ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ

ଗଞ୍ଜାମ,୧୫।୭(ଡି.ଏନ୍‌.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ ଓ ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ବାଇକ୍‌ ଆରୋହୀ ତେଲ ପକାଇବାକୁ ଆସିଥିଲେ। ହେଲେ ସେହି ସମୟରେ ବାଇକ ଆରୋହୀଙ୍କ ସମେତ ପେଟ୍ରୋଲ ପମ୍ପର କର୍ମଚାରୀ ମଧ୍ୟ ମାସ୍କ ପିନ୍ଧି ନ ଥିଲେ। ଯାହା ଫଳରେ ଉକ୍ତ କର୍ମଚାରୀଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବୁଧବାର ତହସିଲଦାର ଅରୁଣ କୁମାର ନାୟକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ପେଟ୍ରୋଲ ପମ୍ପରେ ବିନା ମାକ୍ସରେ ତେଲ ପକାଯାଉଥିବା ଦେଖିଥିଲେ। ଗ୍ରାହକ ଏବଂ କର୍ମଚାରୀ ମାସ୍କ ପିନ୍ଧି ନ ଥିବା ଦେଖି ତହସିଲଦାର ଉକ୍ତ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତହସିଲଦାରଙ୍କ ନିର୍ଦ୍ଦେଶ ପରେ କର୍ମଚାରୀ ଜଣକ ମଧ୍ୟ ଉଠବସ ହୋଇଥିଲେ। ଏହାର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଅନ୍ୟପଟେ ଏ ସମ୍ପର୍କରେ ତହସିଲଦାର ନାୟକଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ଏଥିସହ ଏହା ଏକ ଫେକ୍‌ ଭିଡିଓ ବୋଲି ତହସିଲଦାର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୪୫୫ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ବାଲେଶ୍ୱର ଅଫିସ, ୩୦ା୧: ବାଲେଶ୍ୱର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲାପରିଷଦ, ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ଼ମେମ୍ବର ପ୍ରାର୍ଥୀ ପାଇଁ ଜିଲାରେ ମୋଟ୍‌ ୧୨,୯୮୨ ପ୍ରାର୍ଥୀଙ୍କ...

ଗାନ୍ଧୀ ମାର୍ଗରେ ହେଉ ଗାନ୍ଧୀ ଭବନ

ଅନୁଗୋଳ ଅଫିସ, ୫ା୧୦ ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ଅନୁଗୋଳର ଗାନ୍ଧୀ ମାର୍ଗ (୧୯୩୪ର ହୁଲୁରିସିଂହା ଛକରୁ ରାଣୀଗୁଡ଼ା ଆମ୍ବତୋଟା ରାସ୍ତା)। ସେତେବେଳେ ଏହି ପଥରେ...

ବର୍ଷା-ଅନୁଭବ ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର,୭।୨(ବ୍ୟୁରୋ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବର୍ଷାଙ୍କ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ...

ସ୍ଥାପନ ହେବ ୫୦୦ ମିଶନ ଶକ୍ତି ବଜାର

ଭୁବନେଶ୍ୱର,୩।୬(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚଜି)ମାନଙ୍କ ପାଇଁ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରିବେ। ଏହି ବଜାର ମହିଳା ଏସ୍‌ଏଚଜିଙ୍କ...

ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ...

ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା...

ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ

ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ...

କନ୍ଧନୟାଗଡ଼ରେ ପାଇଖାନା ଦୁର୍ନୀତିର ତଦନ୍ତ; ପ୍ରାରମ୍ଭରୁ ଦୁର୍ନୀତି ଚାପିବାକୁ ପ୍ରୟାସ, ଫସର ଫାଟିଲା ଜିଲାପାଳଙ୍କ ନିର୍ଦ୍ଦେଶ

ରଣପୁର,୭ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କନ୍ଧନୟାଗଡ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହେଉଥିବା ପାଇଖାନା ଦୁର୍ନୀତିର ବୁଧବାର ତଦନ୍ତ ହୋଇଛି । ବ୍ଲକ...

Advertisement
Archives

Model This Week