ଡ୍ରଗ୍‌ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…

ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା ଦେଇଛନ୍ତି। ୨୦୧୯ରେ ଦେଶରେ ୭୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଘଟିଥିବା ଆମେରିକା ସରକାର କହିଛନ୍ତି। ଦେଶ ପୂର୍ବରୁ ଡ୍ରଗ୍‌ ଓଭରଡୋଜ୍‌ ସହିତ ଲଢ଼େଇ ଜାରି ରଖିଥିବାବେଳେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି ବୋଲି ବ୍ରାଉନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ବ୍ରାଣ୍ଡନ ମାର୍ଶଲ କହିଛନ୍ତି। ମାର୍ଶଲ ଦେଶରେ ଘଟୁଥିବା ଡ୍ରଗ୍‌ ଓଭରଡୋଜ୍‌ ମୃତ୍ୟୁ ଉପରେ ତୀକ୍ଷ୍‌ଣ ନଜର ରଖିଥାନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ଦ୍ୱାରା ଲୋକେ ବାହାରକୁ ନ ଯାଇପାରି ଘରେ ରହି ବିସାଦରୁ ମୁକ୍ତି ପାଇଁ ନିଷିଧ ଘୋଷିତ ଅଫିମର ପ୍ରସ୍ତୁତ ଡ୍ରଗ୍‌ ସେବନ କରିବା ଦ୍ୱାରା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସେମାନେ ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଲାଗି ଠିକ ସମୟରେ ଆବଶ୍ୟକ ଚିକିତ୍ସା ମଧ୍ୟ ପାଇପାରି ନ ଥିବା ମାର୍ଶଲ କହିଛନ୍ତି। ଫେଣ୍ଟାନାୟଲ ଡ୍ରଗ୍ସ୍‌ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ଆମେରିକାରେ ୬୯,୭୧୦ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ମେଥାମ୍ଫିଟାମାଇନ୍‌ ଯୋଗୁ ମୃତ୍ୟୁ ସଂଖ୍ୟା ବଢୁଛି। ଏଭଳି ମୃତକଙ୍କ ସଂଖ୍ୟା ଭେରମଣ୍ଟ୍‌, କେଣ୍ଟୁକେ, ଦକ୍ଷିଣ କାରୋଲିନା, ପଶ୍ଚିମ ଭର୍ଜିନିଆ, କାଲିଫର୍ନିଆ ଆଦି ଅଞ୍ଚଳରେ ଅଧିକ ରହୁଛି। ଡାକ୍ତରଙ୍କ ପରାମର୍ଶ ତଥା ବିନା ପରାମର୍ଶରେ ଅଫିମରୁ ପ୍ରସ୍ତୁତ ଡ୍ରଗ୍‌ ସେବନ କରି ଦେଶରେ ୧୯୯୯ଠାରୁ ୫ ଲକ୍ଷ ଲୋକଙ୍କ ଜୀନ ଯାଇଥିବା ମାର୍ଶଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?