ପ୍ରତିଶ୍ରୁତି ପାଳନରେ ପଛୁଆ

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ଅଛନ୍ତି। ସେଥିରେ ପାଞ୍ଚଜଣ ସ୍ଥାୟୀ ଏବଂ ୧୦ ଜଣ ନିର୍ବାଚିତ ସଦସ୍ୟ। ଭାରତ ଆଠଥର ୟୁଏନ୍‌ଏସ୍‌ସିର ଅସ୍ଥାୟୀ ସଦସ୍ୟ ରହିଆସିଛି। ଏବେ ୨୦୨୮-୨୦୨୯ ଅବଧି ପାଇଁ ସଦସ୍ୟତା ଲାଗି ଚେଷ୍ଟା କରିବ। ତେବେ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତର ସ୍ବରକୁ ବୈଶ୍ୱିକ ସଂଗଠନରେ ଶୁଣାଯିବା ଦରକାର। ୨୦୨୧ରେ ତତ୍କାଳୀନ ଜାତିସଂଘ ମାନବ ଅଧିକାର କମିଶନର ମିଚେଲ ବାଚଲେଟ୍‌ କହିଥିଲେ, ମାନବ ଅଧିକାରର ପ୍ରୋତ୍ସାହନ ତଥା ସୁରକ୍ଷା ହେଉଛି ଜାତିସଂଘ ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ର ପ୍ରାଥମିକ ଦାୟିତ୍ୱ। ତଥାପି ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାରେ ମାନବ ଅଧିକାର ସୁରକ୍ଷା ହେଉଛି ସର୍ବୋତ୍ତମ ଉପାୟ। ଏହି ଦୃଷ୍ଟିରୁ ଆସନ୍ତୁ ଗତ କିଛିବର୍ଷ ମଧ୍ୟରେ ଜାତିସଂଘ ମାନବ ଅଧିକାର ବ୍ୟବସ୍ଥା ସହିତ ଭାରତର ଯୋଗଦାନକୁ ଦେଖିବା। ପ୍ରକୃତ କଥା ହେଉଛି, ଭାରତ ୟୁଏନ୍‌ଏଚ୍‌ଆର୍‌ସିରେ ଏକ ଶକ୍ତିଶାଳୀ ନେତୃତ୍ୱ ଭାବେ ଉଭା ହୋଇନାହିଁ କି ଏହା ପରିଷଦର ବ୍ୟବସ୍ଥାରେ ଗଠନମୂଳକ କାର୍ଯ୍ୟ କରିନାହିଁ। ପରିଷଦର ୧୮ ବର୍ଷ ମଧ୍ୟରେ ୧୬ ବର୍ଷ ପାଇଁ ଭାରତ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ସଦସ୍ୟ ରହିଆସିଛି। ଏବେ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ରହିଛି। ପ୍ରସ୍ତାବନା ସଂଖ୍ୟା ୬୦/୨୫୧ ବଳରେ ୟୁଏନ୍‌ଏଚ୍‌ଆର୍‌ସି ଗଠନ ହୋଇଛି। ଏଥିରେ କୁହାଯାଇଛି, ପରିଷଦକୁ ନିର୍ବାଚିତ ସଦସ୍ୟମାନେ ମାନବ ଅଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ମାନ ଧାରଣ କରିବା ସହ ପରିଷଦ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବା ଦରକାର ଏବଂ ସଦସ୍ୟତା କାଳରେ ୟୁନିଭର୍ସିଆଲ ପିରିୟଡ଼ିକ ରିଭ୍ୟୁ (ୟୁପିଆର୍‌) ପଦ୍ଧତିରେ ସେମାନଙ୍କ କାର୍ଯ୍ୟ ଉପରେ ଅନୁଧ୍ୟାନ କରାଯିବା ଆବଶ୍ୟକ।
