Posted inଫୁରସତ

ପଛ କଲେ ଚାକିରି, ପଡ଼ିଲେ ପକ୍ଷୀ ପ୍ରେମରେ…

କେବେ ସଉକରେ ପାଳୁଥିଲେ ଚଢ଼େଇ। ଏବେ ତାହା ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର। ମୋଟା ଅଙ୍କର ଚାକିରିକୁ ପଛ କରି ପକ୍ଷୀପ୍ରେମରେ ପଡ଼ିଥିବା ଏହି ଯୁବ ଇଞ୍ଜିନିୟର ଜଣକ ହେଲେ ଗିରିଜା ପ୍ରସାଦ ମିଶ୍ର। ତାଙ୍କ ଫାର୍ମରେ ଏବେ ଶୋଭା ପାଇଛନ୍ତି ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆମାଜନ ସମେତ ଦେଶବିଦେଶର ବହୁ ପକ୍ଷୀ। କେବଳ ଏତିକି ନୁହେଁ, ବୈଜ୍ଞାନିକ ପଦ୍ଧତିରେ ମିଳନ କରାଇ ସେ ପ୍ରସ୍ତୁତ କରୁଛନ୍ତି ରଙ୍ଗବେରଙ୍ଗର ଶାବକ।

ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସହ ସକାଳ ଆରମ୍ଭ କରୁଥିବା ଗିରିଜା ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ବ୍ରାହ୍ମଣଶାସନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ମିଶ୍ର ଏବଂ ପୁଷ୍ପାରାଣୀ ମିଶ୍ରଙ୍କ ପୁଅ। ପେସାରେ ଇଞ୍ଜିନିୟର। ପାଠପଢ଼ା ସରିବା ପରେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ମାସିକ ୯୨ ହଜାର ଟଙ୍କାରେ ଚାକିରି କରୁଥିଲେ। ଏକ ଦୁର୍ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇଦେଲା। ଅଣ୍ଟାରେ ଆଘାତ ଲାଗିବା ପରେ ଆଉ କାମ କରିପାରିଲେ ନାହିଁ। ଚାକିରି ଛାଡ଼ିବା ପାଇଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା। ପିଲାଦିନୁ ପକ୍ଷୀପାଳନ ପ୍ରତି ଆକର୍ଷଣ କାରଣରୁ ଗିରିଜା ମୁମ୍ବାଇସ୍ଥିତ ଭଡ଼ାଘରେ ମଧ୍ୟ କେତେକ ପକ୍ଷୀ ପାଳିଥିଲେ। ଘରବାହୁଡ଼ା ପରେ ଏହାକୁ ବ୍ୟବସାୟିକ ରୂପ ଦେବାକୁ ଆରମ୍ଭ କରିଥିଲେ ପ୍ରସ୍ତୁତି, ଯାହା ୨୦୧୫ରେ ନେଇଥିଲା ସଫଳ ରୂପ।
ଗିରିଜାଙ୍କ କୋଠା ଉପରେ ଏବେ ଶୋଭା ବଢ଼ାଉଛି ୨୦୦ ବର୍ଗଫୁଟର ପକ୍ଷୀବିହାର। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ ହଜାର ଟଙ୍କାରେ ପକ୍ଷୀ କିଣି ଆଣି ସେଗୁଡ଼ିକର ଲାଳନପାଳନ କରିଥିଲେ। ଏବେ ଏହି ବ୍ୟବସାୟ ୩୫ ଲକ୍ଷରେ ପହଞ୍ଚତ୍ଲାଣି। ତାଙ୍କ ‘ଦି ଏକ୍ସୋଟିକା ଫାର୍ମ’ରେ ଏବେ ୨୨ ପ୍ରଜାତିର ପକ୍ଷୀ। ପାଇନ୍‌ଆପଲ କନ୍ୟୁର, ବ୍ଲୁ ଗ୍ରୀନ୍‌ ଚିକ୍‌ କନ୍ୟୁର, ସନ୍‌ ଚିକ୍‌ କନ୍ୟୁର, ୟେଲୋ ସାଇଡେଡ୍‌ କନ୍ୟୁର, ସନ୍‌ କନ୍ୟୁର, ବ୍ରୋଞ୍ଜ ଓ୍ବିଙ୍ଗ୍‌ଡ ପିନ୍‌ସ, ସେନେଗାଲ ପାରଟ, ପାଟାଗୋନିଆନ କନ୍ୟୁର, ରେଇନ୍‌ବୋ ଲରି, ରେଡ୍‌ କଲର୍‌ଡ ଲରି, ଡସ୍କି ଲରି, ଚାର୍ଟରିଂ ଲରି , ବ୍ଲାକ୍‌ ଉଇଙ୍ଗ୍‌ଡ ଲରି, ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ ପ୍ରମୁଖ ଭଲ ବ୍ୟବସାୟ ହେଉଛି। ଫାର୍ମର ସବୁଠୁ ବିରଳ ଏବଂ ଦାମୀ ପ୍ରଜାତିର ପକ୍ଷୀ ‘ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ’ର ଦାମ୍‌ ୧ ଲକ୍ଷ ୨୦ ହଜାର ଟଙ୍କା। ପୂର୍ବରୁ କେବଳ ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲା ମଧ୍ୟରେ ଏହି ପକ୍ଷୀ ବ୍ୟବସାୟ ସୀମିତ ଥିଲା। ହେଲେ ଗିରିଜାଙ୍କ ନିଷ୍ଠା ପାଇଁ ଏବେ ଏହା ଓଡ଼ିଶାର ବିଭିନ୍ନ ଜିଲା ସମେତ ବାଙ୍ଗାଲୋର, ହାଇଦ୍ରାବାଦ, କେରଳ, କୋଲକାତା ଯାଏ ପହଞ୍ଚତ୍ଲାଣି।

ସ୍ଥାନୀୟ ଚାଷୀଙ୍କୁ ମିଳିଛି ରୋଜଗାର
ବ୍ୟବସାୟିକ ଭିତ୍ତିରେ ପକ୍ଷୀ ଫାର୍ମ କରିବା ସହଜ ନୁହେଁ। ଚଢ଼େଇଙ୍କ ନିୟମିତ ଯତ୍ନ ନେବା ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ଦେବା ଚ୍ୟାଲେଞ୍ଜ ପାଲଟିଥାଏ। ପୂର୍ବରୁ ପକ୍ଷୀଙ୍କ ଖାଦ୍ୟ ପାଇଁ ଗିରିଜା ବାହାର ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ସୂର୍ଯ୍ୟମୁଖୀ ମଞ୍ଜି, ଚିନାବାଦାମ, ଧାନ, ମଦାନା, ମକା, ପିଜୁଳି, କାକୁଡ଼ି, ଅମୃତଭଣ୍ଡା ସହଜରେ ସଂଗ୍ରହ କରୁଛନ୍ତି। ଆଞ୍ଚଳିକ ଚାଷୀ ମଧ୍ୟ ପକ୍ଷୀ ଖାଦ୍ୟ ଉତ୍ପାଦନ କରିବାକୁ ଆଗ୍ରହୀ ହେଉଛନ୍ତି।
ପାଲଟିଛି ସେଲ୍‌ଫି ପଏଣ୍ଟ
ଗିରିଜାଙ୍କ ପକ୍ଷୀ ଫାର୍ମ ପାଇଁ ଭୁବନ ବ୍ଲକର ମଫସଲ ଗଁା ମାର୍ଥାପୁର ନୂତନ ପରିଚୟ ପାଇଛି। ଏଠାକୁ ପକ୍ଷୀ କିଣିବାକୁ ଓଡ଼ିଶା ସମେତ ବାହାର ରାଜ୍ୟର ବହୁ ଚଢ଼େଇପ୍ରେମୀ ଆସୁଛନ୍ତି। କେବଳ ଏତିକି ନୁହେଁ, ‘ଦି ଏକ୍ସୋଟିକା ଫାର୍ମ’ ଏବେ ଯୁବତୀଯୁବକଙ୍କ ପାଇଁ ପାଲଟିଛି ସେଲ୍‌ଫି ପଏଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri