ମଧ୍ୟପ୍ରଦେଶ ଅଭିମୁଖେ ବାଘୁଣୀ ସୁନ୍ଦରୀ

ବନ୍ତଳା,୨୪ା୩(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ଏନ୍‌କ୍ଲୋଜର ମଧ୍ୟରେ ୨୦୧୮ ନଭେମ୍ବର ୬ରୁ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଙ୍ଗଳବାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯାଉଛି। ଟ୍ରାଙ୍କୁଲାଇଜ୍‌ ଦ୍ୱାରା ନିସ୍ତେଜ କରାଯିବା ପରେ କାହ୍ନାରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ବାଘୁଣୀକୁ ଭର୍ତ୍ତି କରାଯାଇଥିଲା। ସାତକୋଶିଆରୁ ଏକ ଟିମ୍‌ ସୁନ୍ଦରୀକୁ ଛାଡ଼ିବାକୁ ମଧ୍ୟପ୍ରଦେଶ ଯାଉଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶରୁ ଆସିଥିବା ୭ଜଣିଆ ଟିମ୍‌ ଦୁଇଦିନ ଧରି ସୁନ୍ଦରୀର ସ୍ବାସ୍ଥ୍ୟାବସ୍ଥା, ଗତିବିଧି ଅନୁଧ୍ୟାନ କରିବା ପରେ ଅପରାହ୍ନ ୩ଟା ୨୫ରେ ଟ୍ରାଙ୍କୁଲାଇଜ କରିଥିଲା। ପ୍ରାଣୀ ବିଶେଷଜ୍ଞ ତଥା ଡାକ୍ତର ସନ୍ଦୀପ ଅଗ୍ରୱାଲା ଓ ଡାକ୍ତର କିଶୋର ସାହୁଙ୍କ ମିଳିତ ଉଦ୍ୟମରେ ଟ୍ରାଙ୍କୁଲାଇଜ କରାଯାଇଥିଲା। ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ, କାହ୍ନାର ଅତିରିକ୍ତ ଆଞ୍ଚଳିକ ବନ ସଂରକ୍ଷକ ଏସ୍‌.କେ. ସିହ୍ନା, ସାତକୋଶିଆ ଡିଏଫଓ ରବି ମୀନା, ଏସିଏଫ୍‌ ସରାଜ ପଣ୍ଡା, ଶୁଭେନ୍ଦୁ ବେହେରା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟର ପ୍ରାଣୀ ବିଶେଷଜ୍ଞ ରୁଦ୍ର ନାରାୟଣ ପ୍ରଧାନ, ରାଇଗୁଡା ରେଞ୍ଜ ଅଧିକାରୀ ପ୍ରମୁଖଙ୍କ ଉପସ୍ଥିତରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ମାତ୍ର ୨୦ ମିନିଟ ମଧ୍ୟରେ ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ନିସ୍ତେଜ ବାଘୁଣୀକୁ କାହ୍ନାରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟା ୬ଟାରେ ଉକ୍ତ ଗାଡ଼ି ସହ ମଧ୍ୟପ୍ରଦେଶ ଟିମ୍‌ ଓ ସାତକୋଶିଆରୁ ଏସିଏଫ୍‌ ସରୋଜ ପଣ୍ଡା, ଡାକ୍ତର କିଶୋର ସାହୁଙ୍କ ସହ ୪ ଜଣିଆ ଟିମ୍‌ କାହ୍ନା ଅଭୟାରଣ୍ୟ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। କାହ୍ନା ବ୍ୟାଘ୍ର ପ୍ରକଳ୍ପର ଘୋରେଲା ସ୍ଥିତ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇ ସୁନ୍ଦରୀର ହିଂସ୍ର ପ୍ରବୃତ୍ତି ଫେରାଇ ଆଣିବାର ଉଦ୍ୟମ କରାଯିବ। ଏହାପରେ ବ୍ୟାଘ୍ର ଅଭୟାରଣ୍ୟରେ ଛାଡ଼ିଦିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରୁ ୬ଟି ବାଘ ବାଘୁଣୀ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶସ୍ଥିତ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପରୁ ୨୦୧୮ ଜୁନ ୨୧ରେ ମହାବଳ ‘ମହାବୀର’ ଓ ସେହି ମାସ ୨୮ରେ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା। ଅଗଷ୍ଟ ୧୭ରେ ଜଙ୍ଗଲ ମଧ୍ୟକୁ ଛଡ଼ାଯିବା ପରେ ବାଘୁଣୀ ସେପ୍ଟେମ୍ବର ୧୨ରେ ହାତୀବାରି ଗ୍ରାମର କୈଳାସ ସାଇଅଙ୍କ ଜୀବନ ନେଇଥିଲା। ପ୍ରତିବାଦରେ ଲୋକେ ପୂରା ରେଞ୍ଜରେ ଲଙ୍କାକାଣ୍ଡ ଘଟାଇଥିଲେ। ଏହାପରେ ଅକ୍ଟୋବର ୨୧ରେ ଟାଇଁସି ଗ୍ରାମର ତ୍ରିନାଥ ସାହୁଙ୍କୁ ମଧ୍ୟ ଆକ୍ରମଣ କରି ମାରିଦେଇଥିଲା। ଘଟଣାକୁ ନେଇ ପୋଲିସ ସହ ଜନତାଙ୍କ ଖଣ୍ଡଯୁଦ୍ଧ ହୋଇଥିଲା। ତେବେ କିଛି ଦିନର ଲୁଚକାଳି ଖେଳ ପରେ ୨୦୧୮ ନଭେମ୍ବର ୬ରେ ବାଘୁଣୀ ସୁନ୍ଦରୀକୁ କାବୁ କରାଯାଇ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri