Posted inଜାତୀୟ

ବାହାହେବା ପାଇଁ ମୋଦିଙ୍କୁ ଚିଠି

ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ ଯୁବତୀ ବୁଶରାଙ୍କ ସହ ଆଜିମଙ୍କ ନିର୍ବନ୍ଧ ସରିଛି। ବୁଶରାଙ୍କ ଉଚ୍ଚତା ମଧ୍ୟ ଆଜିମଙ୍କ ଭଳି କମ୍‌। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜିମଙ୍କ ବାପାମା’ କିନ୍ତୁ ଏବେ ବାହାଘର କରାଇବାକୁ ଚାହୁଁନାହାନ୍ତି। ୩ଭାଇଙ୍କର ବିବାହ ଏକାସାଙ୍ଗରେ ହେବ ବୋଲି ତାଙ୍କ ପରିବାରଲୋକେ କହୁଛନ୍ତି ବୋଲି ଆଜିମ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶେଷରେ ଆଜିମ ହାତରେ ଏକ ପୋଷ୍ଟର ନେଇ ଗୁରୁବାର ଥାନାଧିକାରୀଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ଏସ୍‌ଏଚ୍‌ଓଙ୍କୁ ଗୁହାରୀ କରି ତାଙ୍କର ବାହାଘର କରେଇଦେବାକୁ ନିବେଦନ କରିିଥିଲେ। ପରିବାର ଲୋକ ବାହାଘର କରାଉନାହାନ୍ତି। ବାହାଘର ଠିକ୍‌ ହୋଇଥିବା ଝିଅ ହାପୁଡର। ସେ ବି.କମ ପଢ଼ିଛନ୍ତି ବୋଲି ଆଜିମ କହିଛନ୍ତି। ଏସ୍‌ଏଚ୍‌ଓ ଥାନାଧିକାରୀ ତାଙ୍କଠାରୁ ସବୁ ଶୁଣିବା ସହ ଉକ୍ତ ଚିଠି ନେଇ ଆଶ୍ବାସନା ଦେଇ କହିଛନ୍ତି ଖୁବ୍‌ଶୀଘ୍ର ତୁମର ବାହାଘର କରାଇବୁ। ସେହିପରି ଆଜିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ତାଙ୍କର ବାହାଘର କରାଇଦେବା ପାଇଁ ଗୁହାରୀ କରିଛନ୍ତି। ଉକ୍ତ ଚିଠିରେ ସେ ଲେଖିଛନ୍ତି, ବାହାହେବା ପାଇଁ ମୋର ବହୁତ ମନ ଅଛି,ଏଥିପାଇଁ ମୋତେ ରାତିରେ ନିଦ ହେଉନି। କେହି ଜାଣି ପାରୁନାହାନ୍ତି ମୁଁ ମୋ ଜୀବନସାଥି ପାଇଁ କେତେ କ୍‌ଦୁଃଖରେ ରହୁଛି, ମୋ ଭାଇମାନଙ୍କର ବାହାଘର ଧୀରେ ଧୀରେ ହେବ କିନ୍ତୁ ମୋ ବାହାଘର ଶୀଘ୍ର କରେଇ ଦିଅନ୍ତୁ ବୋଲି ଆଜିମ ମୋଦିଙ୍କୁ ଚିଠି ଲେଖିଛନ୍ତି। ଆଜିମଙ୍କ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସବୁଠି ଏବେ ତାଙ୍କରି ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ...

ଏହି ମନ୍ତ୍ରଣାଳୟ ସମ୍ଭାଳିବେ ରାହୁଲଙ୍କ ପୂର୍ବତନ ଘନିଷ୍ଠ ସିନ୍ଧିଆ

ନୂଆଦିଲ୍ଲୀ,୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୂର୍ବତନ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବିମାନ ଚଳାଚଳ ମନ୍ତ୍ରଣାଳୟ। ପୂର୍ବରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ହର୍ଦୀପ...

ଏଣିକି ମନମୁଖୀ ଫି’ ବଢାଇ ପାରିବେ ନାହିଁ ବେସରକାରୀ ସ୍କୁଲ

ଚଣ୍ଡିଗଡ,୩୦।୩: ପଞ୍ଜାବରେ ଆମ ଆଦମୀ ପାର୍ଟି ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।...

ପାକ୍‌ ସୀମାରେ ତେଜସ୍‌

ନୂଆଦିଲ୍ଲୀ, ୧୯ା୮ : ଚାଇନା ସହ ସୀମା ବିବାଦ ଜାରି ରହିଥିବାବେଳେ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଲ୍‌ସିଏ...

ତେଲ ଦର ବୃଦ୍ଧି ଟିକସ ଡକାୟତି

ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ...

ଦିଦି କହିଲେ, ଏବେ ଖେଳ ସରିନାହିଁ

କୋଲକତା,୧୬।୨: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବୁଧବାର ନିଜ ମତ ରଖିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟ ସତ୍ତ୍ୱେ ଭାରତୀୟ...

‘ଅଗ୍ନିପଥ’ ସ୍କିମ୍‌ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି...

ହାତ ନାହିଁ, ଗୋଡ ଅଚଳ ତଥାପି ନଦୀ ପାର ହୋଇ ଶିକ୍ଷାଦାନ ପାଇଁ ଯାଆନ୍ତି ଏହି ଶିକ୍ଷକ

କୁକାନାର,୫।୯: ଛତିଶଗଡ଼ ସୁକମା ଜିଲା ମାଝିଡିହି ମାଧ୍ୟମିକ ବିଦ୍ୟାାଳୟରେ ଶିକ୍ଷକ ଭାବେ କାମ କରୁଥିବା ସନ୍ଦିପ ଭଦୋରିଆ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଦିନେ...

Advertisement
Archives

Model This Week