Posted inଖେଳ

୧୩୬,୧୬୨,୧୦୬ ଆଉ ପୁଣି ଥରେ…

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ବିଜେତା କରାଇଛନ୍ତି। ଫଳରେ ସିରିଜ ଡ୍ର ହୋଇଛି। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୩୭୮ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରି ରୁଟ୍‌ ତାଙ୍କ କ୍ୟାରିୟରର ୨୮ ତମ ଶତକ ମାରିଥିଲେ। ସେହିଭଳି କ୍ରମାଗତ ଭାବେ ଶତକ ହାସଲ କରିଥିଲେ ବେୟାରଷ୍ଟୋ। ଏହା ତାଙ୍କ କ୍ୟାରିୟରର ଦ୍ୱାଦଶ ଶତକ ଥିଲା।

ମ୍ୟାଚ୍‌ର ପ୍ରଥମ ଇନିଂସରେ ବେୟାରଷ୍ଟୋ ୧୦୬ ରନ୍‌ କରିଥିଲା। ଏହି ଶତକ ବଳରେ ଇଂଲଣ୍ଡ ୨୮୪ ରନ୍‌ କରିପାରିଥିଲା। ହେଲେ ଅନ୍ତିମ ଇନିଂସରେ ଦଳକୁ ୩୭୮ ରନ୍‌ର ବିଶାଳ ଟାର୍ଗେଟ ମିଳିଥିଲା। ପ୍ରଥମେ ଏହା ଅସମ୍ଭବ ବୋଲି ଲାଗୁଥିଲେ ହେଁ ବେୟାରଷ୍ଟୋ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରି ଜୋ ରୁଟ୍‌ଙ୍କ ସହ ଭାଗିଦାରୀରେ ଇତିସ ରଚିଥିଲେ।

ବେୟାରଷ୍ଟୋ ୧୪୫ ବଲ୍‌ରେ ଅପରାଜିତ ୧୧୪ ରନ୍‌ କରିଥିଲେ। ଏଥିସହ ସେ କ୍ରମାଗତ ଭାବେ ତିନୋଟି ଟେଷ୍ଟରେ ନିଜ ପ୍ରଦର୍ଶନ ଯୋଗୁ ଟେଷ୍ଟରେ ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ତିନୋଟି ମ୍ୟାଚ୍‌ରେ ୪ ଶତକ ଏବଂ ୧ ଅର୍ଦ୍ଧଶତକ ହାସଲ କରିଛନ୍ତି।

୧- ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟ: ୮ ରନ୍‌ ଏବଂ ୧୩୬ ରନ୍‌
୨.ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟ: ୧୬୨ ରନ୍‌ ଏବଂ ୭୧ ରନ୍‌(ଅପରାଜିତ)
୩- ଭାରତ ବିପକ୍ଷ ଏଜବାଷ୍ଟନ ଟେଷ୍ଟ: ୧୦୬ ରନ୍‌ ଏବଂ ୧୧୪ ରନ୍‌(ଅପରାଜିତ)

ପ୍ରକାଶ ଯେ, ବେୟାରଷ୍ଟୋ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ନୂଆ ଅଧିନାୟକ ତଥା ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏଯାବତ ଟେଷ୍ଟ କ୍ରିକେଟରେ ୮୩ ମ୍ୟାଚ୍‌ରେ ୫୨୮୦ ରନ୍‌ କରିଥିବା ବେଳେ ବେୟାରଷ୍ଟୋ ୮୭ ମ୍ୟାଚ୍‌ରେ ୫୪୧୫ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri