Posted inଖେଳ

ସେମିରେ ଆଜାରେଙ୍କା, ରିବାକିନା

ମେଲବୋର୍ନ,୨୫ା୧(ପି.ଟି.): ଚଳିତ ବର୍ଷର ପ୍ରଥମ ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା ଓ ଏଲିନା ରିବାକିନା। ସେହିପରି ପୁରୁଷ ସିଙ୍ଗଲ୍ସରେ ଷ୍ଟିଫାନୋସ୍‌ ସିତ୍‌ସିପାସ ଓ କାରେନ୍‌ ଖାଚାନୋଭ ସେମିରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ଜେସିକା ପେଗୁଲାଙ୍କୁ ପରାସ୍ତ କରିଛନ୍ତି ୨୪ ନମ୍ବର ସ୍ଥାନରେ ଥିବା ଭିକ୍ଟୋରିଆ ଆଜାରେଙ୍କା। ପୂର୍ବତନ ବିଶ୍ୱ ମାନ୍ୟତାର ୧ ନମ୍ବର ଖେଳାଳି ତଥା ୨୦୧୨ ଓ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ ବିଜୟୀ ଆଜାରେଙ୍କା ଅଲରାଉଣ୍ଡ ପ୍ରଦର୍ଶନ ସହିତ ବିଜୟୀ ହୋଇଥିଲେ। ୬-୪, ୬-୧ରେ ସେ ଏକପାଖିଆ ଭାବରେ ଏହି ମ୍ୟାଚ ଜିତି ନେଇଥିଲେ। ୩୩ ବର୍ଷୀୟା ତଥା ଗୋଟିଏ ସନ୍ତାନର ମା’ ଆଜାରେଙ୍କା ରଡ୍‌ ଲାଭେର ଆରେନାରେ ପ୍ୟାରିସ୍‌ ସେଣ୍ଟ ଜର୍ମେନ ଜର୍ସିରେ ପ୍ରବେଶ କରିଥିଲେ। ପ୍ରଥମ ୧୨ ମିନିଟରେ ସେ ୩-୦ରେ ବିଜୟୀ ହେବା ପରେ ଆଉ ପଛକୁ ଫେରି ନ ଥିଲେ। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହ ଦୁଇ ସେଟ୍‌ରେ ମ୍ୟାଚ କରାୟତ୍ତ କରିବା ସହିତ ସେମିରେ ପ୍ରବେଶ କରିଥିଲେ। ସେହିଭଳି ଦ୍ୱିତୀୟ ସେମି ଫାଇନାଲରେ ବିଶ୍ୱ ମାନ୍ୟତାର ୨୨ ନମ୍ବର ଖେଳାଳି ତଥା ବର୍ତ୍ତମାନର ଫ୍ରେଞ୍ଚ ଓପନ ଚାମ୍ପିୟନ ୧୭ ନମ୍ବର ମାନ୍ୟତାରେ ଥିବା ଜେଲେନା ଓଷ୍ଟାପେଙ୍କୋଙ୍କୁ ପରାସ୍ତ କରିଛନ୍ତି। ୨୦୧୭ରେ ଫ୍ରେଞ୍ଚ ଓପନ ବିଜୟିନୀ ଓଷ୍ଟାପେଙ୍କୋଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି ରିବାକିନା। ବର୍ଷା କାରଣରୁ ଏହି ମ୍ୟାଚ୍‌ଟି ୨୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମ ସେଟ୍‌ରେ ରିବାକିନା ୩୫ଟି ଏସ୍‌ ଜରିଆରେ ପ୍ରଭାବ ବିସ୍ତାର କରି ଖେଳିଥିଲେ। ମସ୍କୋରେ ଜନ୍ମିତ ରିବାକିନା ୨୦୧୮ରୁ କାଜାଖସ୍ତାନ ପକ୍ଷରୁ ଖେଳି ଆସୁଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ଓ ଏଲିନା ରିବାକିନାଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ।
କୋର୍ଡାଙ୍କ ଅଭିଯାନ ଶେଷ
ଚଳିତ ଅଷ୍ଟ୍ରେଲିଆନ ଓପନରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ୨୨ ବର୍ଷୀୟ ସେବାଷ୍ଟିଆନ କୋର୍ଡାଙ୍କ ଅଭିଯାନ ମଙ୍ଗଳବାର ଶେଷ ହୋଇଛି। କାରେନ୍‌ ଖାଚାନୋଭଙ୍କ ବିପକ୍ଷ ପ୍ରଥମ କ୍ୱାର୍ଟରରେ କଚଟିରେ ଆଘାତ କାରଣରୁ ସେ ଓହରି ଯାଇଥିଲେ। ଆହତ ହୋଇ ଓହରିବା ପୂର୍ବରୁ କୋର୍ଡା ୭-୬(୫), ୬-୩ ଓ ୩-୦ରେ ପଛୁଆ ଥିଲେ। ମ୍ୟାଚ ପରେ କୋର୍ଡାଙ୍କ ପାଇଁ ତାଳି ବଜାଇବାକୁ ଦର୍ଶକଙ୍କୁ କହିଥିଲେ ଖାଚାନୋଭ। ବିଶ୍ୱ ମାନ୍ୟତାରେ ୧୮ ନମ୍ବର ସ୍ଥାନରେ ରହିଥିବା ଖାଚାନୋଭ ପ୍ରଥମ ସେମିରେ ଷ୍ଟିଫାନୋସ ସିତ୍‌ସିପାସଙ୍କୁ ଭେଟିବେ। ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ ୬-୩, ୭-୬(୫) ଓ ୬-୪ ସେଟ୍‌ରେ ଅଣ ସିଡେଡ ଚେକ୍‌ ରିପବ୍ଲିକ୍‌ର ଜିରି ଲେହେକାଙ୍କୁ ପରାସ୍ତ କରିଛନ୍ତି। ବୁଧବାର ଆମେରିକୀୟ ଟମି ପଲ୍‌ ଓ ବେନ୍‌ ଶେଲଟନ୍‌ ଏବଂ ନୋଭାକ୍‌ ଜୋକୋଭିଚ୍‌ ଓ ଆଣ୍ଡି ରୁବଲେଭଙ୍କ ମଧ୍ୟରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?