୬୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରୁହନ୍ତି ‘ବାହୁବଲୀ’ ପ୍ରଭାସ; ଭିତରେ ରହିଛି…

ବମ୍ବେ: ‘ବାହୁବଲୀ’ ସିରିଜର ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ। ମହାରାଜାଙ୍କ ଭଳି ଠାଣି ସାଙ୍ଗକୁ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନ ଜିଣିିଥିଲା। ଲୋକପ୍ରିୟତା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏବେ ଅଭିନେତା ଭାବେ ସବୁଠାରୁ ଅଧିକ ପାଉଣା ନେଉଛନ୍ତି ସେ। ତେବେ ଖାଲି ଯେ ପରଦା ଉପରେ ତାହା ନୁହେଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରଭାସଙ୍କ ଜୀବନଶୈଳୀ କୌଣସି ମହାରାଜାଙ୍କଠାରୁ କମ୍‌ ନୁହେଁ।

ବିରାଟକାୟ ବଙ୍ଗଳାରେ ରୁହନ୍ତି ପ୍ରଭାସ। ହାଇଦ୍ରାବାଦର ପୋଶ ଅଞ୍ଚଳରେ ଅଭିନେତାଙ୍କ ଏହି ଘର ରହିଛି। ୨୦୧୪ରେ ସେ ଏହାକୁ କିଣିଥିଲେ। ଏହି ବଙ୍ଗଳାର ଦାମ ୬୦ କୋଟି। ଘରେ ସୁଇମିଂପୁଲ୍‌ଠାରୁ ଆରମ୍ଭ କରି ଭଲ ଜିମ୍‌ ପର୍ଯ୍ୟନ୍ତ ସବୁକିଛି ରହିଛି। ଜିମ୍‌ରେ ୧.୫ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ରହିଛି। ଘର ବାହାରେ ସୁନ୍ଦର ବଗିଚା ରହିଛି। ସେଠାରେ ସମୟ ବିତାଇବାକୁ ପ୍ରଭାସ ପସନ୍ଦ କରିଥାନ୍ତି।

ମୋଟ ସମ୍ପତ୍ତି ବିଷୟରେ କଥା ହେଲେ ପ୍ରଭାସ ୧୬୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ସେ ଅଛନ୍ତି। ଏଥିପାଇଁ ମୋଟା ଅଙ୍କର ପାଉଣା ସେ ପାଉଛନ୍ତି। ୨୦୧୭ରେ ଅଭିନେତାଙ୍କୁ ଫୋବ୍ସର ଶୀର୍ଷ ୧୦୦ ସେଲିବ୍ରିଟି ତାଲିକାରେ ସ୍ଥାନ ମିଳିଥିଲା। ସେ ୨୨ତମ ସ୍ଥାନରେ ଥିଲେ। ଏକମାତ୍ର ତେଲୁଗୁ ସୁପରଷ୍ଟାର ଭାବେ ସେ ଏହି ସୂଚୀରେ ସ୍ଥାନ ପାଇଥିଲେ।

କହିରଖୁଛୁ, ପ୍ରଭାସ ୨୦୦୨ରେ ଫିଲ୍ମ ‘ଈଶ୍ୱର’ରେ ନିଜର ଡେବ୍ୟୁ କରିଥିଲେ। ୨୦୦୩ରେ ଫିଲ୍ମ ରାଘବେନ୍ଦ୍ର, ୨୦୦୪ରେ ଫିଲ୍ମ ‘ବର୍ଦ୍ଧନ’ରେ ସେ ନଜର ଆସିଥିଲେ। ହେଲେ ୨୦୦୫ରେ ବାହୁବଲୀ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ‘ଛତ୍ରପତି’ରେ ତାଙ୍କ ଅଭିନୟ ଚହଳ ପକାଇଥିଲା। ଫିଲ୍ମଟି ୫୦ରୁ ଅଧିକ ସିନେମାହଲ୍‌ରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri