Posted inଜାତୀୟ

ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ

ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମରୋହା ବାସିନ୍ଦା ଶବନମଙ୍କୁ ମଥୁରା ଜେଲରେ ଫାଶୀ ଦିଆଯିବ। ତେବେ ଏନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ମୃତ୍ୟୁ ପରଓ୍ବାନା ଜାରି ପରେ ଦିନ ଧାର୍ଯ୍ୟ ହେବ। ଏବେ ଅଯୋଧ୍ୟାର ସାଧୁ ସନ୍ଥ ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କରି ତାଙ୍କ ସହିତ ଛିଡ଼ା ହେବା ଆରମ୍ଭ କରିଛନ୍ତି।
ଅଯୋଧ୍ୟାର ମହନ୍ତ ପରମହଂସ ଦାସ ଶବନମ୍‌ଙ୍କ ଦଣ୍ଡକୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ମହନ୍ତ ପରମହଂସ ଦାସ କହିଛନ୍ତି ଯେ, ଶବନମ୍‌ ପୂର୍ବରୁ ଜେଲ ଦଣ୍ଡ ଭୋଗୀ ସାରିଛନ୍ତିି। ତେଣୁ ତାଙ୍କ ପ୍ରତି କ୍ଷମା ଆଚରଣ କରାଯିବା ଉଚିତ। ଭାରତ ଭଳି ଦେଶରେ ମହିଳାଙ୍କ ସ୍ଥିତି ଦେବତାଙ୍କ ତୁଳନାରେ ମଧ୍ୟ ଅଧିକ। ତେଣୁ ରାଷ୍ଟ୍ରପତି ତାଙ୍କ ଅଧିକାରକୁ ବ୍ୟବହାର କରି ଶବନମ୍‌ଙ୍କୁ କ୍ଷମା ଦେବା ଆବଶ୍ୟକ।
ଫାଶୀ ଦେବା ପାଇଁ ଆଉ କେତେ ଦିନ ଲାଗିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମ ଥର ପାଇଁ ମହିଳାଙ୍କ ମୃତ୍ୟୁ ଦଣ୍ଡକୁ କାଏମ୍‌ ରଖିଛନ୍ତି, ତେଣୁ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଜେଲ ମାନୁଆଲ ଅନୁଯାୟୀ, ଏପରି କିଛି ମାମଲା ଅଛି ଯେଉଁଥିରେ ମହିଳାମାନେ ଫାଶୀରୁ ମୁକ୍ତି ମିଳିପାରିବ। ଦିଲ୍ଲୀର ତିହାର ଜେଲରେ ଗତ ସାଢ଼େ ତିନି ଦଶନ୍ଧି ଧରି ଆଇନ ଅଧିକାରୀ ଥିବା ସୁନୀଲ ଗୁପ୍ତା କହିଛନ୍ତି ଯେ, ଜଣେ ମହିଳାଙ୍କୁ ଫାଶୀ ଦିଆଯିବା ମାମଲା ସ୍ବାଧୀନ ଭାରତରେ ପ୍ରଥମ। ତାଙ୍କ ଅନୁସାରେ, ଜେଲ ମାନୁଆଲ ଅନୁଯାୟୀ ମହିଳାମାନଙ୍କୁ ତିନୋଟି କାରଣରୁ ଫାଶୀ ଦିଆଯାଇପାରିବ ନାହିଁ। ପ୍ରଥମ କାରଣ ଦର୍ଶାଇ ଗୁପ୍ତା କହିଛନ୍ତି ଯେ ଯଦି ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ।
ଏହା ବ୍ୟତୀତ, ଯଦି କୌଣସି ମହିଳା ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରହିଥାନ୍ତି, ତେବେ ଏପରି କ୍ଷେତ୍ରରେ ମହିଳାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ଏହା ସହିତ ଯଦି ରାଷ୍ଟ୍ରପତି ତାଙ୍କର ଦୟା ଆବେଦନକୁ ଗ୍ରହଣ କରନ୍ତି ତେବେ ଫାଶୀ ଦଣ୍ଡରୁ ମୁକ୍ତି ମିଳିପାରିବ। ୧୩ ବର୍ଷ ପୂର୍ବେ, ଶବନମ୍‌ ତାଙ୍କ ପ୍ରେମିକ ସହିତ ୭ ପରିବାର ସଦସ୍ୟଙ୍କୁ କୁରାଢ଼ି଼ିରେ ହାଣି ହତ୍ୟା କରିଥିଲେ। ଆମରୋହା ଜିଲ୍ଲାର ହାସନପୁର ଅଞ୍ଚଳର ବାୱାନଖେଡି ଗାଁର ଶିକ୍ଷକ ଶୌକତ ଅଲ୍ଲୀଙ୍କ ଏକମାତ୍ର ଝିଇ ଶବନମ୍‌ ସଲିମଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ୧୪ ଏପ୍ରିଲ ୨୦୦୮ ରାତିରେ ଶବନମ୍‌ ତାଙ୍କ ପ୍ରେମିକଙ୍କ ସହିତ ମିଶି ମାତାପିତା ଏବଂ ୧୦ ମାସର ପୁତୁରାଙ୍କ ସମେତ ପରିବାରର ୭ ଜଣଙ୍କୁ ଖାଦ୍ୟରେ ବେହୋସ କରିବା ଔଷଧ ଦେଇ ଅଚେତ କରିଥିଲେ। ଶେଷରେ ସେମାନଙ୍କୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ।
ଏବେ ଶବନମ୍‌ ରାମପୁର ଜେଲରେ ଥିବାବେଳେ ତାଙ୍କ ପ୍ରେମିକ ଆଗ୍ରା ଜେଲରେ ଅଛନ୍ତି। ରାଷ୍ଟ୍ରପତିଙ୍କଠାରୁ କ୍ଷମା ଶବନମ୍‌ ଦୟା ପ୍ରାର୍ଥନା କରିଥିଲେ। ତେବେ ତାଙ୍କ ଦୟା ଆବେଦନକୁ ଫେବୃଆରୀ ୧୫ରେ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଛନ୍ତି। ଶବନମ୍‌ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଫାଶୀ ଦଣ୍ଡର ପୁନର୍ବିଚାର କରିବାକୁ ନିବେଦନ କରିଥିଲେ। ତେବେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶବନମ୍‌ଙ୍କ ନିରୀହ ପୁଅ ମା’ଙ୍କୁ ମୃତ୍ୟୁ ଦଣ୍ଡରୁ ମୁକ୍ତ କରିବା ଲାଗି ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏବେ ଶବନମ୍‌ଙ୍କ ଫାଶୀଦଣ୍ଡ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

କଠୋର କାର୍ଯ୍ୟାନୁଷ୍ଠାନ ନେଲେ ସରକାର! ସକାଳୁ ସକାଳୁ CJP ଦେଲା ବଡ଼ ସୂଚନା, ଦେଶରେ ହଇଚଇ

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅହିଂସା ପନ୍ଥାରେ ଆଗକୁ ବଢିବ।…

ବିଦ୍ରୋହ ଭିତରେ ଇନଷ୍ଟାଗ୍ରାମ୍‌ ଛାଡିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୨୩ା୭: ଜନ୍ତର-ମନ୍ତରରେ ଛାତ୍ର ଏବଂ ‘କକରୋଚ୍ ଜନତା ପାର୍ଟି’ର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ନୈମିଷା…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri