ଆୟୁଶ୍ରୀ ମଲିକ ‘ମିସ୍‌ ସୁପର ନ୍ୟାଶନାଲ’

ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍‌ ଡିଭା କସ୍ମୋ ୨୦୨୪’ର ବିଜେତା ଘୋଷିତ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୭ରେ ପୋଲାଣ୍ଡର ମାଲୋପଲ୍‌ସ୍କାରେ ହେବାକୁଥିବା ‘ମିସ୍‌ ସୁପର ନ୍ୟାଶନାଲ ୨୦୨୫’ ପ୍ରତିଯୋଗିତାରେ ଆୟୁଶ୍ରୀ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଆସନ୍ତା ଡିସେମ୍ବରରେ ଭିଏଟ୍‌ନାମରେ ହେବାକୁ ଥିବା ‘ମିସ କସ୍ମୋ ୨୦୨୫’ ପ୍ରତିଯୋଗିତାରେ ବିପ୍ରା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
‘ଲିଭା ମିସ୍‌ ଡିଭା ୨୦୨୪’ର ଗ୍ରାଣ୍ଡ୍‌ ଫିନାଲେରେ ୨ଟି ନୂତନ ଶ୍ରେଣୀରେ ପ୍ରଥମଥର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର ୨୦୨୪’ ଭାବେ ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀଙ୍କୁ ବିଜେତା ଘୋଷଣା କରାଯାଇଥିବାବେଳେ ବିହାରର ଅନନ୍ୟା ପ୍ରବୀଣ ମିସ୍‌ ଡିଭା କଣ୍ଟେଣ୍ଟ କ୍ରିଏଟର ୨୦୨୪’ର କ୍ରାଉନ୍‌ ହାତେଇଛନ୍ତି। ଏହି ଗ୍ରାଣ୍ଡ ଫିନାଲେରେ ‘ଲିଭା ମିସ୍‌ ଡିଭା ବ୍ୟୁଟି କୁଇନ୍‌ ୨୦୨୪’ର ବିଜେତା ରିତିକା ଖାଟ୍‌ନାନୀ, ସେଲିବ୍ରିଟି ଡିଜାଇନର ମନ୍ଦିରା ରିକ୍‌, ଅଭିନେତା ଫରଦିନ ଖାନ୍‌, ‘ମିସ୍‌ କସ୍ମୋ ୨୦୨୪’ର ବିଜେତା ତଥା ଇଣ୍ଡୋନେସୀୟ ମଡେଲ କେତୁତ ପର୍‌ମାତା ଜୁଲିଆଷ୍ଟ୍ରିଡ୍‌, ‘ମିସ୍‌ ସୁପର ନ୍ୟାଶନାଲ ୨୦୨୩’ର ବିଜେତା ତଥା ୟୁକୋଡୋରିଆନ ମଡେଲ ଆଣ୍ଡ୍ରିଆ ଏଗୁଇଲେରା ବିଚାରକ ଭାବେ ଯୋଗଦେଇଥିଲେ। ମଡେଲ ନେହଲ ଚୁଡାସମା ଓ ଅଭିନେତା ତନୁଜ ବିର୍‌ଓ୍ବାନୀ ଏହି ଗ୍ରାଣ୍ଡ ଫିନାଲେକୁ ହୋଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri