ମୂଳ ଖାତାକୁ ଫେରିଲା ୫. ୭୮ ଡିସିମିଲ ବିକ୍ରି ଜମି

ରାଜନଗର, ୪ା୧୦(ଭାସ୍କର ରାଉତରାୟ)ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ଭୂତ ବିକିଥିବା ଜମି ଘଟଣାର ରହସ୍ୟ ଉପରୁ ପରଦା ହଟିଛି। କେନ୍ଦ୍ରାପଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଜମି ମାଲିକ ମୃତ ଉପେନ୍ଦ୍ର ଖିଲାରଙ୍କ ଝିଅ ମଞ୍ଜୁଲତା ଖିଲାର ଦ୍ୱାରସ୍ଥ ହେବା ପରେ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୨୫ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜମି ବିକ୍ରି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମି ବିକିଥିବା ଲୋକ ନକଲି, ଜମିର ପ୍ରକୃତ ମାଲିକ ୨୫ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ପ୍ରଶାସନ ସ୍ପଷ୍ଟ ହେବା, ପ୍ରମାଣ ପାଇବା ପରେ ୨ଟି ଦଲିଲ ଓ ମ୍ୟୁଟେସନକୁ ଖାରଜ କରାଯାଇ ମୂଳ ଖାତାକୁ ଜମି ଫେରାଇ ଅଣାଯାଇଛି।
ରାଜନଗର ତହସିଲ ଅନ୍ତର୍ଗତ ଭାଟପଡା ମୌଜାର ଖାତା ନଂ. ୮ , ପ୍ଲଟ ନଂ. ୧୬୫ ରକବା ୫ ଏକର ୭୮ ଡିସିମିଲ ଜମି ମାଲିକ ଭଦ୍ରକ ଜିଲା ସାହାଡାକଚେରୀ ସାହିର ଉପେନ୍ଦ୍ର ଖିଲାର। ଉପେନ୍ଦ୍ର ୧୯୯୮ରେ ମୃତ୍ୟୁବରଣ କରିସାରିଛନ୍ତି। ୨୦୨୩ ମେ ୨ରେ ଭଦ୍ରକ ଜିଲା ଜାଗୁଳା ଗାଁର କାର୍ତ୍ତିକ ଖିଲାର ନିଜକୁ ଉପେନ୍ଦ୍ର ଖିଲାର ବୋଲି ଦର୍ଶାଇ ଏହି ୫ ଏକର ୭୮ ଡିସିମିଲ ଜମିକୁ ରାଜନଗର ଥାନା ଅନ୍ତର୍ଗତ କୁଶାଇଲୋ ଗାଁର କ୍ଷୀରୋଦ କୁମାର ରାଉତରାୟଙ୍କ ପତ୍ନୀ ରାଧାରାଣୀ ରାଉଳଙ୍କୁ ବିକ୍ରି କରି ଦେଇଛନ୍ତି। କାର୍ତ୍ତିକ ଖିଲାର ନିଜର ଆଧାରକାର୍ଡକୁ ନକଲ କରି ଉପେନ୍ଦ୍ର ଖିଲାର ନଁାରେ ଆଧାରକାର୍ଡ ପ୍ରସ୍ତୁତ କରି ଏହି ଜମି ବିକ୍ରି କରି ଦେଇଥିଲେ। ପ୍ରକୃତ ଜମି ମାଲିକ ମୃତ ଉପେନ୍ଦ୍ରଙ୍କ ଝିଅ ମଞ୍ଜୁଲତା ଏହା ଜାଣିବା ପରେ ଥାନା ଓ ତହସିଲରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଭଦ୍ରକ ଓ ଚାନ୍ଦବାଲି ତହସିଲର ଚିଠି ଜମି ହଡପ ପାଇଁ ହୋଇଥିବା ଯୋଜନାବଦ୍ଧ ଷଡଯନ୍ତ୍ରକୁ ସ୍ପଷ୍ଟ କରିଥିଲା। ଭଦ୍ରକ ତହସିଲ ପକ୍ଷରୁ ଦିଆଯାଇଥିବା ଚିଠିରେ ସାହାଡାକଚେରୀ ସାହିର ଉପେନ୍ଦ୍ର ଖିଲାର ଦୀର୍ଘବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି। ସେ କଲିକତାରେ ରହୁଥିଲେ ଓ କଲିକତାରେ ମୃତ୍ୟୁବରଣ କରି ସାରିଛନ୍ତି ବୋଲି ଦର୍ଶାଯାଇଥିଲା। ୧୯୬୮ରେ ଉପେନ୍ଦ୍ର ଖିଲାର ଏହି ଜମିକୁ କିଣିଥିଲେ। ସେତେବେଳେ ତାଙ୍କର ବୟସ ୪୦ବର୍ଷ ଥିଲା। ଅର୍ଥାତ୍‌ ବର୍ତ୍ତମାନ ତାଙ୍କର ବୟସ ୯୫ ବର୍ଷ ହୋଇଥାନ୍ତା। ମାତ୍ର ଜମି ବିକିଥିବା ନକଲି କାର୍ତ୍ତିକ ଖିଲାରଙ୍କ ବୟସ ୬୯ବର୍ଷ ଦଲିଲରେ ଉଲ୍ଲେଖ ରହିଛି। ଏହାବାଦେ ଚାନ୍ଦବାଲି ତହସିଲ ପକ୍ଷରୁ ଯେଉଁ ନୋଟିସ ଜାଗୁଳା ଗାଁକୁ ପଠାଯାଇଥିଲା। ଜାଗୁଳା ଗାଁରେ ଉପେନ୍ଦ୍ର ଖିଲାର ନାଁରେ କେହି ନ ଥିବା ତହସିଲ କର୍ମଚାରୀ ଓ ଜାଗୁଳା ଗାଁର ପୋଷ୍ଟ ମାଷ୍ଟର ଲିଖିତ ଭାବେ ରାଜନଗର ତହସିଲକୁ ଜଣାଇଛନ୍ତି। ଜାଗୁଳା ଗାଁରେ ଉପେନ୍ଦ୍ର ଖିଲାର ନାଁରେ କେହି ବ୍ୟକ୍ତି ନ ଥିବା ବେଳେ ଜାଗୁଳା ଗାଁର ଉପେନ୍ଦ୍ର ଖିଲାର ଜମି ବିକି ଥିବାରୁ ଉପେନ୍ଦ୍ର ଯେ ନକଲି ତାହା ତହସିଲଦାର ଓ ପ୍ରଶାସନ ନିଶ୍ଚିନ୍ତ ହୋଇଥିଲେ। ସବ୍‌ରେଜିଷ୍ଟାର କ୍ରେତା, ବିକ୍ରେତା, ସାକ୍ଷୀ, ଚିହ୍ନଟି ହାଜର ହୋଇ ନ ଥିଲେ ମଧ୍ୟ ଭଦ୍ରକ ଓ ଚାନ୍ଦବାଲି ତହସିଲର ଚିଠି ପରେ ଉପେନ୍ଦ୍ର ଖିଲାର ମୃତ ଏହା ସତ। ସେହି ଆଧାରରେ ହୋଇଥିବା କବଲାକୁ ବାତିଲ କରି ମୂଳ ଖାତାକୁ ଜମି ଫେରାଇ ଆଣିବାକୁ ଜିଲା ପ୍ରଶାସନକୁ ରିପୋର୍ଟ ଦେଇଥିଲେ। କେନ୍ଦ୍ରାପଡ଼ା ଉପଜିଲାପାଳଙ୍କ କୋର୍ଟରେ ମ୍ୟୁଟେସନ କେସ୍‌ ନଂ. ୧୮୦୧/୨୩ ଓ ୧୮୦୨/୨୩କୁ ଖାରଜ କରାଯାଇ ମୂଳ ଖାତା ଭାଟପଡା ମୌଜାର ଖାତା ନଂ. ୮, ପ୍ଲଟ ନଂ. ୧୬୫ରେ ଦରଜ କରିବା ପାଇଁ ରାଜନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତ ଜମି ବିକ୍ରି ଘଟଣାରେ ଦୁଇଟି ଦଲିଲ ହୋଇଥିଲା। ପ୍ରତ୍ୟେକ ଦଲିଲ ୨ ଏକର ୮୯ ଡିସିମିଲ ଲେଖାଏ ହୋଇଥିଲା। ଏହାକୁ ମ୍ୟୁଟେସନ କରି ନୂଆ ଖାତା ୧୭୪/୨୩୮ ଓ ୧୭୪/୨୩୯ ହୋଇଥିଲା। ରାଜନଗର ତହସିଲ ପକ୍ଷରୁ ଏହାକୁ ଖାରଜ କରାଯାଇ ମୂଳ ଖାତା ୮ ଓ ପ୍ଲଟ ନଂ. ୧୬୫କୁ ୫ ଏକର ୭୮ ଡିସିମିଲ ଜମି ଫେରାଇ ଅଣାଯାଇଛି ବୋଲି ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ ସୂଚନା ଦେଇଛନ୍ତି। ଭୁତ ଜମି ବିକ୍ରି ଘଟଣା ରାଜନଗର ତହସିଲ ପାଇଁ ଅପବାଦ ଆଣିଥିଲା। ରାଜନଗର ତହସିଲଦାର ଭୂତ ଜମି ବିକ୍ରି ଘଟଣା ଜାଣିବା ପରେ ଏ ନେଇ ନିଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ବିତ କରିଥିଲେ। ମାତ୍ର ୪ ମାସ ମଧ୍ୟରେ ଭୂତ ଜମି ବିକିବା ଦୁଇଟି ଦଲିଲକୁ ଖାରଜ କରାଯାଇ ମୂଳ ଖାତାକୁ ଜମି ଫେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?