Posted inଜାତୀୟ

ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୧।୨: ଧୀରେ ଧୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପ୍ରତି ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଯୋଗୁ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ୍‌ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସଭାରେ ବିଦାୟୀ ଭାଷଣରେ ମୋଦି ଏବଂ ଅଜାଦ୍‌ଙ୍କ ଲୁହ ସମସ୍ତଙ୍କୁ ଚକିତ କରିଥିଲା। ତେବେ ପୁଣିଥରେ ମୋଦି ସରକାରଙ୍କ କାର୍ଯ୍ୟକ୍ରମରେ ଆଜାଦ୍‌ଙ୍କ ପାଇଁ ରେଡ୍‌ କାର୍ପେଟ୍‌ ପଡ଼ିଛି। ଶନିବାର ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ ଏକ୍‌ ଭାରତ-ଶ୍ରେଷ୍ଠ୍‌ ଭାରତ’ କବି ସମ୍ମିଳନୀରେ ଭାଜପା ନେତା ମୁଖତାର୍‌ ଅବାସ ନକଭୀ, ଜିତେନ୍ଦ୍ର ସିଂଙ୍କ ସହିତ ଆଜାଦ୍‌ଙ୍କ ପୋଷ୍ଟର ଲଗାଯାଇଥିଲା। ଏହାକୁୁ ନେଇ ଦିଲ୍ଲୀ ରାଜନୀତିରେ ପୁଣି ଉଷ୍ଣତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ୬ ମାସ ଅପେକ୍ଷା କରିବି: ଆଜାଦ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଏପର୍ଯ୍ୟନ୍ତ ତୁଟି ନାହିଁ। ଅନ୍ୟପଟେ ଏହି ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା...

କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଅମରିନ୍ଦରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କ ୭୬ ତମ ଜନ୍ମଦିନ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା...

ରାଷ୍ଟ୍ରପତି ଶାସନ ଜାରି ହେଲେ ସୁପ୍ରିମକୋର୍ଟ ଯାଇପାରେ ଶିବସେନା !

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ଆଲୋଚନା ହେଲାଣି। ମଙ୍ଗଳବାର ରାତି ସୁଦ୍ଧା ଯଦି କୌଣସି ଦଳ ସରକାର ଗଢିବାକୁ ଅସମର୍ଥ...

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ...

ୟୁପି ସରକାରଙ୍କ ପକ୍ଷ ରଖିବେ ସାଲ୍‌ଭେ

ଲକ୍ଷ୍ନୌ,୯।୧୦: ଲଖିମପୁର ହିଂସା ଘଟଣାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ...

ଜାମିନରେ ଆସିଥିବା ବିଧାୟକ ହେଲେ ଶିକ୍ଷା ମନ୍ତ୍ରୀ, ଉଠିଲା ବିବାଦ

ପାଟନା,୧୮।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ମନ୍ତ୍ରୀ ମଣ୍ଡଳରେ ଡାକ୍ତର ମେୱାଲାଲ ଚୌଧୁରୀଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି। ସହକାରୀ ପ୍ରଫେସର ନିଯୁକ୍ତିରେ ମଓ୍ବୋଲାଲଙ୍କ ନାଁରେ...

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦...

Advertisement
Archives

Model This Week