ମୂଳ ଖାତାକୁ ଫେରିଲା ୫. ୭୮ ଡିସିମିଲ ବିକ୍ରି ଜମି

ରାଜନଗର, ୪ା୧୦(ଭାସ୍କର ରାଉତରାୟ)ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ଭୂତ ବିକିଥିବା ଜମି ଘଟଣାର ରହସ୍ୟ ଉପରୁ ପରଦା ହଟିଛି। କେନ୍ଦ୍ରାପଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଜମି ମାଲିକ ମୃତ ଉପେନ୍ଦ୍ର ଖିଲାରଙ୍କ ଝିଅ ମଞ୍ଜୁଲତା ଖିଲାର ଦ୍ୱାରସ୍ଥ ହେବା ପରେ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୨୫ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜମି ବିକ୍ରି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମି ବିକିଥିବା ଲୋକ ନକଲି, ଜମିର ପ୍ରକୃତ ମାଲିକ ୨୫ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ପ୍ରଶାସନ ସ୍ପଷ୍ଟ ହେବା, ପ୍ରମାଣ ପାଇବା ପରେ ୨ଟି ଦଲିଲ ଓ ମ୍ୟୁଟେସନକୁ ଖାରଜ କରାଯାଇ ମୂଳ ଖାତାକୁ ଜମି ଫେରାଇ ଅଣାଯାଇଛି।
ରାଜନଗର ତହସିଲ ଅନ୍ତର୍ଗତ ଭାଟପଡା ମୌଜାର ଖାତା ନଂ. ୮ , ପ୍ଲଟ ନଂ. ୧୬୫ ରକବା ୫ ଏକର ୭୮ ଡିସିମିଲ ଜମି ମାଲିକ ଭଦ୍ରକ ଜିଲା ସାହାଡାକଚେରୀ ସାହିର ଉପେନ୍ଦ୍ର ଖିଲାର। ଉପେନ୍ଦ୍ର ୧୯୯୮ରେ ମୃତ୍ୟୁବରଣ କରିସାରିଛନ୍ତି। ୨୦୨୩ ମେ ୨ରେ ଭଦ୍ରକ ଜିଲା ଜାଗୁଳା ଗାଁର କାର୍ତ୍ତିକ ଖିଲାର ନିଜକୁ ଉପେନ୍ଦ୍ର ଖିଲାର ବୋଲି ଦର୍ଶାଇ ଏହି ୫ ଏକର ୭୮ ଡିସିମିଲ ଜମିକୁ ରାଜନଗର ଥାନା ଅନ୍ତର୍ଗତ କୁଶାଇଲୋ ଗାଁର କ୍ଷୀରୋଦ କୁମାର ରାଉତରାୟଙ୍କ ପତ୍ନୀ ରାଧାରାଣୀ ରାଉଳଙ୍କୁ ବିକ୍ରି କରି ଦେଇଛନ୍ତି। କାର୍ତ୍ତିକ ଖିଲାର ନିଜର ଆଧାରକାର୍ଡକୁ ନକଲ କରି ଉପେନ୍ଦ୍ର ଖିଲାର ନଁାରେ ଆଧାରକାର୍ଡ ପ୍ରସ୍ତୁତ କରି ଏହି ଜମି ବିକ୍ରି କରି ଦେଇଥିଲେ। ପ୍ରକୃତ ଜମି ମାଲିକ ମୃତ ଉପେନ୍ଦ୍ରଙ୍କ ଝିଅ ମଞ୍ଜୁଲତା ଏହା ଜାଣିବା ପରେ ଥାନା ଓ ତହସିଲରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭଦ୍ରକ ଓ ଚାନ୍ଦବାଲି ତହସିଲର ଚିଠି ଜମି ହଡପ ପାଇଁ ହୋଇଥିବା ଯୋଜନାବଦ୍ଧ ଷଡଯନ୍ତ୍ରକୁ ସ୍ପଷ୍ଟ କରିଥିଲା। ଭଦ୍ରକ ତହସିଲ ପକ୍ଷରୁ ଦିଆଯାଇଥିବା ଚିଠିରେ ସାହାଡାକଚେରୀ ସାହିର ଉପେନ୍ଦ୍ର ଖିଲାର ଦୀର୍ଘବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି। ସେ କଲିକତାରେ ରହୁଥିଲେ ଓ କଲିକତାରେ ମୃତ୍ୟୁବରଣ କରି ସାରିଛନ୍ତି ବୋଲି ଦର୍ଶାଯାଇଥିଲା। ୧୯୬୮ରେ ଉପେନ୍ଦ୍ର