Posted inଜାତୀୟ

ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ

ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମରୋହା ବାସିନ୍ଦା ଶବନମଙ୍କୁ ମଥୁରା ଜେଲରେ ଫାଶୀ ଦିଆଯିବ। ତେବେ ଏନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ମୃତ୍ୟୁ ପରଓ୍ବାନା ଜାରି ପରେ ଦିନ ଧାର୍ଯ୍ୟ ହେବ। ଏବେ ଅଯୋଧ୍ୟାର ସାଧୁ ସନ୍ଥ ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କରି ତାଙ୍କ ସହିତ ଛିଡ଼ା ହେବା ଆରମ୍ଭ କରିଛନ୍ତି।
ଅଯୋଧ୍ୟାର ମହନ୍ତ ପରମହଂସ ଦାସ ଶବନମ୍‌ଙ୍କ ଦଣ୍ଡକୁ କ୍ଷମା କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ମହନ୍ତ ପରମହଂସ ଦାସ କହିଛନ୍ତି ଯେ, ଶବନମ୍‌ ପୂର୍ବରୁ ଜେଲ ଦଣ୍ଡ ଭୋଗୀ ସାରିଛନ୍ତିି। ତେଣୁ ତାଙ୍କ ପ୍ରତି କ୍ଷମା ଆଚରଣ କରାଯିବା ଉଚିତ। ଭାରତ ଭଳି ଦେଶରେ ମହିଳାଙ୍କ ସ୍ଥିତି ଦେବତାଙ୍କ ତୁଳନାରେ ମଧ୍ୟ ଅଧିକ। ତେଣୁ ରାଷ୍ଟ୍ରପତି ତାଙ୍କ ଅଧିକାରକୁ ବ୍ୟବହାର କରି ଶବନମ୍‌ଙ୍କୁ କ୍ଷମା ଦେବା ଆବଶ୍ୟକ।
ଫାଶୀ ଦେବା ପାଇଁ ଆଉ କେତେ ଦିନ ଲାଗିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଥମ ଥର ପାଇଁ ମହିଳାଙ୍କ ମୃତ୍ୟୁ ଦଣ୍ଡକୁ କାଏମ୍‌ ରଖିଛନ୍ତି, ତେଣୁ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଜେଲ ମାନୁଆଲ ଅନୁଯାୟୀ, ଏପରି କିଛି ମାମଲା ଅଛି ଯେଉଁଥିରେ ମହିଳାମାନେ ଫାଶୀରୁ ମୁକ୍ତି ମିଳିପାରିବ। ଦିଲ୍ଲୀର ତିହାର ଜେଲରେ ଗତ ସାଢ଼େ ତିନି ଦଶନ୍ଧି ଧରି ଆଇନ ଅଧିକାରୀ ଥିବା ସୁନୀଲ ଗୁପ୍ତା କହିଛନ୍ତି ଯେ, ଜଣେ ମହିଳାଙ୍କୁ ଫାଶୀ ଦିଆଯିବା ମାମଲା ସ୍ବାଧୀନ ଭାରତରେ ପ୍ରଥମ। ତାଙ୍କ ଅନୁସାରେ, ଜେଲ ମାନୁଆଲ ଅନୁଯାୟୀ ମହିଳାମାନଙ୍କୁ ତିନୋଟି କାରଣରୁ ଫାଶୀ ଦିଆଯାଇପାରିବ ନାହିଁ। ପ୍ରଥମ କାରଣ ଦର୍ଶାଇ ଗୁପ୍ତା କହିଛନ୍ତି ଯେ ଯଦି ମହିଳା ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ।
ଏହା ବ୍ୟତୀତ, ଯଦି କୌଣସି ମହିଳା ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରହିଥାନ୍ତି, ତେବେ ଏପରି କ୍ଷେତ୍ରରେ ମହିଳାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ଏହା ସହିତ ଯଦି ରାଷ୍ଟ୍ରପତି ତାଙ୍କର ଦୟା ଆବେଦନକୁ ଗ୍ରହଣ କରନ୍ତି ତେବେ ଫାଶୀ ଦଣ୍ଡରୁ ମୁକ୍ତି ମିଳିପାରିବ। ୧୩ ବର୍ଷ ପୂର୍ବେ, ଶବନମ୍‌ ତାଙ୍କ ପ୍ରେମିକ ସହିତ ୭ ପରିବାର ସଦସ୍ୟଙ୍କୁ କୁରାଢ଼ି଼ିରେ ହାଣି ହତ୍ୟା କରିଥିଲେ। ଆମରୋହା ଜିଲ୍ଲାର ହାସନପୁର ଅଞ୍ଚଳର ବାୱାନଖେଡି ଗାଁର ଶିକ୍ଷକ ଶୌକତ ଅଲ୍ଲୀଙ୍କ ଏକମାତ୍ର ଝିଇ ଶବନମ୍‌ ସଲିମଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ୧୪ ଏପ୍ରିଲ ୨୦୦୮ ରାତିରେ ଶବନମ୍‌ ତାଙ୍କ ପ୍ରେମିକଙ୍କ ସହିତ ମିଶି ମାତାପିତା ଏବଂ ୧୦ ମାସର ପୁତୁରାଙ୍କ ସମେତ ପରିବାରର ୭ ଜଣଙ୍କୁ ଖାଦ୍ୟରେ ବେହୋସ କରିବା ଔଷଧ ଦେଇ ଅଚେତ କରିଥିଲେ। ଶେଷରେ ସେମାନଙ୍କୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ।
ଏବେ ଶବନମ୍‌ ରାମପୁର ଜେଲରେ ଥିବାବେଳେ ତାଙ୍କ ପ୍ରେମିକ ଆଗ୍ରା ଜେଲରେ ଅଛନ୍ତି। ରାଷ୍ଟ୍ରପତିଙ୍କଠାରୁ କ୍ଷମା ଶବନମ୍‌ ଦୟା ପ୍ରାର୍ଥନା କରିଥିଲେ। ତେବେ ତାଙ୍କ ଦୟା ଆବେଦନକୁ ଫେବୃଆରୀ ୧୫ରେ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଛନ୍ତି। ଶବନମ୍‌ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଫାଶୀ ଦଣ୍ଡର ପୁନର୍ବିଚାର କରିବାକୁ ନିବେଦନ କରିଥିଲେ। ତେବେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶବନମ୍‌ଙ୍କ ନିରୀହ ପୁଅ ମା’ଙ୍କୁ ମୃତ୍ୟୁ ଦଣ୍ଡରୁ ମୁକ୍ତ କରିବା ଲାଗି ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏବେ ଶବନମ୍‌ଙ୍କ ଫାଶୀଦଣ୍ଡ ନେଇ ଦେଶରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?