ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ

ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର ଓ ବିଦ୍ୟାଳୟ ଭିତରେ ପାଣି ପଶି ଯିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪ ଶହରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାରୁ ଯାତାୟାତ ଓ ପାଠପଢ଼ାରେ ସମସ୍ୟା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ୧୫ରୁ ଊଦ୍ଧର୍‌ବ ଦୋକାନ ପାଣି ଘେରରେ ଥିବାରୁ ସେସବୁ ବନ୍ଦ ରହିଛି। ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି। ଖବରପାଇ ଛେଣ୍ଡିପଦା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ. ଲଲାଟେନ୍ଦୁ ନୈବେଦ୍ୟ ବିଦ୍ୟାଳୟକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପାଣି ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି। ବାଗଡିଆ ଗ୍ରାମବାସୀଙ୍କ ପକ୍ଷରୁ ଡ୍ରେନର ପୁନରୁଦ୍ଧାର କରାଯାଇ ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ କରାଯାଇଛି। ଶିମିଳିପାଳ ପଞ୍ଚାୟତର ସାପୋଇନାଳି ଗ୍ରାମର ନେଙ୍କୁରୀ ବେହେରାଙ୍କ ଘର ଭିତରେ ପାଣି ପଶିଯାଇଛି। ପଞ୍ଚାୟତର ଶିମିଳିପାଳ, କାଠପାଳ, ସାପୋଇନାଳି, ଚରାକାନି ଆଦି ଗ୍ରାମରେ ପ୍ରାୟ ୭୦ରୁ ଊଦ୍ଧର୍‌ବ ଚାଳ ଛପର ଘର ଭାଙ୍ଗି ଯାଇଛି। ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ ଗ୍ରାମକୁ ଯାଇ ଉକ୍ତ ହିତାଧିକାରୀମାନଙ୍କୁ ଜରି ପାଲ ଯୋଗାଇ ଦେବା ନିମନ୍ତେ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଟାଙ୍ଗିର ପଞ୍ଚାୟତ ବାରମଞ୍ଚା ଗ୍ରାମର ବିଳାସ ବେହେରା, ମିଲୁ ମାଝି, ନୂଆପଡା ଗ୍ରାମର ତୀର୍ଥବାସୀ ଭୋଇ, ଧନେଶ୍ବର ମହାପାତ୍ର, ଟାଙ୍ଗିର ଗ୍ରାମର ପଳଉ ସେଠୀ, ପଞ୍ଚାନନ ସାହୁ, ରମେଶ ବାରିକ, ପୁରୁଣାଗଡ ଗ୍ରାମର କୁମର ସାହୁ, ମଦନ ମୋହନ ସାହୁ, ସରପାଳ ଗ୍ରାମର ଈଶ୍ବର ନାଏକ, ଲିପନ ସାହୁ ଓ ଶତ୍ରୁଘନ ସାହୁଙ୍କ ଘର କାନ୍ଥ ଭାଙ୍ଗିଯାଇଛି। ଟାଙ୍ଗିର ସରପଞ୍ଚ ଅମରେଶ ନାଥ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଦାବି କରିଛନ୍ତି। ସେହିପରି ପାତ୍ରପଡା ପଞ୍ଚାୟତରେ ୭ରୁ ଊଦ୍ଧର୍‌ବ ହିତାଧିକାରୀଙ୍କ ଘର ଭାଙ୍ଗିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri