ବାଃ ଧର୍ମପଦ ବାଃ…

ଏବେ ଆମେ ଆଲୋଚନା କରିବା ବାରମ୍ବାର ଶ୍ରୀପଦ୍ମକେଶର ମନ୍ଦିରର ମୁଣ୍ଡି ମରାଯାଇଥିଲେ ମଧ୍ୟ ତାହା ରହି ନ ଥିଲା। ସୂତ୍ରଧର ସେହି ଚିନ୍ତାରେ ଅବସାଦଗ୍ରସ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। କଠିନ ପରିଶ୍ରମ କରି ସେ ସଫଳ ନ ହେବାରୁ ଶିଳ୍ପୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜଣେ ମୁଖ୍ୟ ସ୍ଥପତି ନିଜ କାର୍ଯ୍ୟରେ ବିଫଳ ହେବାପରେ ଚିନ୍ତିତ ହୋଇପଡ଼ିଥିଲେ। ଭୁଲ୍‌ କେଉଁଠି ରହିଲା! ବିଶ୍ୱର ବିସ୍ମୟ ଗୋଟେ ମନ୍ଦିରକୁ ସମ୍ପୂର୍ଣ୍ଣ କରିବାକୁ କେତେ ନିଷ୍ଠାର ସହିତ କାର୍ଯ୍ୟ କରିଥିବେ। ଦିନରାତି ଏକାଠି କରିଦେଇଥିବେ। କେତେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିବ ସେ ସମୟରେ। ଦାୟିତ୍ୱ ପ୍ରତି କେତେ ସମ୍ବେଦନଶୀଳ ସେ ହୋଇପଡ଼ିଥିବେ। କେବଳ ଓଡ଼ିଆ ଶିଳ୍ପୀକୁଳର ସମ୍ମାନ ନୁହେଁ, ଓଡ଼ିଆ ଜାତିର ସମ୍ମାନ, ଗଜପତିଙ୍କର ସମ୍ମାନ।
ତାହା ହିଁ ତାଙ୍କୁ ବ୍ୟଥିତ କରିଥିଲା। ଏହା ମଧ୍ୟ ସ୍ବାଭାବିକ। ଧର୍ମପଦଙ୍କର ଅନ୍ୟ କୁଆଡ଼େ ନିଘା ନ ଥିଲା। ବାପା ଆସିଲେ। ବଳଶ୍ରୀ ଆସିଲେ। ସେଥିପ୍ରତି ସେ ନଜର ଦେବାକୁ ସମୟ ପାଇଲେନି। ପାଞ୍ଚ ହାତର ମୁଗୁନିପଥର ନିଜେ ବାଛିଲେ। ପଥୁରିଆଙ୍କ ଦ୍ୱାରା ଅଣାଇ ନିଜେ ତିଆରି କଲେ। ମନ୍ଦିର କଳସର ତଳଭାଗକୁ ମିଶାଇ ସେ ପ୍ରସ୍ତୁତିରେ ଲାଗିପଡ଼ିଲେ। ପାଦ ମାପ କଲେ। ଦୁଇ ଚଉକ ଆଠ ଆଙ୍ଗୁଳ। ଆପାତତଃ ଠିକ୍‌ ମାପ ସେ ପାଇଗଲେ।
ତା’ ପରେ ନିର୍ମାଣ କଲେ ଏଗାରୁପଟ୍ଟିଳ- ଚୁମ୍ବକ-ଶିଳା। ଶିଳ୍ପଶାସ୍ତ୍ରରେ ଏହା ଏକ ଅଭିନବ ପ୍ରକ୍ରିୟା। ବହୁ ମନନ ପରେ ଧର୍ମ ମହାପାତ୍ର ଚିନ୍ତାକରି ପ୍ରସ୍ତୁତିର ଖସଡ଼ା ସଜେଇଥିଲେ। ଗଙ୍ଗା ମହାପାତ୍ରଙ୍କ ସହିତ ଭାବ ବିନିମୟ ପରେ ଗଙ୍ଗା ମହାପାତ୍ର ପ୍ରାରମ୍ଭିକ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତର ପ୍ରସିଦ୍ଧ ଶିଳ୍ପଶାସ୍ତ୍ରରେ ଚୁମ୍ବକଶିଳାର ପ୍ରସଙ୍ଗ ଅଛି, ମାତ୍ର ଏଗାରୁପଟ୍ଟିକ ଚୁମ୍ବକଶିଳା ଓଡ଼ିଆ ଶିଳ୍ପୀର ସୃଷ୍ଟି।
ଉକ୍ତ ଶିଳା ନିର୍ମାଣର ମୁଖ୍ୟ ବିନ୍ଧାଣି ଭାବରେ ସାରା ରାତି ଅନିଦ୍ରା ରହି ଦୁଇଜଣ ମଶାଲଧାରୀଙ୍କ ସହିତ ଧର୍ମ ମହାପାତ୍ର ପ୍ରସ୍ତୁତି ଶେଷ କରିଥିଲେ। ବାପା ଶିବେଇ ସାନ୍ତରାଙ୍କୁ ୟାର କୌଶଳ ଓ ବସାଣ ବିଷୟରେ ବୁଝାଇ ଦେବାରେ ସଫଳ ହେଲେ। କଥା ହେଲା ଖଞ୍ଜିବାବେଳେ ଶିବେଇ ସାନ୍ତରା, ଗଙ୍ଗା ମହାପାତ୍ର ସାଙ୍ଗରେ ରହିବେ। ଏଥିପାଇଁ ତିନିଜଣଙ୍କୁ ସୁନାମାଢ଼ ଦିଆଯାଇଥିଲା।
ଏହି ଚୁମ୍ବକ ଶିଳା ଥିଲା ଦୁଇ ହାତ ଉଚ୍ଚତାର। ଉପରେ ରହିଲା ପଦ୍ମ। ଚୁମ୍ବକ ଶିଳା ଦୁଇଭାଗରେ ବିଭକ୍ତ ଥିଲା। ମଝି ପୋଲା ରଖାଯାଇଥିଲା। ଦୁଇଭାଗ ସଂଯୋଗ ଲକ୍ଷ୍ୟରେ ଧର୍ମପଦ ପଚାରିଥିଲେ କସା ନା ବସା? ଏଇଠି ଥିଲା କୌଶଳ। ‘ବସା’ ଏପଟସେପଟ ହୋଇପାରେ, ‘କସା’ ନୁହେଁ।
ଖପୁରିରେ ଧର୍ମପଦଙ୍କ ମାପରେ ଗୋଲେଇ ରନ୍ଧ୍ର ହେଲା। କଳସ ବସିବା ପାଇଁ ରନ୍ଧ୍ରକୁ ଚାରିପଟୁ ବଡ଼ କରାଗଲା। ବଡ଼ ହେଲେ ହିଁ ଏଗାରୁପଟ୍ଟିକ ଚୁମ୍ବକଶିଳା ଖଞ୍ଜାଯାଇ ପାରିବ। ଖଞ୍ଜିବା ପରେ ତମ୍ବା ଚାପୁଆଣିରେ ତାହାକୁ ଖପୁରି ସହିତ ବନ୍ଧାଯିବ। ସେଣେ ଚୁମ୍ବକ ଶିଳା ପ୍ରସ୍ତୁତି ସରିବା ବେଳକୁ ଗୋଲେଇ ରନ୍ଧ୍ର ଓ ତମ୍ବା ଚାପୁଆଣି ପ୍ରସ୍ତୁତି କାର୍ଯ୍ୟ ନିଧି ମହାପାତ୍ର ଓ ରାମ ମହାପାତ୍ର କରିସାରିଥିଲେ।
ବଳଶ୍ରୀ ମନ୍ଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଗଜପତିଙ୍କୁ ଜଣାଉଥାନ୍ତି। ଡଗର ଆସି ଖବର ଦେଲା, ମହାଶ୍ରମ କୋଣାର୍କକୁ ବିଜେ କରିବେ। ଆରମ୍ଭ ହେଲା ଗଜପତିଙ୍କ ଶିବିର ସଫେଇ। ଏଗାରୁପଟ୍ଟିକ ସମ୍ପୂର୍ଣ୍ଣ ନିର୍ମାଣ ସରିବା ପରେ ଧର୍ମପଦ ନିର୍ଦ୍ଦେଶ ଦେଲେ ଏହାକୁ ଫାଶିକାଠ ଉପରକୁ ନିଅ। ସ୍ମରଣଯୋଗ୍ୟ, ମନ୍ଦିର ନିର୍ମାଣ ସମୟରେ ମୂଳରୁ ଦଧିନଉତି ପର୍ଯ୍ୟନ୍ତ ଫାଶିକାଠର ମଜଭୁତ ଭାରା ବନ୍ଧାଯାଇଥିଲା। କଳ-ଗୟଳ ମାଧ୍ୟମରେ ତଳୁ ପଥର ଉପରକୁ ଉଠୁଥିଲା।
ଚୁମ୍ବକଶିଳା ଉପରକୁ ଉଠିବା ପରେ ନୂତନ ନିର୍ମିତ ଗୋଲେଇ ରନ୍ଧ୍ରରେ ଖଞ୍ଜାଗଲା। ଖପୁରିରେ ଏହା ଖଞ୍ଜାହେଲା ବେଳେ ୭ଜଣ ପଥୁରିଆ ମନ୍ଦିର ଉପରେ ଚଢ଼ିଥିଲେ। ତାଙ୍କ ସହିତ ୬ଜଣ ଦିହୁଡ଼ିଆ ଖପୁରି ଚାରିପଟେ ଦିହୁଡ଼ି ଜାଳି ଆଲୋକ ଦେଖାଇଥିଲେ। ସେହି ରାତିରେ ଶିବେଇ ସାନ୍ତରା, ଗଙ୍ଗା ମହାପାତ୍ର ଏବଂ ଧର୍ମପଦ ପଥୁରିଆଙ୍କ ସହ ଖପୁରି ପାଖରେ ଉପସ୍ଥିତ ରହି ଚୁମ୍ବକ ଶିଳା ସହିତ କଳସ ବି ଖଞ୍ଜି ଦେଇଥିଲେ। ରାତି ପାହି ପାହି ଆସୁଛି ଏପଟେ ମନ୍ଦିର ମୁଣ୍ଡିମରାକାମ ସମାପ୍ତ ହୋଇଗଲା। ତଳେ ଶିଳ୍ପୀକୁଳଙ୍କ ସାଙ୍ଗରେ ସହସ୍ରମଲ୍ଲ ବି ରାତିଅନିଦ୍ରା। ଶୁଭ ଖବର ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ସହସ୍ରମଲ୍ଲ ସେଇଠି ସେଇ ପାହାନ୍ତା ପ୍ରହରେ ଘୋଷଣା କଲେ- ବାଃ ଧର୍ମପଦ ବାଃ…। ଆଜି ଗଜପତିଙ୍କ ଅଭିଳାଷ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ସ୍ମାରକୀକୁ ସାକାର କରିଦେଲ!! ତଳେ ହରିବୋଲ ଧ୍ୱନି ଗୁଞ୍ଜରି ଉଠୁଥାଏ।
ବାସ୍ତବରେ ମନ୍ଦିର ଉପରେ ୧୬ଜଣ ସେଇ ରାତିରେ ଉପସ୍ଥିତ ଥିଲେ। ମାତ୍ର ଧର୍ମପଦର ନିଜସ୍ବ କୌଶଳ ଏବଂ ସମସ୍ତଙ୍କ ସହଯୋଗରେ ଏତେବଡ଼ କାମ ସମ୍ଭବ ହୋଇଥିଲା। ଘୋଷଣା କଲେ ଧର୍ମପଦଙ୍କୁ ପାଞ୍ଚମାଢ଼ ସୁନା, ଏକ ଯୋଡ଼ା ସିଲ୍‌କ ଧୋତିରେ ସମ୍ବର୍ଦ୍ଧିତ କରାଯିବ। ଅନ୍ୟମାନଙ୍କୁ ମଧ୍ୟ ସୁନାମାଢ଼ ଦିଆଯାଇଥିଲା, ମାତ୍ର ସ୍ବତନ୍ତ୍ର ଭାବରେ ଧର୍ମପଦଙ୍କୁ ଅଧିକ ଦିଆଯାଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?