ଖିଲାର ଏହି ଜମିକୁ କିଣିଥିଲେ। ସେତେବେଳେ ତାଙ୍କର ବୟସ ୪୦ବର୍ଷ ଥିଲା। ଅର୍ଥାତ୍‌ ବର୍ତ୍ତମାନ ତାଙ୍କର ବୟସ ୯୫ ବର୍ଷ ହୋଇଥାନ୍ତା। ମାତ୍ର ଜମି ବିକିଥିବା ନକଲି କାର୍ତ୍ତିକ ଖିଲାରଙ୍କ ବୟସ ୬୯ବର୍ଷ ଦଲିଲରେ ଉଲ୍ଲେଖ ରହିଛି। ଏହାବାଦେ ଚାନ୍ଦବାଲି ତହସିଲ ପକ୍ଷରୁ ଯେଉଁ ନୋଟିସ ଜାଗୁଳା ଗାଁକୁ ପଠାଯାଇଥିଲା। ଜାଗୁଳା ଗାଁରେ ଉପେନ୍ଦ୍ର ଖିଲାର ନାଁରେ କେହି ନ ଥିବା ତହସିଲ କର୍ମଚାରୀ ଓ ଜାଗୁଳା ଗାଁର ପୋଷ୍ଟ ମାଷ୍ଟର ଲିଖିତ ଭାବେ ରାଜନଗର ତହସିଲକୁ ଜଣାଇଛନ୍ତି। ଜାଗୁଳା ଗାଁରେ ଉପେନ୍ଦ୍ର ଖିଲାର ନାଁରେ କେହି ବ୍ୟକ୍ତି ନ ଥିବା ବେଳେ ଜାଗୁଳା ଗାଁର ଉପେନ୍ଦ୍ର ଖିଲାର ଜମି ବିକି ଥିବାରୁ ଉପେନ୍ଦ୍ର ଯେ ନକଲି ତାହା ତହସିଲଦାର ଓ ପ୍ରଶାସନ ନିଶ୍ଚିନ୍ତ ହୋଇଥିଲେ। ସବ୍‌ରେଜିଷ୍ଟାର କ୍ରେତା, ବିକ୍ରେତା, ସାକ୍ଷୀ, ଚିହ୍ନଟି ହାଜର ହୋଇ ନ ଥିଲେ ମଧ୍ୟ ଭଦ୍ରକ ଓ ଚାନ୍ଦବାଲି ତହସିଲର ଚିଠି ପରେ ଉପେନ୍ଦ୍ର ଖିଲାର ମୃତ ଏହା ସତ। ସେହି ଆଧାରରେ ହୋଇଥିବା କବଲାକୁ ବାତିଲ କରି ମୂଳ ଖାତାକୁ ଜମି ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ରିପୋର୍ଟ ଦେଇଥିଲେ। କେନ୍ଦ୍ରାପଡ଼ା ଉପଜିଲାପାଳଙ୍କ କୋର୍ଟରେ ମ୍ୟୁଟେସନ କେସ୍‌ ନଂ. ୧୮୦୧/୨୩ ଓ ୧୮୦୨/୨୩କୁ ଖାରଜ କରାଯାଇ ମୂଳ ଖାତା ଭାଟପଡା ମୌଜାର ଖାତା ନଂ. ୮, ପ୍ଲଟ ନଂ. ୧୬୫ରେ ଦରଜ କରିବା ପାଇଁ ରାଜନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତ ଜମି ବିକ୍ରି ଘଟଣାରେ ଦୁଇଟି ଦଲିଲ ହୋଇଥିଲା। ପ୍ରତ୍ୟେକ ଦଲିଲ ୨ ଏକର ୮୯ ଡିସିମିଲ ଲେଖାଏ ହୋଇଥିଲା। ଏହାକୁ ମ୍ୟୁଟେସନ କରି ନୂଆ ଖାତା ୧୭୪/୨୩୮ ଓ ୧୭୪/୨୩୯ ହୋଇଥିଲା। ରାଜନଗର ତହସିଲ ପକ୍ଷରୁ ଏହାକୁ ଖାରଜ କରାଯାଇ ମୂଳ ଖାତା ୮ ଓ ପ୍ଲଟ ନଂ. ୧୬୫କୁ ୫ ଏକର ୭୮ ଡିସିମିଲ ଜମି ଫେରାଇ ଅଣାଯାଇଛି ବୋଲି ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ ସୂଚନା ଦେଇଛନ୍ତି। ଭୁତ ଜମି ବିକ୍ରି ଘଟଣା ରାଜନଗର ତହସିଲ ପାଇଁ ଅପବାଦ ଆଣିଥିଲା। ରାଜନଗର ତହସିଲଦାର ଭୂତ ଜମି ବିକ୍ରି ଘଟଣା ଜାଣିବା ପରେ ଏ ନେଇ ନିଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ବିତ କରିଥିଲେ। ମାତ୍ର ୪ ମାସ ମଧ୍ୟରେ ଭୂତ ଜମି ବିକିବା ଦୁଇଟି ଦଲିଲକୁ ଖାରଜ କରାଯାଇ ମୂଳ ଖାତାକୁ ଜମି ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri