ଅମ୍ଳପିତ୍ତର ଆୟୁର୍ବେଦୀୟ ଉପଚାର

ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ୮୦ ପ୍ରତିଶତରୁ ଅଧିକ ଲୋକ ଅମ୍ଳପିତ୍ତ ରୋଗରେ ଆକ୍ରାନ୍ତ। ଏପରି କି ଯୌବନ ଆରମ୍ଭରୁ ଏହି ରୋଗରେ ପୀଡିତ ହେବା ଦେଖାଯାଉଛି। କେତେକ ଲୋକ ଭୋଜିକୁ ଗଲେ ସାଦା ଭୋଜନ ମଧ୍ୟ ଖାଇପାରନ୍ତି ନାହିଁ। ଯାହା ଖାଇଲେ ଅଜୀର୍ଣ୍ଣ ହୋଇ ଅମ୍ଳ ଯୋଗୁଁ ହେକୁଟି ଦେବାର ଦେଖାଯାଏ। ବିନା ପରିଶ୍ରମରେ ଗରିଷ୍ଠ ଖାଦ୍ୟ ଖାଇବା, ମଦ, ଗୁଟ୍‌ଖା, କଡ଼ା ମସଲା, ଖଟା, ବାସି ଜିନିଷ, ଅସ୍ବାସ୍ଥ୍ୟକର ଖାଦ୍ୟ ପାନୀୟ ବ୍ୟତୀତ ଚିନ୍ତା, ଶୋକ, ଭୟ, ଅନିଦ୍ରା, ଭୋକ ଲାଗିଲେ ନ ଖାଇବା, କଳକାରଖାନାରେ ଦିବାରାତ୍ର କାମ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ନ ହୋଇ ପିତ୍ତ ସୃଷ୍ଟି ହୋଇଥାଏ। ଏଥିଯୋଗୁ ପେଟରେ ଜ୍ୱଳନ, ଅମ୍ଳ ହେକୁଟି, ଛାତିରେ କିଛି ଅଟକିବା ପରି ଲାଗିବା, ଦାନ୍ତ ଖଟା ପଡ଼ିଯିବା, କୋଷ୍ଠବଦ୍ଧତା, ନାଳମିଶ୍ରିତ ପତଳା ବା ଖଦଖଦଡ଼ିଆ ଝାଡ଼ା, ଅଳ୍ପ ଖାଇଲେ ଅଜୀର୍ଣ୍ଣ ହେବା, ମୁଣ୍ଡ ବୁଲାଇବା, ବିନା ପରିଶ୍ରମରେ କ୍ଳାନ୍ତ ଲାଗିବା, କଣ୍ଠ ପ୍ରଦେଶରେ ଦାହ, ଅରୁଚି ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳେ। ଏପରି କିଛି ଦିନ ଲାଗି ରହିଲେ ଉଦରଶୂଳ ବା କଲିକ୍‌ ପେନ୍‌ ଆରମ୍ଭ ହୁଏ। ବେଳେବେଳେ ବାନ୍ତି ହୋଇଥାଏ। ପରେ ପିତ୍ତାଶୟରେ ପଥର ଦେଖିବାକୁ ମିଳେ। କେତେକ ଆଣ୍ଟାସିଡ୍‌ ଆଦି ଖାଇ ଏହି ରୋଗରୁ ସାମୟିକ ଉପଶମ ପାଇଥାଆନ୍ତି। କିନ୍ତୁ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ନ ହୋଇ ଶରୀର ଭିତରେ କାୟା ବିସ୍ତାର କରି ଚାଲିଥାଏ। ଏପରି କି କେତେକଙ୍କ ପେଟରେ ଏଥିଯୋଗୁଁ ଅଲସର ବା ଘା’ ହୋଇଥାଏ, ଯାହାକି ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାର କରିବାକୁ ପଡିଥାଏ। ଡାକ୍ତରଙ୍କ ସହ ପରାମର୍ଶ ସମୟରେ ରୋଗ ସମ୍ପର୍କରେ ସଠିକ୍‌ ବିବରଣୀ ଦେଇ ଏହାର ଚିକିତ୍ସା କରିବା ସହ ଏ ନେଇ ସଚେତନ ରହିଲେ ଏଥିରୁ ଆରୋଗ୍ୟ ମିଳିଥାଏ।ଅନ୍ୟପକ୍ଷରେ ଏପରି ସମସ୍ୟା ପାଇଁ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଶାସ୍ତ୍ରୀୟ ଭଷ୍ମ ଔଷଧ ସେବନ ଓ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ପଥ୍ୟାପଥ୍ୟ ନିୟମ ପାଳନ କଲେ ରୋଗୀ ଅଳ୍ପ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରି ଖୁସିରେ ଜୀବନଯାପନ କରିଥାଏ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri