Posted inଜାତୀୟ

ମାତ୍ର ୨୨ ବର୍ଷର ଝିଅକୁ ଡରିଗଲେ ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୧୫ ।୨: ପୋଲିସ ଟୁଲକିଟ ମାମଲାରେ ୨୨ ବର୍ଷିୟା ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି । ଏବେ ଏହାକୁ କୃଷକ ଓ କଂଗ୍ରେସ ନେତାମାନେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଜଣେ ଅସ୍ତ୍ରବିହିନ ଝିଅକୁ ସରକାର ଡରି ଯାଇଛନ୍ତି । ରାହୁଲ ଗାନ୍ଧୀ, ଶଶି ଥରୁର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଦିଶାଙ୍କ ଗିରଫକୁ ନିନ୍ଦା କରିଛନ୍ତି । ଏହାର ଉତ୍ତରରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପିସି ମୋହନ କହିଛନ୍ତି ବୁରହାନ ୱାନି ବି ୨୧ ବର୍ଷର ଥିଲା, ଅଜମଲ କଶାବ ବି ୨୧ ବର୍ଷର ଥିଲା । ବୟସ କେବଳ ଏକ ସଂଖ୍ୟା । ଏହାସହ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜୀ ମିନା ହ୍ୟାରିସ ସୋସିଆଲ ମିଡିଆରେ ଲେଖିଛନ୍ତି ସରକାର କାହିଁକି କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୃଷକଙ୍କୁ ସମର୍ଥନ କରୁଥିବା ଟୁଲକିଟ ଭାରତ ସୀମାରେ ଚାଇନା ଅନୁପ୍ରବେଶଠାରୁ କ’ଣ ଭୟଙ୍କର । ସୂଚନାଯୋଗ୍ୟ, ପୋଲିସ ଦିଶାଙ୍କୁ ଗ୍ରେଟ ଥନବର୍ଗ ଦ୍ୱାରା କୃଷକ ଆନ୍ଦୋଳନ ସମର୍ଥନରେ ଶେୟାର କରାଯାଇଥିବା ଟୁଲକିଟ ମାମଲାରେ ରବିବାର ଗିରଫ କରିଛି । ଗ୍ରେଟା କିଛିଦିନ ତଳେ ପ୍ରଥମେ ତାଙ୍କ ଟୁଇଟ୍ ସହ ଏକ ଟୁଲକିଟ ଶେୟାର କରିଥିଲେ । ହେଲେ ପରେ ସେ ଏହାକୁ ଡିଲିଟ କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?