ଥାଇଲାଣ୍ଡର ଅଯୋଧ୍ୟା

ଥାଇଲାଣ୍ଡରେ ଆଉ ଏକ ଅଯୋଧ୍ୟା ଅଛି। ଏହା ସେଠାରେ ଅଯୁଥୟା ନାମରେ ଜଣାଶୁଣା। ଏହାର ଧ୍ୱଂସାବଶେଷ ଏବେ ଅଛି। ଏହି ସ୍ଥାନ ଉଚ୍ଚ ପାଗୋଡ଼ା ଏବଂ ଇଟାରେ ନିର୍ମିତ ମନ୍ଦିରରେ ପରିପୂର୍ଣ୍ଣ। ଏଠାରେ ମଧ୍ୟ ବୁଦ୍ଧଙ୍କ ଶହ ଶହ ମୂର୍ତ୍ତି ରହିଛି ଓ ସେଥିରୁ ଅନେକ ମୁଣ୍ଡବିହୀନ। ଅଷ୍ଟାଦଶ ଶତାବ୍ଦୀରେ ବର୍ମାର ରାଜାମାନେ ଅଯୁଥୟାକୁ ଆକ୍ରମଣ କରି ଦଖଲ କରିବା ପୂର୍ବରୁ ଏହା ଚାରି ଶତାବ୍ଦୀ ଧରି ଥାଇ ରାଜାମାନଙ୍କ ରାଜଧାନୀ ଥିଲା। ଏହି ଅଯୋଧ୍ୟାରେ ରାମ ଥିଲେ ରାଜା। ଯେହେତୁ ରାଜାଙ୍କ ନାମ ଉଚ୍ଚାରଣ କରାଯାଏ ନାହିଁ, ସେଥିପାଇଁ ତାଙ୍କୁ ରାମଥିବୋଧି ସମ୍ବୋଧିତ କରାଯାଉଥିଲା। ଆମେ ଜାଣୁ ଯେ, ରାଜ ପରିବାରକୁ ସମାଲୋଚନା ନ କରିବାକୁ ଥାଇଲାଣ୍ଡ ଲୋକଙ୍କ ପାଇଁ କଡ଼ା ନିୟମ ରହିଛି। ସେଥିପାଇଁ ଏବେ ଥାଇ ସମାଜରେ ରାମାୟଣର ପ୍ରଭାବ ଥିବା ଆମେ ଅନୁଭବ କରୁଛୁ। ‘ଥାଇ’ ଶବ୍ଦର ଅର୍ଥ ହେଉଛି ମୁକ୍ତ ବା ସ୍ବାଧୀନ। ମୂଳତଃ ଥାଇ ଲୋକମାନେ ‘ତାଇ’ ଲୋକ ଥିଲେ, ଯେଉଁମାନେ ପ୍ରାୟ ଏକ ହଜାର ବର୍ଷ ପୂର୍ବେ ଦକ୍ଷିଣ ଚାଇନାରୁ ଦକ୍ଷିଣ ପୂର୍ବ ଏସିଆକୁ ଯାଇଥିଲେ। ସଂଯୋଗବଶତଃ, ତାଇର ଅନ୍ୟ ଏକ ଦଳ ଭାରତର ଆସାମକୁ ଯାଇଥିଲେ ଏବଂ ସେମାନେ ଅହୋମ ରାଜାମାନଙ୍କର ପୂର୍ବଜ ଥିଲେ।
ତାଇ ସେମାନଙ୍କ ରାଜାଙ୍କୁ ଚାଇନାର ସମ୍ରାଟଙ୍କ ପରି ସ୍ବର୍ଗ ଏବଂ ପୃଥିବୀକୁ ସଂଯୋଗ କରୁଥିବା ଏକ ଅର୍ଦ୍ଧଈଶ୍ୱରୀୟ ବ୍ୟକ୍ତି ଭାବରେ ଦେଖୁଥିଲେ। ଶ୍ରମ, ରାଜକୀୟ ପ୍ରକଳ୍ପଗୁଡ଼ିକ ଯଥା କନାଲ ଏବଂ ମନ୍ଦିର ଓ ପ୍ରାସାଦ ନିର୍ମାଣ କାର୍ଯ୍ୟ ମାଧ୍ୟମରେ ସେମାନେ ଏକ ସ୍ବତନ୍ତ୍ର ଢାଞ୍ଚାର ଟିକସ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହାଦ୍ୱାରା ଦକ୍ଷିଣ ପୂର୍ବ ଏସିଆର ମନ୍ଦିରମାଳିନୀ ସହରଗୁଡ଼ିକ ନିର୍ମାଣ କରାଯାଇଥିଲା। ଏହା ରାଜକୀୟ ଟିକସର ଏକ ଭୌତିକ ନିଦର୍ଶନ ଓ ରାଜକୀୟ ଗୌରବକୁ ପ୍ରକାଶ କରିଥିଲା।
ଦକ୍ଷିଣ ପୂର୍ବ ଏସିଆର ଅଧିକାଂଶ ରାଜା ମଣ୍ଡଳ କିମ୍ବା ଶାସନର ‘ସର୍କଲ-ଅଫ-କିଙ୍ଗ’ ମଡେଲ ଅନୁସରଣ କରିଥିଲେ। ଏହା ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ମନୁଙ୍କ ଧର୍ମଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏଠାରେ ଜଣେ ରାଜାଙ୍କର ପ୍ରଭାବ ସ୍ଥିର ନୁହେଁ; ସେମାନଙ୍କର ପ୍ରତିଭା ଏବଂ ସାମର୍ଥ୍ୟକୁ ନେଇ ଏହା ବଢ଼େ ଓ କମେ। ସେ ନିଜ ରାଜଧାନୀରୁ ଯେତେବେଳେ ବାହାରକୁ ଯାଆନ୍ତି ଅନେକ ରାଜ୍ୟ ବା ଅଞ୍ଚଳରୁ ସେ ଭୂମିକର ସଂଗ୍ରହ କରନ୍ତି, କିଛି ରାଜ୍ୟରୁ ଟିକସ ସଂଗ୍ରହ କରନ୍ତି ଏବଂ କେତେକରୁ ସମ୍ମାନ ପାଇଥାନ୍ତି। ସେ ତାଙ୍କ ବନ୍ଧୁମାନଙ୍କ ରାଜ୍ୟକୁ ଯାଇ ସେମାନଙ୍କ ସହ ସେ ଉପହାର ବିନିମୟ କରନ୍ତି ଏବଂ ସେମାନଙ୍କ ଚିରାଚରିତ ଶତ୍ରୁଙ୍କ ସହରକୁ ଲୁଟିବା ପାଇଁ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରନ୍ତି।
ଏହି ମଣ୍ଡଳ ରାଜ୍ୟଗୁଡ଼ିକ ମଧ୍ୟରୁ ଅଧିକାଂଶ ନଦୀ କୂଳରେ ଅବସ୍ଥିତ ଏବଂ ଏକ ବାଣିଜି୍ୟକ କାରବାରର ଅଂଶ ଥିଲା। ବଣିକ ଜାହାଜଗୁଡ଼ିକ ନଦୀ ଓ ଉପକୂଳରେ ଉପର ଏବଂ ତଳକୁ ଯାଉଥିଲା। ଏହାସହ ସମୁଦ୍ର ପାର ହୋଇ ପୂର୍ବରେ ଦକ୍ଷିଣ ପୂର୍ବ ଏସିଆରୁ ଆରମ୍ଭ କରି ଚାଇନାକୁ ଯିବା ସହ ପଶ୍ଚିମରେ ଭାରତକୁ ଯାଉଥିଲେ। ବର୍ମାର ଇରାୱାଡି ଏବଂ କାମ୍ବୋଡିଆର ମେକଙ୍ଗରେ ମଧ୍ୟ ଏହିପରି ନଦୀତଟ ମଣ୍ଡଳ ରାଜ୍ୟଗୁଡିକ ଦେଖିବାକୁ ପାଉ। ଅଯୁଥୟା ତିନୋଟି ନଦୀର ସଙ୍ଗମ ସ୍ଥଳରେ ଥିଲା, ଯାହା ଏହାର ବ୍ୟବସାୟିକ ସମ୍ପଦକୁ ସହାୟକ ହୋଇଥିଲା। ଏହି ରାଜମଣ୍ଡଳ ସହରଗୁଡ଼ିକ ଜଳସେଚନ ପ୍ରଣାଳୀ, ବିଶାଳ ଧାନ କ୍ଷେତ ଏବଂ ବୃହତ୍‌ ମନ୍ଦିର ପରିସର ପାଇଁ ପ୍ରସିଦ୍ଧ ଥିଲା। ସେମାନେ ପ୍ରଥମେ ପଶୁପତ ହିନ୍ଦୁ ଧର୍ମ ଏବଂ ମହାଯାନ ବୌଦ୍ଧ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ। ଦଶମ ଶତାବ୍ଦୀ ପରେ ଶ୍ରୀଲଙ୍କାରୁ ବାହାରକୁ ବିସ୍ତର କରିଥିବା ଥେରାବଦ ବୌଦ୍ଧ ଧର୍ମ ଦ୍ୱାରା ମଧ୍ୟ ସେମାନେ ପ୍ରଭାବିତ ହୋଇଥିଲେ। ଏହି ରାଜମଣ୍ଡଳଗୁଡ଼ିକ ମଧ୍ୟରେ ରାମ , ରାମାୟଣ ମହାକାବ୍ୟ ସମ୍ପର୍କ ସ୍ଥାପନ କରିଥିଲା। ଏହି ମହାକାବ୍ୟକୁ କଣ୍ଢେଇନଚାଳୀ ଏବଂ ରାଜ ଦରବାରର ନର୍ତ୍ତକୀଙ୍କ ଦ୍ୱାରା ପୁନଃ ବର୍ଣ୍ଣନା କରାଯାଇଥିଲା।
୧,୫୦୦ ବର୍ଷ ପୂର୍ବେ ସମୁଦ୍ର ପଥରେ ନିୟମିତ ବ୍ୟବସାୟ କରୁଥିବା ବଣିକମାନଙ୍କ ଦ୍ୱାରା ବୌଦ୍ଧ, ଜୈନ ଏବଂ ଏପରିକି ରାମାୟଣର ଲୋକକଥାର ଲେଖା ଦକ୍ଷିଣ ପୂର୍ବ ଏସିଆରେ ପହଞ୍ଚିଥିଲା। ଏହା ସେଠାକାର ରାଜାମାନଙ୍କୁ ଏତେ ପ୍ରେରଣା ଦେଇଥିଲା ଯେ ସେମାନେ ନିର୍ମାଣ କରିଥିବା ବୃହତ ସ୍ମାରକୀର କାନ୍ଥରେ ଏହାକୁ ଖୋଦିତ କରିଥିଲେ। ଇଣ୍ଡୋନେସିଆର ଜାଭା ଦ୍ୱୀପରେ ୯ମ ଶତାବ୍ଦୀର ପ୍ରମ୍ବାନନ୍‌ ମନ୍ଦିର ଏବଂ କାମ୍ବୋଡିଆର ଦ୍ୱାଦଶ ଶତାବ୍ଦୀର ଅଙ୍ଗକୋର ୱାଟ ମନ୍ଦିରର କାନ୍ଥରେ ଏହା ଦେଖିବାକୁ ମିଳେ। ରାମାୟଣର ଥାଇ ସଂସ୍କରଣ ରାମକିଏନ ଭାବରେ ଜଣାଶୁଣା। ଏହି ପ୍ରକାର କାର୍ଯ୍ୟକୁ ଲକ୍ଷ୍ୟ କରୁଥିବା ବ୍ୟକ୍ତି ଜାଣିପାରିବେ ଯେ କାହାଣୀଟି ଅତି ପରିଚିତ , କିନ୍ତୁ ଏଥିରେ ଭକ୍ତିର ଅଭାବ ରହିଛି। ଭକ୍ତି ଏକ ଭାବନା ଯାହା ଆଜି ହିନ୍ଦୁ ଧର୍ମକୁ ଗଢିଛି। ଚୋଳ ରାଜାଙ୍କ ସମୟର ବହୁ ପରେ ଦକ୍ଷିଣ ଭାରତରେ ଭକ୍ତିର ଉତ୍‌ଥାନ ହୋଇଥିଲା। ଚୋଳ ସାମ୍ରାଜ୍ୟର ଅଭିଳାଷ ସେମାନଙ୍କୁ ଇଣ୍ଡୋନେସିଆର ଶ୍ରୀବିଜୟ ରାଜାମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ପ୍ରେରିତ କରିଥିଲା। ବାସ୍ତବରେ, ଏକ କିମ୍ବଦନ୍ତୀ ଅନୁଯାୟୀ ଅଯୁଥୟାର ପ୍ରତିଷ୍ଠାତା ଉଥୋଙ୍ଗ ଜଣେ ଚୋଳ ସୈନିକ, ଯିଏ ତାଇ ରାଜକୁମାରୀଙ୍କୁ ବିବାହ କରିଥିଲେ। ଉଥୋଙ୍ଗ ଚାଇନାର ବୋଲି ଅନ୍ୟ କିମ୍ବଦନ୍ତୀ ଦାବି କରେ।
ତାଇ ରାଜାମାନେ ବର୍ମା ରାଜାମାନଙ୍କ ବୌଦ୍ଧ ଧର୍ମ ଏବଂ କାମ୍ବୋଡିଆ ରାଜାମାନଙ୍କ ହିନ୍ଦୁ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ। ତେଣୁ ଥାଇ ସମାଜ ଉଭୟ ବିଚାରଧାରାର ମିଶ୍ରଣ। କାମ୍ବୋଡିଆ ପରି ଥାଇଲ୍ୟାଣ୍ଡର ରାମ ମଧ୍ୟ ଜଣେ ବୋଧିସତ୍ତ୍ୱ। ଥାଇ ରାଜାମାନେ ରାମଙ୍କ ପରି ବହୁତ ଭଲ ହେବାକୁ ଚେଷ୍ଟା କଲେ ଏବଂ ତାଙ୍କ ରାଜକୀୟ ମହିମା ସହିତ ମେଳ ଖାଇବା ପାଇଁ ଅଯୁଥୟା ନିର୍ମାଣ କଲେ। ରାମାୟଣର ରାଜଦରବାରର ପ୍ରଦର୍ଶନ ସେମାନଙ୍କର ଶକ୍ତିକୁ ଦୃଢ଼ କରିଥିଲା। ସେମାନେ ବୌଦ୍ଧ ପାଗୋଡା ଏବଂ ମନ୍ଦିର, ରାଜ ପରିବାର ସଦସ୍ୟ ତଥା ଧାର୍ମିକ ନେତାଙ୍କ ସ୍ମାରକୀ ନିର୍ମାଣ କରିଥିଲେ। କିନ୍ତୁ ୧୭୬୫ ମସିହାରେ ଏହି ରାଜକୀୟ ସହରକୁ ଆକ୍ରମଣ କରାଯାଇ ଏହାର ଧନ ସମ୍ପତ୍ତି ଜାଳି ଦିଆଯାଇଥିଲେ ମଧ୍ୟ ଏହା ଇତିହାସ ପୁନରାବୃତ୍ତି କଲା। ଉତ୍ତରରେ ଥିବା ସେମାନଙ୍କର ପୂର୍ବ ରାଜଧାନୀ ସୁଖୋଥାଇରେ ଏହା ଘଟିଥିଲା, ଯାହା ଅଯୁଥୟାକୁ ସ୍ଥାନାନ୍ତର କରିବାକୁ ପ୍ରେରିତ କରିଥିଲା। ଏହି ସମୟରେ ଦକ୍ଷିଣକୁ ଯାଇ ସେଠାରେ ଚାଓ ଫ୍ରାୟା ନଦୀ କୂଳରେ ଏକ ନୂତନ ସହର ପ୍ରତିଷ୍ଠା କରିଥିଲେ, ଯାହାକୁ ଆମେ ଏବେ ବ୍ୟାଙ୍କକ କହୁଛୁ। ଏହି ସ୍ଥାନ ରାଜାଙ୍କର, ଯେଉଁମାନଙ୍କୁ ରାମ ବୋଲି କୁହାଯାଇଆସୁଛି।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?