Posted inଜାତୀୟ

ଆୟୁର୍ବେଦିକ ଚିକିତ୍ସକ ପି. କେ. ଓ୍ବାରିଅରଙ୍କ ପରଲୋକ

କୋଝିକୋଡ୍‌, ୧୧ା୭: ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ଏବଂ ବୈଜ୍ଞାନିକ ଆଧାରରେ ଶାସ୍ତ୍ରୀୟ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୋଟ୍ଟାକ୍କଲ ଆର୍ଯ୍ୟ ବିଦ୍ୟାଶାଳା (ଏଭିଏସ୍‌)ର ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡା. ପି. କେ. ଓ୍ବାରିଅରଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୧୦୦ ବର୍ଷ ହୋଇଥିଲା। କେରଳ ମାଲାପୁରମ୍‌ର କୋଟ୍ଟାକ୍କଲଠାରେ ଥିବା ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦଶନ୍ଧି ଧରି ଆୟୁର୍ବେଦ ଚିକିତ୍ସକ ଭାବେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅଗଣିତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେଇଛନ୍ତି। କ୍ଲିନିକାଲ୍‌, ଫାର୍ମାସ୍ୟୁଟିକାଲ, ଶିକ୍ଷାଗତ ଏବଂ ଅନୁସନ୍ଧାନ ପରିସରକୁ ଆଧୁନିକୀକରଣ କରି ସେ ଆୟୁର୍ବେଦ ଚିକିତ୍ସାକୁ ବେଶ୍‌ ଆଗକୁ ନେଇଯାଇଛନ୍ତି। ଏଭଳି ମହତ ଅବଦାନ ଯୋଗୁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଏବଂ ୨୦୧୦ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆତ୍ମଜୀବନୀ ‘ସ୍ମୃତି ପରଭମ୍‌’ ପାଇଁ ୨୦୦୮ରେ ତାଙ୍କୁ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri