Posted inଖେଳ

ଚତୁର୍ଥ ରାଉଣ୍ଡରେ ଆଜାରେଙ୍କା

ଲଣ୍ଡନ, ୮।୭: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭିକ୍ଟୋରିଆ ଆଜାରେଙ୍କା। ଶୁକ୍ରବାର ଅନୁଷ୍ଠିତ ତୃତୀୟ ରାଉଣ୍ଡରେ ୧୯ତମ ସିଡ୍‌ ଆଜାରେଙ୍କା ୧୧ତମ ସିଡ୍‌ ଡାରିଆ କାସାଟକିନାଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଆରିନା ସାବାଲେଙ୍କା, ଏକ୍‌ଟେରିନା ଆଲେକ୍‌ଜାଣ୍ଡ୍ରୋଭା, ମାଡିସନ୍‌ କିଜ, ପେତ୍ରା କ୍ୱିଟୋଭା ପ୍ରମୁଖ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ବିଜୟୀ ହୋଇଛନ୍ତି। ସାବାଲେଙ୍କା ୨-୬, ୭-୫, ୬-୨ ସେଟ୍‌ରେ ବାର୍ବରା ଗ୍ରାଚେଭାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ମ୍ୟାଚ ଗୁଡ଼ିକରେ ଡାଲ୍‌ମା ଗଲ୍‌ଫି ୪-୬, ୭-୬ (୭/୫), ୬-୧ରେ ନିଏମେର, ଏକ୍‌ଟେରିନା ଆଲେକ୍‌ଜାଣ୍ଡ୍ରୋଭା ୬-୭ (୪/୭), ୭-୬ (୭/୫), ୭/୬ (୧୦/୭) ସେଟ୍‌ରେ ମାଡିସନ ବ୍ରିଙ୍ଗଲେ, ମାଡିସନ୍‌ କିଜ୍‌ ୭-୫, ୬-୩ରେ ଭିକ୍ଟୋରିଜା ଗୋଲୁବିକ୍‌, ଆନା ବିନ୍‌କୋଭା ୭-୫, ୬-୩ରେ ଇରିନା-କାମେଲିଆ ବେଗୁ, ୯ମ ସିଡ୍‌ ପେତ୍ରା କ୍ୱିଟୋଭା ୬-୨, ୬-୨ରେ ଆଲେକଜାଣ୍ଡ୍ରା ସାସ୍‌ନୋଭିଚ୍‌ ଏବଂ ନାତାଲିଜା କୋଷ୍ଟିକ୍‌ ୭-୫, ୭-୫ ସେଟ୍‌ରେ ଟାମାରା କୋର୍ପାଶ୍ଚଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ହ୍ୟୁବର୍ଟ ହୁର୍କାଜ୍‌ ୭-୬ (୭/୪), ୬-୪, ୬-୪ ସେଟ୍‌ରେ ଲୋରେଞ୍ଜୋ ମୁସେଟିଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଗୁଡ଼ିକ ମଧ୍ୟରେ ମାଟେଓ ବେରେଟିନି ୬-୩, ୬-୪, ୬-୪ରେ ଆଲେକ୍ସ ଡି ମିନାଉର, ଖ୍ରିଷ୍ଟୋଫର ଓ’କୋନେଲ ୬-୩, ୭-୫, ୬-୪ରେ ଜିରି ଭେସ୍‌ଲି, ହୋଲଗର ରୁନେ ୬୩-, ୭-୬ (୭/୩), ୬-୪ ସେଟ୍‌ରେ ରବର୍ଟୋ କାର୍ବାଲେସ ବାଏନାଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri