ବର୍ଷକ ପରେ ବାହାନଗା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍‌ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍‌। ଏହି ସମୟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ସ୍ତବ୍ଧ ହୋଇ ଯାଇଥିଲା ସାରା ଭାରତ। ସେହି କାଳ ରାତିରେ ଉଚ୍ଛନ୍ନ ହୋଇଥିଲା ଅନେକ ସଂସାର। ରକ୍ତରଞ୍ଜିତ ହୋଇଥିଲା ଦୁର୍ଘଟଣାସ୍ଥଳ। ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡିଥିବା ଦେଖାଯାଇଥିଲା। ୨୯୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେହି ଛାତିଥରା ଦୁର୍ଘଟଣାକୁ ନେଇ ସ୍ବତନ୍ତ୍ର ପ୍ରତିବେଦନ…

-ରିପୋର୍ଟ: ବାଲେଶ୍ୱର(ମାନସ ବିଶ୍ୱାଳ)/ ବାହାନଗା(ଅରୂପ ଦାସ)

ଅତି ଭୟଙ୍କର ଥିଲା ରେଳ ଦୁର୍ଘଟଣା

ରେଳ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ରେଳଷ୍ଟେଶନ ବିକାଶ, ଏକ ନୂତନ ଏକ୍ସପ୍ରେସ ଟ୍ରେନ୍‌ ରହିବା, ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା, ବାହାନଗା ପଞ୍ଚାୟତର ଆଖପାଖ ଗ୍ରାମକୁ ଉନ୍ନତୀକରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ା କେବଳ ୨ କୋଟି ଟଙ୍କା ଆସିଥିଲେ ମଧ୍ୟ ଅଦ୍ୟାବଧି ୧କୋଟି ଟଙ୍କାରେ ପଞ୍ଚାୟତରେ କିଛି କାମ ହୋଇଛି। ଅବଶିଷ୍ଟ କାମ ଆଗେଇପାରୁନାହିଁ। ସେହିପରି ବାହାନଗାଠାରେ ଥିବା ଏକ ହସ୍‌ପିଟାଲକୁ ରେଳବିଭାଗ ଉନ୍ନତୀକରଣ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ କୌଣସି କାମ ଏପର୍ଯ୍ୟନ୍ତ ହୋଇନାହିଁ। ଷ୍ଟେଶନକୁ ଯିବା ପାଇଁ ଭଲ ରାସ୍ତା ନାହିଁ ା କେବଳ ବାହାନଗା ଷ୍ଟେଶନର ଦୁର୍ଘଟଣାସ୍ଥଳର ଫାଟକ ଦୁଇ ପାର୍ଶ୍ୱରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ଲାଗିଛି। ଲୁପ୍‌ ଲାଇନ୍‌, ରେଳଟ୍ରାକ୍‌ ଓ ସିଗନାଲ୍‌ ପଏଣ୍ଟ ସବୁ ମରାମତି ହେବା ସହିତ ଡିଜିଟାଲାଇଜ୍‌ କରାଯାଇଛି। ଷ୍ଟେଶନରେ ସମସ୍ତ ଷ୍ଟାଫ୍‌ ନୂଆ ଆସିଥିବା ବେଳେ କେବଳ ଷ୍ଟେଶନ ମ୍ୟାନେଜର ହିଁ ପୁରୁଣା ଅଛନ୍ତି।

କେମିତି ଘଟିଲା ଅଘଟଣ

ବାହାନଗା ଷ୍ଟେଶନ ନିକଟରେ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନ ଉପରେ ଚଢିଯାଇଥିଲା। ଠିକ୍‌ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶବନ୍ତପୁର-ହାୱଡା ଟ୍ରେନ ବଗିରେ ଧକ୍କା ହେବାରୁ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା।

ଉଦ୍ଧାର କାର୍ଯ୍ୟ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଥିଲା ଚ୍ୟାଲେଞ୍ଜପୂର୍ଣ୍ଣ। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସ୍ଥାନୀୟ ଲୋକେ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ଉଦ୍ୟମ ପ୍ରଶଂସନୀୟ ଥିଲା। ୫ଦିନ ଧରି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ରାଜ୍ୟ ଓ କେନ୍ଦ୍ର ସରକାର ମୃତ ଓ ଆହତଙ୍କ ନିମନ୍ତେ ଆର୍ଥିକ ସହାୟତା ରାଶି ଘୋଷଣା କରି ଖୁବ୍‌ଶୀଘ୍ର ସେମାନଙ୍କୁ ଅର୍ଥ ଯୋଗାଇ ଦେଇଥିଲେ

ଚିହ୍ନଟ ହୋଇପାରିଲାନି ୨୮ ମୃତଦେହ

ଦୁର୍ଘଟଣା ପରେ ଚିହ୍ନଟ ହୋଇପାରି ନ ଥିବା ମୃତଦେହ ଭୁବନେଶ୍ୱର ଏମ୍ସ ହସ୍ପିିଟାଲରେ ରଖାଯାଇଥିଲା। ଦୀର୍ଘଦିନ ଧରି ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଶେଷରେ ୧୨୮ ଦିନ ପରେ ୨୮ ଅଚିହ୍ନା ମୃତଦେହ ଭୁବନେଶ୍ୱରର ଭରତପୁର ଶ୍ମଶାନରେ ବିଏମ୍‌ସି, ପୂର୍ବତଟ ରେଳପଥ ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା।

ରେଳ ଦୁର୍ଘଟଣାର ୫୧ ଘଣ୍ଟା ମଧ୍ୟରେ ରେଳ ଲାଇନ ଠିକ୍‌ କରାଯାଇଥିଲା। ୩ଦିନ ପରେ ଉକ୍ତ ଟ୍ରାକ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ୪ଦିନ ପରେ ଅର୍ଥାତ୍‌ ୨୦୨୩ ଜୁନ୍‌ ୬ ତାରିଖରେ ଯାତ୍ରୀଙ୍କୁ ନେଇ ପୁଣି ସେହି କରମଣ୍ଡଳ ଟ୍ରାକ୍‌ରେ ଚାଲିଥିଲା। ଏହି ସମୟରେ ଟ୍ରେନ୍‌ ଯାତ୍ରୀଙ୍କ ମନରେ ଟିକେ ଭୟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଭଗବାନଙ୍କୁ ସ୍ମରଣ କରି ସେଦିନ ଧ୍ୱଂସଲୀଳା ରଚିଥିବା କରମଣ୍ଡଳ ଟ୍ରେନ୍‌ରେ ଯାତ୍ରୀମାନେ ପାଦ ରଖିଥିଲେ। ଚେନ୍ନାଇରୁ ବାହାରି ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ଦେଇ ଶାଲିମାର ଅଭିମୁଖେ ଯାତ୍ରା କରିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ଏହି ସମୟରେ ଟ୍ରେନ୍‌ର ଗତି ଖୁବ୍‌ କମ୍‌ ଥିବା ଦେଖିବାକୁ ମିଳିଥିଲା।

ଦୁର୍ଘଟଣା କିପରି ଓ କାହଁିକି ଘଟିଲା, ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ କିମ୍ବା କୌଣସି ଷଡ଼ଯନ୍ତ୍ର ଜାଣିବା ପାଇଁ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କର୍ତ୍ତବ୍ୟରେ ଅବହେଳା ଯୋଗୁ ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହେବା ପରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ଥିଲେ ସିଗନାଲିଂ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଓ ମହମ୍ମଦ ଅମୀର ଖାନ୍‌ ଏବଂ ଟେକ୍ନିସିଆନ ପପୁ କୁମାର।

ରେଳ ଦୁର୍ଘଟଣା ପରେ ଉଦ୍ଧାର କରାଯାଇଥିବା କୁଢ଼ କୁଢ଼ ମୃତଦେହକୁ ନିକଟସ୍ଥ ବାହାନଗା ହାଇସ୍କୁଲରେ ଥିବା ପୁରୁଣା ଆଜବେଷ୍ଟସ୍‌ ଘରେ ରଖାଯାଇଥିଲା। ଉକ୍ତ ଗୃହଗୁଡ଼ିକ ଅତିରିକ୍ତ ଶ୍ରେଣୀଗୃହ ସହ ଡାଇନିଂ ହଲ୍‌ ଥିଲା। ମୃତଦେହ ରଖାଯାଇଥିବା କାରଣରୁ ଚାରିଆଡ଼େ ରକ୍ତଛିଟା ପଡିବା ସହ ଡେସ୍କ ଓ ବେଞ୍ଚରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ଶିକ୍ଷୟିତ୍ରୀ, ଶିକ୍ଷକଙ୍କଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଉକ୍ତ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ଭୟ କରିଥିଲେ। ସ୍କୁଲ ଖୋଲିଲେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବେ ଏବଂ କିପରି ପାଠ ପଢ଼ିବେ ସେନେଇ ଆଶଙ୍କା ଲାଗି ରହିଥିଲା। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାହାନଗା ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ କରାଯାଇଥିଲା। ଏହାପରେ ପୁରୁଣା ଆଜବେଷ୍ଟସ୍‌ ଘରଗୁଡ଼ିକୁ ଭଙ୍ଗାଯାଇ ଥିବା ବେଳେ ନୂତନ ସ୍କୁଲ ଗୃହ ନିର୍ମାଣ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri