ବାବୁଙ୍କ ଦ୍ୱିତୀୟ ପାଳି

ବେଳେବେଳେ ରାଜନେତାମାନେ ସେମାନଙ୍କ ପ୍ରିୟ ତଥା ଭରସାଯୋଗ୍ୟ ବାବୁଙ୍କୁୁ ଅବସର ପରେ ଛାଡ଼ିବାକୁ ଅନିଚ୍ଛୁକ ହୋଇଥାଆନ୍ତି। କୌଣସି ପ୍ରକାରେ ସେମାନଙ୍କୁ ପୁଣି ପ୍ରଶାସନକୁ ଫେରାଇ ଆଣିବାର ବାଟ ଆପଣାନ୍ତି। ୨୦୧୭ରେ ପଞ୍ଜାବରେ ଏମିତି ଘଟଣା ଘଟିଥିଲା। ସେତେବେଳର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାରଙ୍କୁ ତାଙ୍କ ମୁଖ୍ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଥିଲେ। ଯଦିଓ ରାଜ୍ୟରେ ଆଉ ଜଣେ ଆଇଏଏସ୍‌ ଅଫିସର ନିୟମିତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ତଥାପି କୁମାର ମୁଖ୍ୟମନ୍ତ୍ରୀଙ୍କର ଅତି ପ୍ରିୟ ବା ବିଶ୍ୱସ୍ତ ହୋଇଥିବା ଯୋଗୁ ଏଭଳି ନିଯୁକ୍ତି ପାଇଥିଲେ। ଏବେ ପଡ଼ୋଶୀ ପଞ୍ଚାବର ପନ୍ଥା ଆପଣାଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଶାସନରେ ଆଶ୍ଚର୍ଯ୍ୟଜନକ ଭାବେ ସମାନ ପ୍ରକାର ନିଯୁକ୍ତି ଦେଇଛନ୍ତି, ଯାହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ( ସିଏମ୍‌ଓ)ରେ କ୍ଷମତା ସମୀକରଣ ବଳଦିଯିବା ସମ୍ଭାବନା ଦେଖାଦେଇଛି। ଖଟ୍ଟର ସିଏମ୍‌ଓରେ ଅବସରପ୍ରାପ୍ତ ଆଇଏଏସ୍‌ ଡି.ଏସ୍‌.ଢେସିଙ୍କୁ ମୁଖ୍ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ଢେସି ୪ ବର୍ଷ ହରିୟାଣାର ମୁଖ୍ୟ ସଚିବ ରହିବା ପରେ ଗତ ବର୍ଷ ଅବସର ନେଇଥିଲେ। ତା’ପରେ ତାଙ୍କୁ ହରିୟାଣା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ( ଏଚ୍‌ଇଆର୍‌ସି)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଥିଲା। ଏବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେ ଏହି ପଦ ଛାଡିଛନ୍ତି। ଯଦିଓ ଢେସି ଏବେ କେଉଁ ଦାୟିତ୍ୱ ବହନ କରିବେ ତାହା ସ୍ପଷ୍ଟ କରାଯାଇନି ତଥାପି ସେ ସିଏମ୍‌ଓରେ କ୍ଷମତାର ଆଉ ଏକ କେନ୍ଦ୍ରବିନ୍ଦୁ ପାଲଟିବା ସହ ସବୁ ଫାଇଲ ତାଙ୍କ ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାର ବହୁତ ସମ୍ଭାବନା ରହିଥିବା କୁହାଯାଉଛି।

ନୂଆ ଆଶା
ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟାକୁ ସୁରୁଖୁରୁରେ ସମାପନ କରିବା ପାଇଁ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ଗୃହ ସଚିବ ଅଜୟ କୁମାର ଭାଲା,ପ୍ରତିରକ୍ଷା ସଚିବ ଅଜୟ କୁମାର,ଟେଲକମ୍‌ ସଚିବ ଅଂଶୁ ପ୍ରକାଶ, ସୂଚନା ଏବଂ ପ୍ରସାରଣ ସଚିବ ଅମିତ ଖାରେ ଏବଂ ମହାକାଶ ବିଭାଗର ସଚିବ କେ. ସିବନ ଏହି କମିଟିରେ ସଦସ୍ୟ ରହିଛନ୍ତି। ଅତୀତରେ ଆମେ ଦେଖିଆସୁଥିବା ବିବାଦୀୟ ସ୍ପେକ୍ଟ୍ରମ ପ୍ରାଇସ ସମସ୍ୟାର ସମାଧାନ ପାଇଁ ଏହା ତା’ର କାର୍ଯ୍ୟ ପରିସରକୁ ବଢାଇପାରେ ବୋଲି କୁହାଯାଉଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସ୍ପେକ୍ଟ୍ରମ ନିଲାମ ଲାଗି ପ୍ରସ୍ତୁତ ହେବାକୁ ଥିବା ବାର୍ଷିିକ କ୍ୟାଲେଣ୍ଡରକୁ ନିରୀକ୍ଷଣ କରିବ, ଯାହା ଟେଲିକମ୍‌ କମ୍ପାନୀଗୁଡିକୁ ବ୍ୟବସାୟିକ ଉପଯୋଗ ଲାଗି ପ୍ରଦାନ କରାଯାଇଥିବା କ୍ୱାଣ୍ଟମ୍‌ ସହ ସ୍ପେକ୍ଟ୍ରମ ଫ୍ରିକ୍ୱେନ୍ସିର ରୋଡମ୍ୟାପ ପ୍ରସ୍ତୁତ କରିପାରିବ ବୋଲି ଜଣାପଡିଛି। ମନ୍ତ୍ରଣାଳୟଗୁଡ଼ିକ (କମିଟିରେ ଯେଉଁସବୁ ମନ୍ତ୍ରଣାଳୟକୁୁ ସାମିଲ କରାଯାଇଛି) ମଧ୍ୟରେ ରହିଥିବା ସ୍ପେକ୍ଟ୍ରମ ସମ୍ବନ୍ଧିତ ବିଭିନ୍ନ ସମସ୍ୟାକୁ ଉକ୍ତ କମିଟି ଦୂର କରିବ। କେବଳ ଏତିକି ନୁହେଁ ସ୍ପେକ୍ଟ୍ରମ ନିଲାମ ପାଇଁ ପଥ ପରିଷ୍କାର କରିବାକୁ ସରକାରଙ୍କ ନିକଟରେ ଦାବି କରିଆସୁଥିବା ଟେଲିକମ୍‌ କମ୍ପାନୀଗୁଡ଼ିକର ବହୁ ଦିନର ଦାବିକୁ ମଧ୍ୟ ଏହା ପୂରଣ କରିବ। ଯୋଜନା ତଥା ସଂସାଧନ ଆବଣ୍ଟନ କ୍ଷେତ୍ରରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବା ଲାଗି ଏହା କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ। ଏହା ମଧ୍ୟ ସେମାନଙ୍କ ନେଟଓ୍ବର୍କରେ ଯଥାସମ୍ଭବ ଉନ୍ନତି ଆଣିବା ସହ ନୂଆ ଜ୍ଞାନକୌଶଳ ଲାଗୁ କରିବାରେ ସହାୟକ ହୋଇପାରିବ ବୋଲି ଆଶା ସଞ୍ଚାର କରିଛି।

କିଛି ଲାଭ ମିଳୁନି
ବର୍ଷର ଠିକ୍‌ ଏହି ସମୟରେ ନଡାପୋଡି ଯୋଗୁ ଉତ୍ତରଭାରତର ବାୟୁର ମାନ ଶୀଘ୍ର ନଷ୍ଟ ହୋଇଯାଏ। କୋଭିଡ୍‌ ମହାମାରୀରେ ବି ଏଭଳି ପରିସ୍ଥିତି ଦେଖିତ୍ବାକୁ ମିଳିଛି। ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ କୃଷକମାନେ ନଡା ପୋଡିବା ଯୋଗୁ ବାୟୁର ମାନ ଅଧିକ ଖରାପ ହେଉଛି। ପ୍ରତିବର୍ଷ ନଡ଼ାପୋଡି ରୋକିବା ଲାଗି ବହୁ ପଦକ୍ଷେପ ନିଆଯାଉଛି ଓ ମିଡିଆ ମଧ୍ୟ ଏହା ବିରୋଧରେ ସ୍ବର ଉଠାଉଛି, ହେଲେ କିଛି ଲାଭ ମିଳୁନି। ଏ ବର୍ଷ ମଧ୍ୟ ନଡାପୋଡି ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ନଡାପୋଡି ଯୋଗୁ ଦିଲ୍ଲୀ ଏକ ଗ୍ୟାସ ଚାମ୍ପର ପାଲଟି ଯାଏ। ଏଣୁ ଏହାକୁ ଦୂର କରିବା ଲାଗି ଜରୁରୀ ପଦକ୍ଷେପ ଲୋଡା। ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ସାଂଘାତିକ ବିପଦ ସୃଷ୍ଟି କରୁଥିବା ନଡାପୋଡି ବନ୍ଦ କରିବାରେ ଏହି ରାଜ୍ୟଗୁଡ଼ିକର ବିଫଳତାକୁ ନେଇ ସୁପ୍ରିମକୋର୍ଟ ଗମ୍ଭୀରତା ପ୍ରକାଶ କରିଛନ୍ତି। ବାୟୁ ପ୍ରଦୂଷଣ ରୋକିବା ମାମଲାର ପରବର୍ତ୍ତୀ ଶୁଣାଣିରେ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ହାଜର ହେବା ଲାଗି ସୁପ୍ରିିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ଶୀର୍ଷକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ସାମ୍‌ନାକୁ ଆସିବ ବୋଲି ଆଶା କରାଯାଉଛି। ଏହି ସମୟରେ ପଞ୍ଜାବ ଓ ହରୟାଣା ପ୍ରଶାସନ ବିଶେଷ କରି କେନ୍ଦ୍ରର ବିବାଦୀୟ କୃଷି ବିଧେୟକ ବିରୋଧରେ କୃଷକମାନଙ୍କ ପ୍ରତିବାଦକୁ ଶାନ୍ତ କରିବାରେ ବ୍ୟସ୍ତ ରହିଛି। ଦୁଇରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ଏଥିତ୍ରେ ସମ୍ପୂର୍ଣ୍ଣ ଲାଗି ଯାଇଛନ୍ତି। ବାବୁମାନେ ପୂର୍ବବର୍ଷଗୁଡ଼ିକ ଭଳି କୃଷକମାନଙ୍କୁ ନଡାପୋଡି ପାଇଁ ସତର୍କ କରିବା ସହ ଯେଉଁମାନେ ନଡାପୋଡିବେ ସେମାନଙ୍କଠାରୁ ଜରିମାନା ଆଦାୟ କରିବାର ଧମକ ଦେଉଥିଲେ ବି ଶୀତ ଆଗମନ ପୂର୍ବରୁ ଏବର୍ଷ ପୁଣି ଆମେ ବାୟୁ ପ୍ରଦୂଷଣ ଦେଖିବାକୁ ପାଇବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri