ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ ଷଷ୍ଠୀ ପୂଜା ପୂର୍ବରୁ ହିଁ ସହର ଝଲସି ଉଠେ ଝିଲ୍‌ମିଲ୍‌ ଆଲୋକରେ। ମଣ୍ଡପରେ ଦେବୀଙ୍କୁ ଦର୍ଶନ ପାଇଁ ମନ ଚଳଚଞ୍ଚଳ ହୋଇଯାଏ ଶ୍ରଦ୍ଧାଳୁଙ୍କର। ହେଲେ ଚଳିତବର୍ଷ କରୋନା କାରଣରୁ କଡ଼ା କଟକଣା ଲଗାଯାଇଛି। ମଣ୍ଡପରେ ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ମନରେ ସରାଗ ନାହିଁ। ପରଦା ପଛରେ ମା’ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଘରେ ରହି ଛଟପଟ ହେଉଛନ୍ତି ଦର୍ଶନରୁ ବଞ୍ଚିତ ଭକ୍ତବୃନ୍ଦ। ଫଳରେ ପାର୍ବଣ ଉତ୍ସବ ଚଳିତବର୍ଷ ପୂରା ପାଣିଚିଆ ହୋଇଯାଇଛି।
ଚଳିତବର୍ଷ ଅନୁଗୋଳ ସହରରେ ହୋଇଛି ୧୧ଟି ପୂଜା ମଣ୍ଡପ। ସହରର ଅମଲାପଡ଼ା, ଦଶହରା ପଡ଼ିଆ, ପିଟିସି, ଶିମିିଳିପଡ଼ା, ଷ୍ଟେଶନ ରୋଡ୍‌, ଗୀତାଗ୍ରାମ, ସୁସୁଡ଼ା, ବସ୍‌ଷ୍ଟାଣ୍ଡ, ହେମସୁରପଡ଼ା, ଗାନ୍ଧୀ ଛକ, ହୁଲୁରିସିଂହାରେ ମା’ ଦଶଭୁଜା ପୂଜା ପାଉଛନ୍ତି। କିନ୍ତୁ ମଣ୍ଡପ ସମ୍ମୁଖରେ ନାହିଁ ଗହଳି ଚହଳି କି ପଡ଼ିନି ମିନାବଜାର। ସରକାରଙ୍କ କୋଭିଡ୍‌ ନିୟମ ମଧ୍ୟରେ ହିଁ କେବଳ ବିଧି ରକ୍ଷା କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ଯାହା କିଛି ବ୍ୟବସ୍ଥା କରାଯାଇଛି। ସମସ୍ତ ମଣ୍ଡପ ସମ୍ମୁଖରେ ପାଲର ପାଚେରି କରାଯାଇଛି। କୌଣସି ପ୍ରକାରେ ଜନସାଧାରଣ ଯେପରି ଦର୍ଶନ ପାଇଁ ପ୍ରବେଶ କରି ନ ପାରନ୍ତି ତାହା ଉପରେ ନଜର ରଖାଯାଇଛି। ଯଦି ନିୟମ ଉଲ୍ଲଂଘନ କରି ମଣ୍ଡପ ନିକଟରେ ଭିଡ଼ ଜମେ ତା’ହେଲେ ପୋଲିସ ଓ ପ୍ରଶାସନ ପକ୍ଷରୁ ସେଠାରେ ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାର ନିର୍ଦ୍ଦେଶ ରହିଛି। ସେହିପରି ବଜାରରେ ସାମଗ୍ରୀ କିଣାକିଣି ପାଇଁ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇ ସାରିଥିବାରୁ ସହରବାସୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି। କଟକଣାକୁ ଦୃଷ୍ଟିରେ ରଖାଯାଇ କେବଳ ପୂଜକ ଓ କର୍ତ୍ତାଙ୍କୁ ନେଇ ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜା କରାଯାଉଛି ବୋଲି ସମସ୍ତ ମଣ୍ଡପ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅପରପକ୍ଷରେ ସହରରେ ପୂଜା ନିୟନ୍ତ୍ରଣ ପାଇଁ ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି। ୧୫ ଜଣ ଅଫିସରଙ୍କୁ ଦାୟିତ୍ୱରେ ରଖାଯାଇଛି। ନିଜେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏହାକୁ ମନିଟରିଂ କରିବେ। ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।
ଭାବିଲା ବେଳକୁ କଷ୍ଟ ଲାଗୁଛି
ସପ୍ତମୀରୁ ହିଁ ମଣ୍ଡପଗୁଡ଼ିକ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ ମହାମାରୀ ଭୟ ଯୋଗୁ ଏ ବର୍ଷ ପୂଜା ମାନ୍ଦା ପଡ଼ିଯାଇଛି। ନା ମଣ୍ଡପକୁ ସାଜସଜ୍ଜା କରାଯାଇଛି ନା ଦର୍ଶନର କିଛି ବ୍ୟବସ୍ଥା ହୋଇଛି। ଘରେ ରହି ସହରବାସୀ ପୂଜା ପରି ଉତ୍ସବକୁ କେମିତି ପାଳନ କରିବେ ତାହା ଭାବିଲା ବେଳକୁ ବଡ଼ କଷ୍ଟ ଲାଗୁଛି।
-ନିଶିକାନ୍ତ ମିଶ୍ର, ଅମଲାପଡ଼ା
ଜୀବନରେ ଅବସୋସ ରହିଯିବ
ପ୍ରତିବର୍ଷ ମା’ଙ୍କ ନିକଟରେ ବ୍ରତ ରଖିବା ସହ ମଣ୍ଡପରେ ଜଗଜ୍ଜନନୀଙ୍କୁ ଦର୍ଶନ କରିଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। ତେଣୁ ମନ ଭିତରେ ଅବସୋସ ରହିବ। ତଥାପି ମଣ୍ଡପ ସମ୍ମୁଖରୁ ମା’ଙ୍କୁ ମୁଣ୍ଡିଆ ମାରି ଶୁଭ ମନାସିବା ସହ ଜଗତକୁ ଉଦ୍ଧାର କରିବାକୁ ପ୍ରାର୍ଥନା କରିବି।
-ଆଶାରାଣୀ ସାମଲ, ଶିମିଳିପଡ଼ା
ଘରେ ରହି ପୂଜାର୍ଚ୍ଚନା କରିବି
ମଣ୍ଡପକୁ ଯାଇ ଦର୍ଶନ କରିବା ସମ୍ଭବ ନୁହେଁ। ତେଣୁ ଘରେ ରହି ମା’ଙ୍କ ପୂଜାର୍ଚ୍ଚନା କରିବି। ଏବର୍ଷ ପୂଜାକୁ ନେଇ ଥିବା ସମସ୍ତ ଯୋଜନା ଯୋଜନାରେ ରହିଗଲା। ତେଣୁ ଆରବରଷକୁ ଅପେକ୍ଷା କରିବାକୁ ପଡ଼ିବ। ସରକାରୀ କଟକଣାକୁ ସମସ୍ତେ ଗ୍ରହଣ କରି ଭିଡ଼ରୁ ଦୂରେଇ ରହିଲେ ହିଁ ମଙ୍ଗଳ ହେବ।
-ସୁକାନ୍ତି ଦାଶ, ଅନୁଗୋଳ
ସାଙ୍ଗଙ୍କ ସହ ପୂଜା ବୁଲା ଜମିବନି
ପ୍ରତିବର୍ଷ ସାଙ୍ଗମାନଙ୍କ ସହ ପୂଜା ମାହୋଲ ଜମିଥାଏ। ଯିଏ ଯେଉଁଠି ଥିଲେ ବି ପାର୍ବଣରେ ସମସ୍ତେ ଘରକୁ ଆସିଥାନ୍ତି। ବହୁ ଦିନର ଅନ୍ତର ପରେ ସେମାନଙ୍କ ସହ ଦେଖା ହୋଇଥାଏ। କିନ୍ତୁ ଚଳିତବର୍ଷ ତାହା ହୋଇପାରିବ ନାହିଁ। କଟକଣାକୁ ମାନି ଆମକୁ ଘରେ ରହିବାକୁ ହିଁ ପଡ଼ିବ।
-ଦିବ୍ୟରଞ୍ଜନ ଦାସ, ହେମସୁରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀ, ପୋଲିସକୁ ମାଡ଼; ୩ ଗିରଫ

ପଦ୍ମପୁର, ୧୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତର ବନ୍ଧସାହି ଠାରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଅତିରିକ୍ତ ତହସିଲଦାର ଓ...

ଲକ୍‌ଡାଉନ୍‌ ଯୋଗୁ ଚାଷୀ ହତାଶ: ବିଲରେ ପଚୁଛି ପନିପରିବା, ଫୁଲ

ଭଞ୍ଜନଗର,୩୧।୩(ଡି.ଏନ.ଏ)- ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ସରକାର ଲକ୍‌ ଡ଼ାଉନ କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଲୋକେ କାମଧନ୍ଦା ହରାଇଛନ୍ତି। ଅନ୍ୟ ରାଜ୍ୟରୁ ଆସି ଭଞ୍ଜନଗର ବ୍ଲକରେ...

ଓଡ଼ିଶାର ୪ ଆଇନଜୀବୀଙ୍କ ନାମ କଲେଜିୟମ୍‌ର ସୁପାରିସ

କଟକ ଅଫିସ, ୧।୨: ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଏନ୍‌.ଭି. ରାମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ସୋମବାର ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପାଇଁ ୧୭ଜଣଙ୍କ...

ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ...

ବିସ୍ଫୋରକ ରୂପ ନେଲା କାଜୁ ଜଙ୍ଗଲ ବିବାଦ: ସଂଘବଦ୍ଧ ଆକ୍ରମଣରେ ୨ ଆଦିବାସୀ ନିହତ

ନୟାଗଡ ଅଫିସ/ରଣପୁର,୧୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ରାଇପଡାସ୍ଥିତ କାଜୁ ଜଙ୍ଗଲକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶୁକ୍ରବାର ବିସ୍ପୋରକ ରୂପ ନେଇଛି। ରାଇପଡା ନୂଆସାହି...

୪ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.) କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳକୁ ୪ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସାହିବାସୀ ନାହିଁ ନ ଥିବା ଅସୁବିଧାର...

ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ

ବାହାନଗା, ୩୦ା୪(ଡି.ଏନ.ଏ.)-ବାହାନଗା ବ୍ଲକର ସମସ୍ତ ଶିକ୍ଷକ ସଂଘ ପକ୍ଷରୁ କୋଭିଡି-୧୯ର ସଫଳ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି । ବ୍ଲକର...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର...

Advertisement
Archives

Model This Week