ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ୱରେ ଦେବାଶିଷ ମଣ୍ଡଳ, ପ୍ରଦୀପ କୁମାର ଦେ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବା ସହିତ ଲୁଟ ସାମଗ୍ରୀ ଉଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି ।

ଖବରରୁ ପ୍ରକାଶ ଯେ, ମେ’ ୧୯ ତାରିଖ ଦିନ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଛଣପୁର ଗ୍ରାମର ସନ୍ତୋଷ ବେହେରା ବୈଶିଙ୍ଗା ନିକଟସ୍ଥ ପଣସିଆ ଗ୍ରାମର ଶିବ ସିଂଙ୍କ ଘରକୁ ଆସିଥିଲେ। କିଛି ସମୟ ପରେ ସେ ଘରୁ ବାହାରି ତାଙ୍କ ବାଇକଟିକୁ ଆଉ ପାଇ ନ ଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ମୂଳେ କେସ ନଂ ୨୫୮ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ପରଦିନ ସେହି ପଣସିଆ ଗ୍ରାମର ବନା ସିଂ ଙ୍କ ପୁଅ କୃଷ୍ଣକୁ ଗିରଫ କରିବା ସହ ସନ୍ତୋଷଙ୍କ ଚୋରି ବାଇକଟିକୁ ଜବତ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ପୋଲିସ। ତେବେ ଏହା ପଛରେ ଆହୁରି କିଛି ଦୁର୍ବୃତ୍ତ ସମ୍ପୃକ୍ତ ଥିବା ସୂଚନା ମିଳିବା ପରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଥିଲା। ବୁଧବାର ସାରେ ସମଗ୍ର ଅଞ୍ଚଳ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଥିବା ସୁଯୋଗରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ପଣସିଆ ଗ୍ରାମର ଅଶୋକ ସିଂ ଓ ବଡ଼ସାହି ଥାନା ଅର୍ନ୍ତଗତ ଭିମଦା ଗ୍ରାମର ଶିବଶଙ୍କର ଗିରିଙ୍କୁ ଗିରଫ କରାଯିବା ସହିତ ମୋବାଇଲ, ବାଇକ ଓ ତିନିଟି ବଡ଼ ବ୍ୟାଟେରୀ ଜବତ କରାଯାଇଛି। ତେବେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତୀ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି ଏବଂ ଏହି ରାକେଟରେ ସମ୍ପୃକ୍ତ ଆହୁରି କିଛି ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି ବାରିପଦା ଏଏସ୍‌ପି ଦୀପକ କୁମାର ଗୋଚ୍ଛାୟତ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri