ବାବୁଙ୍କୁ ବାସିନ୍ଦା ଅଧିକାର

Dillip Cherian

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୦ ମାସ ପରେ ସ୍ଥାନୀୟ ପ୍ରଶାସନ ଡୋମିସାଇଲ ସାର୍ଟିଫିକେଟ(ମୂଳ ବାସିନ୍ଦା ପ୍ରମାଣପତ୍ର) ଦେବା ଆରମ୍ଭ କରିଛି। ନୂଆ ନିୟମାନୁସାରେ ସ୍ଥାନୀୟ ଲୋକ ହୋଇ ନ ଥିଲେ ମଧ୍ୟ ଏହି ପ୍ରମାଣପତ୍ର ପାଇପାରିବେ। ବିହାରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ନବୀନ କୁମାର ଚୌଧୁରୀ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମୂଳ ବାସିନ୍ଦା ଅଧିକାର ପାଇବାରେ ପ୍ରଥମ ପ୍ରଶାସକ ହୋଇପାରିଛନ୍ତି। ୧୯୯୪ ବ୍ୟାଚ୍‌ର ଜମ୍ମୁ-କଶ୍ମୀର କ୍ୟାଡର୍‌ ଅଧିକାରୀ ଚୌଧୁରୀ ଏବେ ଜମ୍ମୁ-କଶ୍ମୀର କୃଷି ଉତ୍ପାଦନ ବିଭାଗର ପ୍ରମୁୁଖ ସଚିବ ରହିଛନ୍ତି। ନିକଟରେ ଜମ୍ମୁ-କଶ୍ମୀରର ପୂର୍ବତନ ଲ୍ୟୁଟନାଣ୍ଟ ଗଭର୍ନର ଗିରିଶ ଚନ୍ଦ୍ର ମୁର୍ମୁ ଉଭୟ ସ୍ଥାନୀୟ ଓ ଅଣସ୍ଥାନୀୟ ଲୋକମାନଙ୍କୁ ଯଥାଶୀଘ୍ର ବାସିନ୍ଦା ପ୍ରମାଣପତ୍ର ଦେବା ଲାଗି ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଚଳିତ ବର୍ଷର ପ୍ରାରମ୍ଭରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ ଯେ, ଯିଏ ଜମ୍ମୁ-କଶ୍ମୀରରେ ୧୫ ବର୍ଷ ବାସ କରୁଥିବେ କିମ୍ବା ଜମ୍ମୁ-କଶ୍ମୀରର କୌଣସି ଶିକ୍ଷାନୁଷ୍ଠାନରେ ୭ ବର୍ଷ ପଢିବା ସହ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷା ଦେଇଥିବେ ସେମାନଙ୍କୁ ମୂଳ ବାସିନ୍ଦା ପ୍ରମାଣପତ୍ର ଦିଆଯିବ। କେନ୍ଦ୍ରର ଏଭଳି ଅଭିଯାନ ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ମନୋଭାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଜମ୍ମୁ-କଶ୍ମୀରର ଜନସାଂଖି୍ୟକ ତଥା ସାଂସ୍କୃତିକ ପରିଚୟ ପରିବର୍ତ୍ତନ କରିବାକୁ ଏହା ଏକ ପ୍ରୟାସ ବୋଲି କେତେକ ମତ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ନିୟମ ପରିବର୍ତ୍ତନ କରିବା ପରଠାରୁ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଅନ୍‌ଲାଇନରେ ମୂଳ ବାସିନ୍ଦା ପ୍ରମାଣପତ୍ର ପାଇସାରିଛନ୍ତି।

ଅବସର ଧାରାରେ ବାଛବିଚାର
କୋଭିଡ୍‌ ମହାମାରୀ ରାଜ୍ୟଗୁଡିକୁ ସେମାନଙ୍କ ଅର୍ଥନୀତିକୁ ସୀମିତ କରିବାକୁ ବାଧ୍ୟ କରିଥିବାବେଳେ ତାମିଲନାଡୁ ସରକାର ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଅବସରକାଳୀନ ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇଏଏସ୍‌ ଅଫିସର୍ସ୍‌ ଆସୋସିଏଶନ ଓ ବରିଷ୍ଠ ପ୍ରଶାସକଙ୍କ ଆବେଦନକୁ ଭିତ୍ତି କରି ସରକାର ଅବସରପ୍ରାପ୍ତ ସମସ୍ତ ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ମାସକୁ ଅଧିକ ୧୦,୦୦୦ ଟଙ୍କା ଚାକିରିକାଳୀନ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ଅର୍ଥନୀତିରେ ଥିବା ଅନେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥଗିତ ରଖିବା ସହ ପେନସନ ଗ୍ରାଣ୍ଟ ଦେବାକୁ ମନା କରିଥିବାବେଳେ ତାମିଲନାଡୁ ସରକାରଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅତ୍ୟଧିକ ପେନ୍‌ସନ ବୋଝର ସମ୍ମୁଖୀନ ନ ହେବା ପାଇଁ ପାଖାପାଖି ଦୁଇମାସ ତଳେ ସରକାର ବାବୁମାନଙ୍କ ଅବସର ବୟସ ୫୮ରୁ ୫୯କୁ ବୃଦ୍ଧି କରିଥିଲେ। ଖୁବ୍‌ ନିକଟରେ, ସରକାର ଅବସର ନେବାକୁ ଯାଉଥିବା ମୁଖ୍ୟ ଶାସନ ସଚିବ କେ.ଶାନମୁଗମଙ୍କ ଚାକିରିକାଳ ମଧ୍ୟ ତିନିମାସ ବୃଦ୍ଧି କରିଛନ୍ତି।
ସୂତ୍ରରୁ ଜଣାପଡିଛି ଯେ ୨୦୧୫ରେ ପଡ଼ୋଶୀ ରାଜ୍ୟ କର୍ନାଟକ ଜାରି କରିଥିବା ସମାନ ଧରଣର ନିର୍ଦ୍ଦେଶକୁ ଭିତ୍ତି କରି ତାମିଲନାଡୁ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେତେବେଳେ କର୍ନାଟକ ସରକାର ଅବସର ନେଇଥିତ୍ବା ମଖ୍ୟସଚିବ ଏବଂ ଅତିରିକ୍ତ ସଚିବ ସ୍ତରୀୟ ବାବୁମାନଙ୍କର ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧା ଉପରେ ୬,୦୦୦ ଟଙ୍କାର ଚାକିରିକାଳୀନ ଭତ୍ତା ସହ ଟେଲିଫୋନ ଏବଂ ଚିକିତ୍ସା ଭତ୍ତାଦେବାକୁ ଅନୁମତି ଦେଇଥିଲେ।

ଡାକ୍ତରରୁ ମୁଖ୍ୟ ସଚିବ
ମଣିପୁର ଜଣେ ଯୋଗ୍ୟ ଡାକ୍ତରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ଜେ. ସୁରେଶ ବାବୁ ଅବସର ନେବାପରେ ମଣିପୁର କ୍ୟାଡର୍‌ର ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ କୁମାରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଥିଲେ। ବାବୁ ମଧ୍ୟ ଜଣେ ଡାକ୍ତର ଥିଲେ ଓ ପରେ ସିଭିଲ୍‌ ସର୍ଭ୍ୟାଣ୍ଟ ହୋଇପାରିଥିଲେ। ମୁଖ୍ୟ ଶାସନ ସଚିବ ପଦରେ ମଣିପୁରର ଜଣେ ଯୋଗ୍ୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟର ବହୁ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯିବା ପରେ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ୧୯୮୮ ବ୍ୟାଚର ଆଇଏଏସ୍‌ ଅଧିକାରୀ ଡ.କୁମାର ଏହାର ଅଧିକାରୀ ନୁହନ୍ତି ବୋଲି କଥା ଉଠୁଛି ଓ କୁମାରଙ୍କ ନିଯୁକ୍ତି ଘୋଷଣା କରାଗଲା ପରେ ଏବେ ବହୁ ସଂଗଠନ ଏହି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରୁଛନ୍ତି। ତେବେ ରାଜ୍ୟ ସରକାର ଏହି ଦାବି ଉପରେ କୌଣସି ଧ୍ୟାନ ଦେଇନାହାନ୍ତି। ଏହାସହ ସରକାର ଦେଇଥିବା ‘ମୂଳ ସମୁଦାୟଙ୍କୁ ଅଧିକାରରୁ ବଞ୍ଚିତ କରାଯାଉଛି’ ମନ୍ତବ୍ୟକୁ କେନ୍ଦ୍ର କରି ଛାତ୍ର ଅଶାନ୍ତି ମଧ୍ୟ ଦେଖାଦେଇଛି। ଛାତ୍ର ସମୁଦାୟର ମାନସିକତାରେ ପହଞ୍ଚିଥିତ୍ବା ଆଘାତକୁ ଦୂର କରିବା ଲାଗି ପ୍ରଥମେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଡ. କୁମାରଙ୍କୁ ଏହାର ଚିକିତ୍ସା କରିବାକୁ ପଡିବ। ପ୍ରଶାସନିକ ଦାୟିତ୍ୱ ଭଲ ଭାବେ ନିର୍ବାହ କରିବା ସହ ଏହା ହିଁ ତାଙ୍କୁ କରିବାକୁ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri