୬୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରୁହନ୍ତି ‘ବାହୁବଲୀ’ ପ୍ରଭାସ; ଭିତରେ ରହିଛି…

ବମ୍ବେ: ‘ବାହୁବଲୀ’ ସିରିଜର ଫିଲ୍ମ ପରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲେ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ। ମହାରାଜାଙ୍କ ଭଳି ଠାଣି ସାଙ୍ଗକୁ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନ ଜିଣିିଥିଲା। ଲୋକପ୍ରିୟତା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏବେ ଅଭିନେତା ଭାବେ ସବୁଠାରୁ ଅଧିକ ପାଉଣା ନେଉଛନ୍ତି ସେ। ତେବେ ଖାଲି ଯେ ପରଦା ଉପରେ ତାହା ନୁହେଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ପ୍ରଭାସଙ୍କ ଜୀବନଶୈଳୀ କୌଣସି ମହାରାଜାଙ୍କଠାରୁ କମ୍‌ ନୁହେଁ।

ବିରାଟକାୟ ବଙ୍ଗଳାରେ ରୁହନ୍ତି ପ୍ରଭାସ। ହାଇଦ୍ରାବାଦର ପୋଶ ଅଞ୍ଚଳରେ ଅଭିନେତାଙ୍କ ଏହି ଘର ରହିଛି। ୨୦୧୪ରେ ସେ ଏହାକୁ କିଣିଥିଲେ। ଏହି ବଙ୍ଗଳାର ଦାମ ୬୦ କୋଟି। ଘରେ ସୁଇମିଂପୁଲ୍‌ଠାରୁ ଆରମ୍ଭ କରି ଭଲ ଜିମ୍‌ ପର୍ଯ୍ୟନ୍ତ ସବୁକିଛି ରହିଛି। ଜିମ୍‌ରେ ୧.୫ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ରହିଛି। ଘର ବାହାରେ ସୁନ୍ଦର ବଗିଚା ରହିଛି। ସେଠାରେ ସମୟ ବିତାଇବାକୁ ପ୍ରଭାସ ପସନ୍ଦ କରିଥାନ୍ତି।

ମୋଟ ସମ୍ପତ୍ତି ବିଷୟରେ କଥା ହେଲେ ପ୍ରଭାସ ୧୬୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ସେ ଅଛନ୍ତି। ଏଥିପାଇଁ ମୋଟା ଅଙ୍କର ପାଉଣା ସେ ପାଉଛନ୍ତି। ୨୦୧୭ରେ ଅଭିନେତାଙ୍କୁ ଫୋବ୍ସର ଶୀର୍ଷ ୧୦୦ ସେଲିବ୍ରିଟି ତାଲିକାରେ ସ୍ଥାନ ମିଳିଥିଲା। ସେ ୨୨ତମ ସ୍ଥାନରେ ଥିଲେ। ଏକମାତ୍ର ତେଲୁଗୁ ସୁପରଷ୍ଟାର ଭାବେ ସେ ଏହି ସୂଚୀରେ ସ୍ଥାନ ପାଇଥିଲେ।

କହିରଖୁଛୁ, ପ୍ରଭାସ ୨୦୦୨ରେ ଫିଲ୍ମ ‘ଈଶ୍ୱର’ରେ ନିଜର ଡେବ୍ୟୁ କରିଥିଲେ। ୨୦୦୩ରେ ଫିଲ୍ମ ରାଘବେନ୍ଦ୍ର, ୨୦୦୪ରେ ଫିଲ୍ମ ‘ବର୍ଦ୍ଧନ’ରେ ସେ ନଜର ଆସିଥିଲେ। ହେଲେ ୨୦୦୫ରେ ବାହୁବଲୀ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ‘ଛତ୍ରପତି’ରେ ତାଙ୍କ ଅଭିନୟ ଚହଳ ପକାଇଥିଲା। ଫିଲ୍ମଟି ୫୦ରୁ ଅଧିକ ସିନେମାହଲ୍‌ରେ ୧୦୦ ଦିନ ପର୍ଯ୍ୟନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?