ବର୍ଷକ ପରେ ବାହାନଗା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍‌ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍‌। ଏହି ସମୟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ସ୍ତବ୍ଧ ହୋଇ ଯାଇଥିଲା ସାରା ଭାରତ। ସେହି କାଳ ରାତିରେ ଉଚ୍ଛନ୍ନ ହୋଇଥିଲା ଅନେକ ସଂସାର। ରକ୍ତରଞ୍ଜିତ ହୋଇଥିଲା ଦୁର୍ଘଟଣାସ୍ଥଳ। ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡିଥିବା ଦେଖାଯାଇଥିଲା। ୨୯୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେହି ଛାତିଥରା ଦୁର୍ଘଟଣାକୁ ନେଇ ସ୍ବତନ୍ତ୍ର ପ୍ରତିବେଦନ…

-ରିପୋର୍ଟ: ବାଲେଶ୍ୱର(ମାନସ ବିଶ୍ୱାଳ)/ ବାହାନଗା(ଅରୂପ ଦାସ)

ଅତି ଭୟଙ୍କର ଥିଲା ରେଳ ଦୁର୍ଘଟଣା

ରେଳ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ରେଳଷ୍ଟେଶନ ବିକାଶ, ଏକ ନୂତନ ଏକ୍ସପ୍ରେସ ଟ୍ରେନ୍‌ ରହିବା, ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା, ବାହାନଗା ପଞ୍ଚାୟତର ଆଖପାଖ ଗ୍ରାମକୁ ଉନ୍ନତୀକରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ା କେବଳ ୨ କୋଟି ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ୧କୋଟି ଟଙ୍କାରେ ପଞ୍ଚାୟତରେ କିଛି କାମ ହୋଇଛି। ଅବଶିଷ୍ଟ କାମ ଆଗେଇପାରୁନାହିଁ। ସେହିପରି ବାହାନଗାଠାରେ ଥିବା ଏକ ହସ୍‌ପିଟାଲକୁ ରେଳବିଭାଗ ଉନ୍ନତୀକରଣ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ କୌଣସି କାମ ଏପର୍ଯ୍ୟନ୍ତ ହୋଇନାହିଁ। ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା ନାହିଁ ା କେବଳ ବାହାନଗା ଷ୍ଟେଶନର ଦୁର୍ଘଟଣାସ୍ଥଳର ଫାଟକ ଦୁଇ ପାର୍ଶ୍ୱରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ଲାଗିଛି। ଲୁପ୍‌ ଲାଇନ୍‌, ରେଳଟ୍ରାକ୍‌ ଓ ସିଗନାଲ୍‌ ପଏଣ୍ଟ ସବୁ ମରାମତି ହେବା ସହିତ ଡିଜିଟାଲାଇଜ୍‌ କରାଯାଇଛି। ଷ୍ଟେଶନରେ ସମସ୍ତ ଷ୍ଟାଫ୍‌ ନୂଆ ଆସିଥିବା ବେଳେ କେବଳ ଷ୍ଟେଶନ ମ୍ୟାନେଜର ହିଁ ପୁରୁଣା ଅଛନ୍ତି।

କେମିତି ଘଟିଲା ଅଘଟଣ

ବାହାନଗା ଷ୍ଟେଶନ ନିକଟରେ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା। ଠିକ୍‌ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶବନ୍ତପୁର-ହାୱଡା ଟ୍ରେନ ବଗିରେ ଧକ୍କା ହେବାରୁ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା।

ଉଦ୍ଧାର କାର୍ଯ୍ୟ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସ୍ଥାନୀୟ ଲୋକେ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମ ପ୍ରଶଂସନୀୟ ଥିଲା। ୫ଦିନ ଧରି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ରାଜ୍ୟ ଓ କେନ୍ଦ୍ର ସରକାର ମୃତ ଓ ଆହତଙ୍କ ନିମନ୍ତେ ଆର୍ଥିକ ସହାୟତା ରାଶି ଘୋଷଣା କରି ଖୁବ୍‌ଶୀଘ୍ର ସେମାନଙ୍କୁ ଅର୍ଥ ଯୋଗାଇ ଦେଇଥିଲେ

ଚିହ୍ନଟ ହୋଇପାରିଲାନି ୨୮ ମୃତଦେହ

ଦୁର୍ଘଟଣା ପରେ ଚିହ୍ନଟ ହୋଇପାରି ନ ଥିବା ମୃତଦେହ ଭୁବନେଶ୍ୱର ଏମ୍ସ ହସ୍ପିିଟାଲରେ ରଖାଯାଇଥିଲା। ଦୀର୍ଘଦିନ ଧରି ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଶେଷରେ ୧୨୮ ଦିନ ପରେ ୨୮ ଅଚିହ୍ନା ମୃତଦେହ ଭୁବନେଶ୍ୱରର ଭରତପୁର ଶ୍ମଶାନରେ ବିଏମ୍‌ସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା।

ରେଳ ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ରେଳ ଲାଇନ ଠିକ୍‌ କରାଯାଇଥିଲା। ୩ଦିନ ପରେ ଉକ୍ତ ଟ୍ରାକ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ୪ଦିନ ପରେ ଅର୍ଥାତ୍‌ ୨୦୨୩ ଜୁନ୍‌ ୬ ତାରିଖରେ ଯାତ୍ରୀଙ୍କୁ ନେଇ ପୁଣି ସେହି କରମଣ୍ଡଳ ଟ୍ରାକ୍‌ରେ ଚାଲିଥିଲା। ଏହି ସମୟରେ ଟ୍ରେନ୍‌ ଯାତ୍ରୀଙ୍କ ମନରେ ଟିକେ ଭୟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭଗବାନଙ୍କୁ ସ୍ମରଣ କରି ସେଦିନ ଧ୍ୱଂସଲୀଳା ରଚିଥିବା କରମଣ୍ଡଳ ଟ୍ରେନ୍‌ରେ ଯାତ୍ରୀମାନେ ପାଦ ରଖିଥିଲେ। ଚେନ୍ନାଇରୁ ବାହାରି ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ଦେଇ ଶାଲିମାର ଅଭିମୁଖେ ଯାତ୍ରା କରିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଏହି ସମୟରେ ଟ୍ରେନ୍‌ର ଗତି ଖୁବ୍‌ କମ୍‌ ଥିବା ଦେଖିବାକୁ ମିଳିଥିଲା।

ଦୁର୍ଘଟଣା କିପରି ଓ କାହଁିକି ଘଟିଲା, ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ କିମ୍ବା କୌଣସି ଷଡ଼ଯନ୍ତ୍ର ଜାଣିବା ପାଇଁ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କର୍ତ୍ତବ୍ୟରେ ଅବହେଳା ଯୋଗୁ ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହେବା ପରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ଥିଲେ ସିଗନାଲିଂ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଓ ମହମ୍ମଦ ଅମୀର ଖାନ୍‌ ଏବଂ ଟେକ୍ନିସିଆନ ପପୁ କୁମାର।

ରେଳ ଦୁର୍ଘଟଣା ପରେ ଉଦ୍ଧାର କରାଯାଇଥିବା କୁଢ଼ କୁଢ଼ ମୃତଦେହକୁ ନିକଟସ୍ଥ ବାହାନଗା ହାଇସ୍କୁଲରେ ଥିବା ପୁରୁଣା ଆଜବେଷ୍ଟସ୍‌ ଘରେ ରଖାଯାଇଥିଲା। ଉକ୍ତ ଗୃହଗୁଡ଼ିକ ଅତିରିକ୍ତ ଶ୍ରେଣୀଗୃହ ସହ ଡାଇନିଂ ହଲ୍‌ ଥିଲା। ମୃତଦେହ ରଖାଯାଇଥିବା କାରଣରୁ ଚାରିଆଡ଼େ ରକ୍ତଛିଟା ପଡିବା ସହ ଡେସ୍କ ଓ ବେଞ୍ଚରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ଶିକ୍ଷୟିତ୍ରୀ, ଶିକ୍ଷକଙ୍କଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଉକ୍ତ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ଭୟ କରିଥିଲେ। ସ୍କୁଲ ଖୋଲିଲେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବେ ଏବଂ କିପରି ପାଠ ପଢ଼ିବେ ସେନେଇ ଆଶଙ୍କା ଲାଗି ରହିଥିଲା। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାହାନଗା ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରାଯାଇଥିଲା। ଏହାପରେ ପୁରୁଣା ଆଜବେଷ୍ଟସ୍‌ ଘରଗୁଡ଼ିକୁ ଭଙ୍ଗାଯାଇ ଥିବା ବେଳେ ନୂତନ ସ୍କୁଲ ଗୃହ ନିର୍ମାଣ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?