ବାବୁ ଓ ବଜେଟ

Dillip Cherian

କୋଭିଡ୍‌-୧୯ ମହାମାରୀରେ ସାଂଘାତିକ ଭାବେ କ୍ଷତି ହୋଇଥିବା ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଲାଗି ବଜେଟ୍‌ ୨୦୨୧-୨୨ର ଅବଗଣନା ଆରମ୍ଭ ହୋଇଯାଇଛି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଭାସ ଦେବା ପରେ ତୃତୀୟ ଆର୍ଥିକ ପ୍ୟାକେଜ ଆସିବ ବୋଲି ଜୋରଧରିଛିି। ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ନେତୃତ୍ୱରେ ବଜେଟ ପ୍ରସ୍ତୁତିରେ ସାମିଲ ବାବୁମାନେ କାମରେ ଲାଗିପଡିଛନ୍ତି। ବଜେଟ ପ୍ରସ୍ତୁତି ପାଇଁ ପ୍ରଥମ ବୈଠକ ଅର୍ଥ ସେବା ବିଭାଗର ଅଧିତ୍କାରୀମାନଙ୍କ ସହ ଏମ୍‌ଏସ୍‌ଏମ୍‌ଇ, ଗୃହ,ଷ୍ଟିଲ୍‌ ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ୨୦୨୦-୨୧ର ପରିବର୍ତ୍ତିତ ବଜେଟ୍‌ ଆକଳନ ( ଆର୍‌ଇ) ଏବଂ ୨୦୨୧-୨୦୨୨ ବଜେଟ ଆକଳନକୁ ଚୂଡାନ୍ତ ରୂପ ଦେବାକୁ ପ୍ରାୟ ୧ ମାସ ଲାଗିଯିବ । ବ୍ୟୟ ସଚିବ ଟି.ଭି. ସୋମନାଥନ ଅନ୍ୟ ବିଭାଗୀୟ ସଚିବ ଏବଂ ଅର୍ଥ ପରାମର୍ଶଦାତାମାନଙ୍କ ସହ ଆଲୋଚନା କରିସାରିବା ପରେ ନଭେମ୍ବର ୧୨ରେ ଏହା ଶେଷ କରାଯିବ। ତେବେ ଚଳିତବର୍ଷ କୋଭିଡ୍‌ ଯୋଗୁ ବଜେଟ୍‌ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ ବୈଠକରେ ଅଧିକାରୀଙ୍କ ଉପସ୍ଥିତିକୁ ନେଇ କଟକଣା ରହିପାରେ। ଏହି ବୈଠକରେ ଗୋଟିଏ ମନ୍ତ୍ରଣାଳୟ ବା ବିଭାଗରୁ ନିର୍ଦ୍ଦେଶକ ର଼୍ୟାଙ୍କର ଅତିବେଶିରେ ୫ ଜଣ ଅଧିତ୍କାରୀ ଉପସ୍ଥିତ ରହିପାରନ୍ତି। ରାଜସ୍ବ ସଂଗ୍ରହ,ବିନିବେଶ, ବ୍ୟୟ, ରପ୍ତାନି ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ମହାମାରୀର ପ୍ରଭାବକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବା ଲାଗି ଏହି ବଜେଟ କାର୍ଯ୍ୟ କରିବ। ଏଥିପାଇଁ ଆଗାମୀ ବଜେଟ ମୋଦି ସରକାରଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେହୁଏ। ଅର୍ଥବ୍ୟବସ୍ଥା ୧୦.୩% ଖସିବ ବୋଲି ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ଆକଳନ କରିଛି। ଏପରି କି ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ମଧ୍ୟ ମତ ରଖିତ୍ଛି ଯେ, ଏହା ୯.୫% ଖସିବ। ଏଭଳି ସୂଚନା ବାସ୍ତବରେ ଅତି ଭୟାନକ। ଏହି ବଜେଟ୍‌ ମହାମାରୀ ଯୋଗୁ ଅଭିବୃଦ୍ଧି ହ୍ରାସ ସମ୍ବନ୍ଧିତ ତଥା ରାଜସ୍ବ ସଂଗ୍ରହକୁ ନିୟନ୍ତ୍ରଣକୁ ନେବାରେ ରହିଥିବା ଜଟିଳ ସମସ୍ୟାର ସମ୍ମୁଖୀନ ହେବ।
ନିଯୁକ୍ତିକୁ ଅପେକ୍ଷା
ମହାରାଷ୍ଟ୍ରରେ ୩୬ରୁ ଅଧିକ ଆଇପିଏସ୍‌ ଅଧିକାରୀ ନୂଆ ନିଯୁକ୍ତିକୁ ଚାହିଁ ବସିଛନ୍ତି। କିନ୍ତୁ ଏଥିରେ ହେଉଥିତ୍ବା ଅହେତୁକ ବିଳମ୍ବ ବିରୋଧୀ ଭାଜପାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିବାର ଖୋରାକ ଯୋଗାଇଛି। ନିଯୁକ୍ତି ପାଇବାକୁ ଅପେକ୍ଷାରେ ରହିଥିବା ଅଧିକାରୀମାନଙ୍କ ତାଲିକା ମଧ୍ୟରେ ହାଇ ପ୍ରୋଫାଇଲ ପୋଲିସ ଅଧିକାରୀ ଦେବେନ ଭାରତୀଙ୍କ ସମେତ ୧୫ ଜଣ ଏସ୍‌ପି ପାହ୍ୟା ଅଧିକାରୀ ରହିଛନ୍ତି। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଭାରତୀଙ୍କୁ ନୂଆପଦବୀରେ ଅବସ୍ଥାପିତ କରାଯାଇନାହିଁ। ତାଙ୍କୁ ବଦଳି କରାଯାଇଥିବା ସତ୍ତ୍ୱେ ବି ରିଲିଭ୍‌ କରାଯାଇ ନ ଥିବାରୁ ସେ ଏବେ ଏଡିଜି( ଆଣ୍ଟି ଟେରରିଜମ୍‌ ସ୍କ୍ବାଡ) ଭାବେ ଦାୟିତ୍ୱ ତୁଲାଉଛନ୍ତି। ରାଜ୍ୟ ସରକାର ନିଯୁକ୍ତି ଦେବାକୁ ମନା କରିଦେବାରୁ ପୋଲିସ ବ୍ୟବସ୍ଥାରେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି, ଯାହାକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇରେ ମୁମ୍ବାଇ ପୋଲିସ କମିଶନର ୧୦ ଜଣ ଡିସିପି ପାହ୍ୟାର ଅଧିକାରୀଙ୍କୁ ସରକାରଙ୍କ ସହ ଆଲୋଚନା କରି ଯେତେବେଳେ ଅଦଳବଦଳ କରିଥିଲେ ସେତେବେଳେ ଠାକ୍‌ରେ ଏଥିରେ ଅଧିକ ସନ୍ତୁଷ୍ଟ ନ ଥିଲେ। ପରେ ଏହି ବଦଳିଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏହି ବିଷୟରେ ସରକାରରେ ତୀବ୍ର ମତ ପାର୍ଥକ୍ୟ ଓ ସନ୍ଦେହ ରହିଥିବା ସ୍ପଷ୍ଟ ହୋଇଛି। ଆଇପିଏସ୍‌ମାନଙ୍କ ଅପେକ୍ଷାର ଅବଧି ବଢିଚାଲିଛି। ସରକାର କହୁଛନ୍ତି,ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହା ସରକାରଙ୍କ ନିଷ୍ପତ୍ତିକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ପୋଲିସ ଅଧିକାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇପାରେ।
ଅସନ୍ତୁଷ୍ଟ ଆଇଏଏସ୍‌
ଯେ କୌଣସି ସରକାରରେ ଆଇଏଏସ୍‌ ଓ ଅନ୍ୟ ସର୍ଭିସ ବା ସେବା ମଧ୍ୟରେ ସବୁବେଳେ ଲଢ଼େଇ ହୋଇଥାଏ। ଏଭଳି ଲଢ଼େଇ ଦେଖିବାକୁ ମିଳିଛି ହରିୟାଣାରେ। ହରିୟାଣା ସିଭିଲ ସର୍ଭିସ ଅଫିସର୍ସ ଆସୋସିଏଶନର ସଭାପତି ଜଗଦୀପ ଢାଣ୍ଡାଙ୍କ ଇସ୍ତଫାକୁ ନେଇ ହରିୟାଣା ଆଇଏଏସ୍‌ ଅଫିସରମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଅସନ୍ତୋଷ ପ୍ରକଟ କରିଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ, ମନୋହର ଖଟ୍ଟର ସରକାର ଅନ୍ୟ ସର୍ଭିସ ଦ୍ୱାରା ଆଇଏଏସ୍‌ କ୍ୟାଡର ପଦବୀକୁ ଛଡ଼ାଇନେବା ଲାଗି ଅନୁମତି ଦେଇଛନ୍ତି। ସୂତ୍ରରୁ ଜଣାପଡିଛି ଯେ,ରାଜ୍ୟ ପରିବହନ ବିଭାଗରେ ଏଚ୍‌ସିଏସ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଢାଣ୍ଡା ଅସନ୍ତୋଷ ପ୍ରକାଶ କରିବା ସହ ଇସ୍ତଫା ଦେଇଛନ୍ତି। ରାଜ୍ୟ ସରକାର ସଦ୍ୟତମ ବଦଳିକୁ ନେଇ ବିଦ୍ୱେଷ ଶୀର୍ଷରେ ପହଞ୍ଚିଛି। ଏହି କ୍ରମରେ ଜଣେ ଆଇପିଏସ୍‌ ଅଧିକାରୀ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ଏବଂ ଆଉ ଜଣଙ୍କୁ ରାଜ୍ୟରେ ଥିବା ଦୁଇଟି ପାଓ୍ବାର ୟୁୁଟିଲିଟି ମଧ୍ୟରୁ ଗୋଟିକର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଗଲା। ଆଉ ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ମଧ୍ୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଲେ। ପୁନଶ୍ଚ ରାଜ୍ୟ ସରକାର ଡିଏସ୍‌ପି ଏବଂ ଏମ୍ପ୍ଲଏମେଣ୍ଟ ଅଫିସର୍‌ମାନଙ୍କୁ ଜିଲା ପରିବହନ ଅଧିକାରୀ(ଡିଟିଓ)ମାନଙ୍କ ଲାଗି ଉଦ୍ଦିଷ୍ଟ ପଦରେ ନିଯୁକ୍ତି ଦେଇଛନ୍ତି। ଏହାଯୋଗୁ ରାଜ୍ୟ ସିଭିଲ ସର୍ଭିସ ଅଫିସର୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାହେଉ ସେମାନଙ୍କ ମଧ୍ୟରେ ଆଲୋଚନା ପରେ ଆଇଏଏସ୍‌ କ୍ୟାଡର ପଦବୀରେ ଅନ୍ୟ ସର୍ଭିସର ଅଧିକାରୀଙ୍କୁ ଦିଆଯାଉଥିବା ନିଯୁକ୍ତି ସମ୍ପର୍କରେ ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri