Posted inଖେଳ

କୋହଲିଙ୍କୁ ପଛରେ ପକାଇଲେ ବାବର ଆଜମ

ମୁଲତାନ,୩୧।୮: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାସ୍ତ କରିଛି ପାକିସ୍ତାନି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୫୦ ଓଭରରେ ୬ ଉଇକେଟ ହରାଇ ୩୪୨ ରନ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ ୧୩୧ ବଲରେ ୧୫୧ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ମାରିଥିଲେ। ଏହା ବ୍ୟତୀତ ଇଫ୍‌ତିଖର ଅହମ୍ମଦ ମାତ୍ର ୭୧ ବଲରେ ୧୦୯ ରନ ସଂଗ୍ରହ କରିଥିଲେ।
ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ନେପାଳ ବିପକ୍ଷରେ ଦିନିକିଆ କ୍ୟାରିୟରର ୧୯ତମ ଶତକ ସ୍କୋର କରିଥିଲେ ବାବର ଆଜମ। ୧୦୨ ଇନିଂସରେ ୧୯ତମ ଥର ଶତକ ଅତିକ୍ରମ କରିଥିଲେ।ଏହିପରି, ବାବର ଆଜାମ ସର୍ବନିମ୍ନ ସଂଖ୍ୟକ ଇନିଂସରେ ୧୯ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏଥି ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହାସିମ ଆମଲା ୧୦୪ ଇନିଂସରେ ୧୯ତମ ଶତକ ହାସଲ କରିଥିଲେ।
ଏହା ପରେ ତୃତୀୟ ନମ୍ବର ହେଉଛି ଭାରତୀୟ ଭେଟେରାନ ବିରାଟ କୋହଲି। ବିରାଟ କୋହଲି ୧୨୪ ଇନିଂସରେ ୧୯ତମ ଶତକ ହାସଲ କରିଥିଲେ। ଏଥି ସହିତ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ଣ୍ଣର ଅଛନ୍ତି। ୧୩୯ ଇନିଂସରେ ଡେଭିଡ ୱାର୍ନର ୧୯ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଖେଳାଳି ଏବି ଡି ଭିଲିୟର୍ସ ୧୭୧ ଇନିଂସରେ ୧୯ ଶତକ ହାସଲ କରିଥିଲେ। ଏହିପରି ଭାବରେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?