ପ୍ରତିଶ୍ରୁତି ପାଳନରେ ପଛୁଆ

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ଅଛନ୍ତି। ସେଥିରେ ପାଞ୍ଚଜଣ ସ୍ଥାୟୀ ଏବଂ ୧୦ ଜଣ ନିର୍ବାଚିତ ସଦସ୍ୟ। ଭାରତ ଆଠଥର ୟୁଏନ୍‌ଏସ୍‌ସିର ଅସ୍ଥାୟୀ ସଦସ୍ୟ ରହିଆସିଛି। ଏବେ ୨୦୨୮-୨୦୨୯ ଅବଧି ପାଇଁ ସଦସ୍ୟତା ଲାଗି ଚେଷ୍ଟା କରିବ। ତେବେ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତର ସ୍ବରକୁ ବୈଶ୍ୱିକ ସଂଗଠନରେ ଶୁଣାଯିବା ଦରକାର। ୨୦୨୧ରେ ତତ୍କାଳୀନ ଜାତିସଂଘ ମାନବ ଅଧିକାର କମିଶନର ମିଚେଲ ବାଚଲେଟ୍‌ କହିଥିଲେ, ମାନବ ଅଧିକାରର ପ୍ରୋତ୍ସାହନ ତଥା ସୁରକ୍ଷା ହେଉଛି ଜାତିସଂଘ ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ର ପ୍ରାଥମିକ ଦାୟିତ୍ୱ। ତଥାପି ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାରେ ମାନବ ଅଧିକାର ସୁରକ୍ଷା ହେଉଛି ସର୍ବୋତ୍ତମ ଉପାୟ। ଏହି ଦୃଷ୍ଟିରୁ ଆସନ୍ତୁ ଗତ କିଛିବର୍ଷ ମଧ୍ୟରେ ଜାତିସଂଘ ମାନବ ଅଧିକାର ବ୍ୟବସ୍ଥା ସହିତ ଭାରତର ଯୋଗଦାନକୁ ଦେଖିବା। ପ୍ରକୃତ କଥା ହେଉଛି, ଭାରତ ୟୁଏନ୍‌ଏଚ୍‌ଆର୍‌ସିରେ ଏକ ଶକ୍ତିଶାଳୀ ନେତୃତ୍ୱ ଭାବେ ଉଭା ହୋଇନାହିଁ କି ଏହା ପରିଷଦର ବ୍ୟବସ୍ଥାରେ ଗଠନମୂଳକ କାର୍ଯ୍ୟ କରିନାହିଁ। ପରିଷଦର ୧୮ ବର୍ଷ ମଧ୍ୟରେ ୧୬ ବର୍ଷ ପାଇଁ ଭାରତ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦର ସଦସ୍ୟ ରହିଆସିଛି। ଏବେ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ରହିଛି। ପ୍ରସ୍ତାବନା ସଂଖ୍ୟା ୬୦/୨୫୧ ବଳରେ ୟୁଏନ୍‌ଏଚ୍‌ଆର୍‌ସି ଗଠନ ହୋଇଛି। ଏଥିରେ କୁହାଯାଇଛି, ପରିଷଦକୁ ନିର୍ବାଚିତ ସଦସ୍ୟମାନେ ମାନବ ଅଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ମାନ ଧାରଣ କରିବା ସହ ପରିଷଦ ସହିତ ସମ୍ପୂର୍ଣ୍ଣ ସହଯୋଗ କରିବା ଦରକାର ଏବଂ ସଦସ୍ୟତା କାଳରେ ୟୁନିଭର୍ସିଆଲ ପିରିୟଡ଼ିକ ରିଭ୍ୟୁ (ୟୁପିଆର୍‌) ପଦ୍ଧତିରେ ସେମାନଙ୍କ କାର୍ଯ୍ୟ ଉପରେ ଅନୁଧ୍ୟାନ କରାଯିବା ଆବଶ୍ୟକ।
ଜାତିସଂଘର ମାନବ ଅଧିକାର ବିଶେଷଜ୍ଞ ତଥା ଅଫିସ ଅଫ୍‌ ଦି ହାଇ କମିଶନର ଫର ହ୍ୟୁମାନ ରାଇଟ୍ସ (ଓଏଚ୍‌ସିଏଚ୍‌ଆର୍‌) ଭାରତ ଉପରେ ୨୦୧୯ରୁ ୨୫ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ସଦସ୍ୟତାର ଶେଷ ଦୁଇ ଅବଧି ମଧ୍ୟରେ ଏହାର ଆଭ୍ୟନ୍ତରୀଣ ମାନବ ଅଧିକାର ତଥା ଅନ୍ତର୍ଜାତୀୟ ମାନବ ଅଧିକାରକୁ ଅନୁପାଳନ ନ କରିବା ଉଦ୍‌ବେଗର ବିଷୟ ବୋଲି କୁହାଯାଇଛି। ୟୁଏନ୍‌ ସ୍ପେଶିଆଲ ପ୍ରୋସିଡିୟୋର୍ସ (ୟୁଏନ୍‌ଏସ୍‌ପି) ସ୍ବାଧୀନ ବିଶେଷଜ୍ଞଙ୍କୁ ନେଇ ଏଚ୍‌ଆର୍‌ସି ଦ୍ୱାରା ଗଠନ କରାଯାଇଛି। ଏହା ସାରା ବିଶ୍ୱରେ ମାନବ ଅଧିକାର ସମ୍ପର୍କରେ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିଥାଏ। ୨୪ ଜାନୁଆରୀ ୨୦୧୧ରୁ ୨୪ ସେପ୍ଟେମ୍ବର ୨୦୨୪ ମଧ୍ୟରେ ଭାରତ ସରକାର ଏଚ୍‌ଆର୍‌ସିରୁ ୨୦୦ରୁ ଅଧିକ ଚିଠି ପାଇଥିଲେ। ହେଲେ ଏକତୃତୀୟାଂଶରୁ କମ୍‌ ଉପରେ ଉତ୍ତର ଦେଇଛନ୍ତି। ୨୦୧୪ ପରେ ଭାରତ ଆସି ସମୀକ୍ଷା ଶେଷ କରିବା ପାଇଁ ୟୁଏନ୍‌ଏସ୍‌ପି କେବଳ ଦୁଇଥର ସୁଯୋଗ ପାଇଛି। ଏବେସୁଦ୍ଧା ୧୯ଟି ଗସ୍ତର ଅନୁରୋଧ ଉପରେ ନିଷ୍ପତ୍ତି ନିଆଯାଇନାହିଁ। ଏପରି କି ୧୯୯୯ରୁ କେତୋଟି ଉପରେ ଉତ୍ତର ଦିଆଯାଇନାହିଁ। ଶେଷ ୟୁନିଭର୍ସିଆଲ ପିରିୟଡ଼ିକ ରିଭ୍ୟୁ ଦ୍ୱାରା ପ୍ରତ୍ୟେକ ଦେଶର ମାନବ ଅଧିକାର ରେକର୍ଡର ଅନୁଧ୍ୟାନ କରାଯାଇ ସେଥିରେ ଉନ୍ନତି ଆଣିବା ଲାଗି ସୁପାରିସ କରାଯାଇଛି। ଏହି ସମୀକ୍ଷାରେ ୨୧ଟି ଦେଶ ଭାରତ ଧର୍ମୀୟ ସ୍ବାଧୀନତା ଏବଂ ଧର୍ମୀୟ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷାରେ ଉନ୍ନତି ଆଣିବା ଦରକାର ବୋଲି ପରାମର୍ଶ ଦେଇଥିଲେ। ଭାରତରେ ହିଂସା ଏବଂ ଘୃଣା ବକ୍ତବ୍ୟ ବୃଦ୍ଧି ତଥା ସରକାର ଧର୍ମାନ୍ତରୀକରଣ ବିରୋଧୀ ଆଇନ ଭଳି ଭେଦଭାବ ନୀତି ଗ୍ରହଣ କରୁଥିବାରୁ ଅନେକ ଦେଶ ପାଇଁ ତାହା ଚିନ୍ତାର ବିଷୟ ହୋଇଛି। ୧୯ଟି ଦେଶ କହିଛନ୍ତି, ନିର୍ଯାତନା ବିରୋଧରେ ମିଳିତ ଜାତିସଂଘର ଚୁକ୍ତିକୁ ଭାରତ ସ୍ବୀକାର କରିବା ଉଚିତ। ଏଥିରେ ଆମେ ୧୯୯୭ରେ ସ୍ବାକ୍ଷର କରିଥିଲେ ବି ତାହାକୁ ସ୍ବୀକାର କରିନାହଁୁ। ଉଭୟ ୨୦୧୨ ଏବଂ ୨୦୧୭ ୟୁପିଆର୍‌ରେ ଭାରତ କହିଛି, ଏହି ଚୁକ୍ତିନାମାକୁ ସ୍ବୀକାର କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ କରିନାହିଁ। ନଅଟି ମୁଖ୍ୟ ମାନବ ଅଧିକାର ଚୁକ୍ତି ମଧ୍ୟରୁ କେବଳ ୬ଟିରେ ଭାରତ ସ୍ବାକ୍ଷର କରିଛି।
୨୦୧୮ ଏବଂ ୨୦୧୯ରେ କଶ୍ମୀରରେ ମାନବିକ ଅଧିକାରର ସ୍ଥିତି ଉପରେ ମାନବ ଅଧିକାର କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଦୁଇଟି ରିପୋର୍ଟରେ ସାମ୍ବାଦିକଙ୍କ ଉପରେ କଟକଣା ଏବଂ ଜନସାଧାରଣଙ୍କ ଜୀବନ ଉପରେ ପ୍ରଭାବ ପକାଉଥିବା ସବୁପ୍ରକାର କଟକଣା ହଟାଇ ନେବା ଲାଗି କୁହାଯାଇଛି। ପ୍ରତିଶୋଧାମତ୍କ ଆଚରଣକୁ ନେଇ ଜାତିସଂଘର ମହାସଚିବଙ୍କ ରିପୋର୍ଟରେ ଭାରତ କ୍ରମାଗତ ଭାବେ ରହିଆସିଛି। ୨୦୨୦ ରିପୋର୍ଟରେ ମହାସଚିବ କହିଥିଲେ ଯେ ଦେଶରେ ଜାରି ରହିଥିବା ଧମକ ଏବଂ ପ୍ରତିଶୋଧ ତଥା ଦଣ୍ଡର ଭୟ ଯୋଗୁ କେତେଜଣ ନାଗରିକ ସମାଜର ପ୍ରତିନିଧି ମିଳିତ ଜାତିସଂଘ ସହ ସହଯୋଗ କରିବାରୁ ଦୂରେଇ ରହିଥିଲେ। ତେବେ ଭାରତ ୟୁଏନ୍‌ଏସ୍‌ସିରେ ସ୍ଥାୟୀ ସଦସ୍ୟତା ପାଇବାରେ ୟୁଏନ୍‌ଏଚ୍‌ଆର୍‌ସି ସହିତ ବିଶ୍ୱସନୀୟ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ପଷ୍ଟ ଯେ, ଭାରତ ତାହାର ଆଭ୍ୟନ୍ତରୀଣ ତଥା ଅନ୍ତର୍ଜାତୀୟ ମାନବ ଅଧିକାରର କର୍ତ୍ତବ୍ୟକୁ ଠିକ୍‌ ଭାବେ ପାଳନ କରୁନାହିଁ। ଏହା ସହ ସଦସ୍ୟ ଭାବରେ ଦେଇଥିବା ପ୍ରତିଶ୍ରୁତି ପାଳନ ଏବଂ ଜାତିସଂଘର ବିଭିନ୍ନ ସଂସ୍ଥା ତଥା ବ୍ୟବସ୍ଥାଗୁଡ଼ିକ ସହିତ ସହଯୋଗଭିତ୍ତିକ କାର୍ଯ୍ୟ କରୁନାହିଁ। ସୁରକ୍ଷା ପରିଷଦର ସଂସ୍କାର ଉପରେ ଚୁକ୍ତି ଶୀଘ୍ର ଶେଷ ହୋଇ ନ ପାରେ, କିନ୍ତୁ ଯଦି ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ଗମ୍ଭୀରତା ପ୍ରକାଶ କରିଛି, ତେବେ ଦର୍ଶାଇବାକୁ ପଡ଼ିବ ଯେ ଏହା ୟୁଏନ୍‌ଏଚ୍‌ଆର୍‌ସି ସମେତ ଜାତିସଂଘର ମାନବିକ ଅଧିକାର ସଂସ୍ଥାଗୁଡ଼ିକ ସହ ଜଡ଼ିତ ହେବ। ଏହା ନିଶ୍ଚିତ ଭାବରେ ୟୁଏନ୍‌ଏଚ୍‌ଆର୍‌ସିର ସଦସ୍ୟତା ମାନଦଣ୍ଡକୁ ଲଗାତର ଏବଂ ନୀତିଗତ ଢଙ୍ଗରେ ପାଳନ କରିବା ଆବଶ୍ୟକ। ମିଳିତ ଜାତିସଂଘର ମାନବ ଅଧିକାର ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମାନବ ଅଧିକାରର ପ୍ରୋତ୍ସାହନ ତଥା ସୁରକ୍ଷା କ୍ଷେତ୍ରରେ ଏହା ସର୍ବୋଚ୍ଚ ମାନଦଣ୍ଡ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ। ଯେତେବେଳେ ଆମେ ଜାଣିଶୁଣି ଠିକ୍‌ କାର୍ଯ୍ୟ ନ କରିବା ତେବେ ସୁଯୋଗ ହରାଇବା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?