ଜାତିସଂଘର ମାନବ ଅଧିକାର ବିଶେଷଜ୍ଞ ତଥା ଅଫିସ ଅଫ୍‌ ଦି ହାଇ କମିଶନର ଫର ହ୍ୟୁମାନ ରାଇଟ୍ସ (ଓଏଚ୍‌ସିଏଚ୍‌ଆର୍‌) ଭାରତ ଉପରେ ୨୦୧୯ରୁ ୨୫ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ସଦସ୍ୟତାର ଶେଷ ଦୁଇ ଅବଧି ମଧ୍ୟରେ ଏହାର ଆଭ୍ୟନ୍ତରୀଣ ମାନବ ଅଧିକାର ତଥା ଅନ୍ତର୍ଜାତୀୟ ମାନବ ଅଧିକାରକୁ ଅନୁପାଳନ ନ କରିବା ଉଦ୍‌ବେଗର ବିଷୟ ବୋଲି କୁହାଯାଇଛି। ୟୁଏନ୍‌ ସ୍ପେଶିଆଲ ପ୍ରୋସିଡିୟୋର୍ସ (ୟୁଏନ୍‌ଏସ୍‌ପି) ସ୍ବାଧୀନ ବିଶେଷଜ୍ଞଙ୍କୁ ନେଇ ଏଚ୍‌ଆର୍‌ସି ଦ୍ୱାରା ଗଠନ କରାଯାଇଛି। ଏହା ସାରା ବିଶ୍ୱରେ ମାନବ ଅଧିକାର ସମ୍ପର୍କରେ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିଥାଏ। ୨୪ ଜାନୁଆରୀ ୨୦୧୧ରୁ ୨୪ ସେପ୍ଟେମ୍ବର ୨୦୨୪ ମଧ୍ୟରେ ଭାରତ ସରକାର ଏଚ୍‌ଆର୍‌ସିରୁ ୨୦୦ରୁ ଅଧିକ ଚିଠି ପାଇଥିଲେ। ହେଲେ ଏକତୃତୀୟାଂଶରୁ କମ୍‌ ଉପରେ ଉତ୍ତର ଦେଇଛନ୍ତି। ୨୦୧୪ ପରେ ଭାରତ ଆସି ସମୀକ୍ଷା ଶେଷ କରିବା ପାଇଁ ୟୁଏନ୍‌ଏସ୍‌ପି କେବଳ ଦୁଇଥର ସୁଯୋଗ ପାଇଛି। ଏବେସୁଦ୍ଧା ୧୯ଟି ଗସ୍ତର ଅନୁରୋଧ ଉପରେ ନିଷ୍ପତ୍ତି ନିଆଯାଇନାହିଁ। ଏପରି କି ୧୯୯୯ରୁ କେତୋଟି ଉପରେ ଉତ୍ତର ଦିଆଯାଇନାହିଁ। ଶେଷ ୟୁନିଭର୍ସିଆଲ ପିରିୟଡ଼ିକ ରିଭ୍ୟୁ ଦ୍ୱାରା ପ୍ରତ୍ୟେକ ଦେଶର ମାନବ ଅଧିକାର ରେକର୍ଡର ଅନୁଧ୍ୟାନ କରାଯାଇ ସେଥିରେ ଉନ୍ନତି ଆଣିବା ଲାଗି ସୁପାରିସ କରାଯାଇଛି। ଏହି ସମୀକ୍ଷାରେ ୨୧ଟି ଦେଶ ଭାରତ ଧର୍ମୀୟ ସ୍ବାଧୀନତା ଏବଂ ଧର୍ମୀୟ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷାରେ ଉନ୍ନତି ଆଣିବା ଦରକାର ବୋଲି ପରାମର୍ଶ ଦେଇଥିଲେ। ଭାରତରେ ହିଂସା ଏବଂ ଘୃଣା ବକ୍ତବ୍ୟ ବୃଦ୍ଧି ତଥା ସରକାର ଧର୍ମାନ୍ତରୀକରଣ ବିରୋଧୀ ଆଇନ ଭଳି ଭେଦଭାବ ନୀତି ଗ୍ରହଣ କରୁଥିବାରୁ ଅନେକ ଦେଶ ପାଇଁ ତାହା ଚିନ୍ତାର ବିଷୟ ହୋଇଛି। ୧୯ଟି ଦେଶ କହିଛନ୍ତି, ନିର୍ଯାତନା ବିରୋଧରେ ମିଳିତ ଜାତିସଂଘର ଚୁକ୍ତିକୁ ଭାରତ ସ୍ବୀକାର କରିବା ଉଚିତ। ଏଥିରେ ଆମେ ୧୯୯୭ରେ ସ୍ବାକ୍ଷର କରିଥିଲେ ବି ତାହାକୁ ସ୍ବୀକାର କରିନାହଁୁ। ଉଭୟ ୨୦୧୨ ଏବଂ ୨୦୧୭ ୟୁପିଆର୍‌ରେ ଭାରତ କହିଛି, ଏହି ଚୁକ୍ତିନାମାକୁ ସ୍ବୀକାର କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିନାହିଁ। ନଅଟି ମୁଖ୍ୟ ମାନବ ଅଧିକାର ଚୁକ୍ତି ମଧ୍ୟରୁ କେବଳ ୬ଟିରେ ଭାରତ ସ୍ବାକ୍ଷର କରିଛି।
୨୦୧୮ ଏବଂ ୨୦୧୯ରେ କଶ୍ମୀରରେ ମାନବିକ ଅଧିକାରର ସ୍ଥିତି ଉପରେ ମାନବ ଅଧିକାର କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଦୁଇଟି ରିପୋର୍ଟରେ ସାମ୍ବାଦିକଙ୍କ ଉପରେ କଟକଣା ଏବଂ ଜନସାଧାରଣଙ୍କ ଜୀବନ ଉପରେ ପ୍ରଭାବ ପକାଉଥିବା ସବୁପ୍ରକାର କଟକଣା ହଟାଇ ନେବା ଲାଗି କୁହାଯାଇଛି। ପ୍ରତିଶୋଧାମତ୍କ ଆଚରଣକୁ ନେଇ ଜାତିସଂଘର ମହାସଚିବଙ୍କ ରିପୋର୍ଟରେ ଭାରତ କ୍ରମାଗତ ଭାବେ ରହିଆସିଛି। ୨୦୨୦ ରିପୋର୍ଟରେ ମହାସଚିବ କହିଥିଲେ ଯେ ଦେଶରେ ଜାରି ରହିଥିବା ଧମକ ଏବଂ ପ୍ରତିଶୋଧ ତଥା ଦଣ୍ଡର ଭୟ ଯୋଗୁ କେତେଜଣ ନାଗରିକ ସମାଜର ପ୍ରତିନିଧି ମିଳିତ ଜାତିସଂଘ ସହ ସହଯୋଗ କରିବାରୁ ଦୂରେଇ ରହିଥିଲେ। ତେବେ ଭାରତ ୟୁଏନ୍‌ଏସ୍‌ସିରେ ସ୍ଥାୟୀ ସଦସ୍ୟତା ପାଇବାରେ ୟୁଏନ୍‌ଏଚ୍‌ଆର୍‌ସି ସହିତ ବିଶ୍ୱସନୀୟ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ପଷ୍ଟ ଯେ, ଭାରତ ତାହାର ଆଭ୍ୟନ୍ତରୀଣ ତଥା ଅନ୍ତର୍ଜାତୀୟ ମାନବ ଅଧିକାରର କର୍ତ୍ତବ୍ୟକୁ ଠିକ୍‌ ଭାବେ ପାଳନ କରୁନାହିଁ। ଏହା ସହ ସଦସ୍ୟ ଭାବରେ ଦେଇଥିବା ପ୍ରତିଶ୍ରୁତି ପାଳନ ଏବଂ ଜାତିସଂଘର ବିଭିନ୍ନ ସଂସ୍ଥା ତଥା ବ୍ୟବସ୍ଥାଗୁଡ଼ିକ ସହିତ ସହଯୋଗଭିତ୍ତିକ କାର୍ଯ୍ୟ କରୁନାହିଁ। ସୁରକ୍ଷା ପରିଷଦର ସଂସ୍କାର ଉପରେ ଚୁକ୍ତି ଶୀଘ୍ର ଶେଷ ହୋଇ ନ ପାରେ, କିନ୍ତୁ ଯଦି ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ଗମ୍ଭୀରତା ପ୍ରକାଶ କରିଛି, ତେବେ ଦର୍ଶାଇବାକୁ ପଡ଼ିବ ଯେ ଏହା ୟୁଏନ୍‌ଏଚ୍‌ଆର୍‌ସି ସମେତ ଜାତିସଂଘର ମାନବିକ ଅଧିକାର ସଂସ୍ଥାଗୁଡ଼ିକ ସହ ଜଡ଼ିତ ହେବ। ଏହା ନିଶ୍ଚିତ ଭାବରେ ୟୁଏନ୍‌ଏଚ୍‌ଆର୍‌ସିର ସଦସ୍ୟତା ମାନଦଣ୍ଡକୁ ଲଗାତର ଏବଂ ନୀତିଗତ ଢଙ୍ଗରେ ପାଳନ କରିବା ଆବଶ୍ୟକ। ମିଳିତ ଜାତିସଂଘର ମାନବ ଅଧିକାର ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମାନବ ଅଧିକାରର ପ୍ରୋତ୍ସାହନ ତଥା ସୁରକ୍ଷା କ୍ଷେତ୍ରରେ ଏହା ସର୍ବୋଚ୍ଚ ମାନଦଣ୍ଡ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ। ଯେତେବେଳେ ଆମେ ଜାଣିଶୁଣି ଠିକ୍‌ କାର୍ଯ୍ୟ ନ କରିବା ତେବେ ସୁଯୋଗ ହରାଇବା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

ତାମିଲନାଡୁରେ ୧୮୦-୨୦୦ ଆସନ ଜିତିବ TVK! AIADMK ସହିତ ମେଣ୍ଟକୁ କରୁଛି ଅସ୍ବୀକାର

ଚେନ୍ନାଇ, ୨।୫: ତାମିଲନାଡୁ, କେରଳ, ପୁଡୁଚେରୀ, ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ସମସ୍ତ ପାଞ୍ଚଟି ରାଜ୍ୟର…

ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ, ତୁରନ୍ତ ଜାଣିବା ପାଇଁ ଏମିତି କରନ୍ତୁ ଚେକ୍‌…

କଟକ,୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗର ୧୫ଟି ପୋଲିଂ ବୁଥରେ ସଂଘର୍ଷ, ଟିଏମସି-ଭାଜପା କର୍ମୀ ମୁହାଁମୁହିଁ

କୋଲକାତା,୨।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ, ଦକ୍ଷିଣ ୨୪ ପରଗନା ଜିଲାର ଫାଲଟା ଅଞ୍ଚଳରୁ ସଂଘର୍ଷର ରିପୋର୍ଟ ଆସିଛି। ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ…

ଲୋକକଳାର ବିକାଶ ଲାଗି ଜିଲାପାଳଙ୍କ ଗୁରୁତ୍ୱ, କଳାକୁ ବଜାୟ ରଖିଥିବାରୁ ପ୍ରେମଲତାଙ୍କୁ…

ପୁରୁଷୋତ୍ତମପୁର,୨ା୫(ସବିତା ମିଶ୍ର): ଲୋକକଳାର ବିକାଶ ଲାଗି ଆଗେଇ ଆସିଛନ୍ତି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ। ଲୋପ ପାଇବାକୁ ବସିଥିବା ଲୋକକଳା ଓ ପଲ୍ଲୀନୃତ୍ୟକୁ କିପରି ପୁଣିଥରେ ଉଦ୍‌ଜୀବିତ…

ଭାଜପା ଛାଡିବେ ବ୍ରିଜଭୂଷଣ ଶରଣ ସିଂହ? ପୂରା ପ୍ଲାନ କହିଲେ ପୁଅ ପ୍ରତୀକ

ନୂଆଦିଲ୍ଲୀ,୨।୫: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ରାଜନୈତିକ ଉଷ୍ମତା ତୀବ୍ର ହେବା ଆରମ୍ଭ ହୋଇସାରିଛି। ଏହା ମଧ୍ୟରେ, ଭାରତୀୟ ଜନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri