Posted inଜାତୀୟ

ଅଯୋଧ୍ୟା ଉତ୍ସବ ମୁଖର

ଅଯୋଧ୍ୟା,୫ା୮: ୨୦୧୯ ନଭେମ୍ବର ୯। ଏହା ହେଉଛି ସେହି ତାରିଖ, ଯେଉଁ ଦିନ ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ବିଶ୍ୱର ଅନ୍ୟତମ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଏହି ଦିନ ପ୍ରକାଶ ପାଇବା ସହ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ପଥ ପରିଷ୍କାର କରିଥିଲେ। ୨.୭୭ ଏକର ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର ସହ ସେଠାରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରି ରୂପରେଖ ପ୍ରସ୍ତୁତ କରିବେ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ଏହାସହ ସରକାର ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ଓ୍ବାକଫ୍‌ ବୋର୍ଡ ଉକ୍ତ ସ୍ଥାନରେ ମସ୍‌ଜିଦ ନିର୍ମାଣ କରିବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ପ୍ରକାଶ ପାଇଥିବା ୧୦୪୫ ପୃଷ୍ଠା ସମ୍ବଳିତ ଏହି ସର୍ବସମ୍ମତ ରାୟକୁ କେନ୍ଦ୍ର ସରକାର, ହିନ୍ଦୁତ୍ୱବାଦୀ ଓ ଦକ୍ଷିଣପନ୍ଥୀ ସଙ୍ଗଠନ ସମେତ ଅଧିକାଂଶ ମହଲରେ ସ୍ବାଗତ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ପ୍ରାୟ ୯ ମାସ ପରେ ଅଗଣିତ ରାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି।
ପୋଲିସ ବ୍ୟାରିକେଡ୍‌, ହଳଦିଆ ବ୍ୟାନର, କାନ୍ଥଗୁଡ଼ିକରେ ନୂଆ ପ୍ରଲେପ ଓ ଭଜନ କୀର୍ତ୍ତନ ସହ ବୁଧବାରକୁ ଅପେକ୍ଷା କରିଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ନଗରୀ। ରାମମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୧୨ଟା ୩୦ରେ ଏହାର ଶିଳାନ୍ୟାସ କରିବେ। ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣର ଏହି ଶୁଭ ମୁହୂର୍ତ୍ତ ପ୍ରତୀକ୍ଷାରେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ। ରାମମନ୍ଦିର ଭୂମି ପୂଜନ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ଉତ୍ତରପ୍ରଦେଶର ଅଯୋଧ୍ୟା ନଗରୀ। ରାମ ଜନ୍ମଭୂମିରେ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ଅନୁକୂଳ କରାଯିବ। ଏଥିପାଇଁ ଧାର୍ମିକ ରୀତିନୀତି ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସମସ୍ତ ପ୍ରସ୍ତୁତିର ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଅତିଥିମାନେ ଅଯୋଧ୍ୟାରେ ପହଞ୍ଚତ୍ବାରେ ଲାଗିଛନ୍ତି।
ଇତିମଧ୍ୟରେ ଦେବଦେବୀଙ୍କୁ ଆବାହନ ପାଇଁ ଉଦ୍ଦିଷ୍ଟ ରାମଚରଣ ପୂଜା ଆରମ୍ଭ ହୋଇଛି। ବୁଧବାର ସକାଳ ୮ଟାରେ ଉତ୍ସବ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ। ମୁଖ୍ୟ ଭୂମି ପୂଜନ ୧୨ଟା ୩୦ରେ କରାଯିବାକୁ ସ୍ଥିର ହୋଇଥିବାବେଳେ ଭିତ୍ତିପ୍ରସ୍ତର ସ୍ଥାପନ ୧୨ଟା ୪୦ରେ ହେବ। ଦୂରଦର୍ଶନରେ ମଙ୍ଗଳବାର ରାତି ୭ଟାରେ ଦୀପୋତ୍ସବର ସିଧାପ୍ରସାରଣ କରାଯାଇଥିବାବେଳେ ବୁଧବାର ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହା ଜାରି ରହିବ। ଦର୍ଶକମାନେ ସମ୍ପୂର୍ଣ୍ଣ ଉତ୍ସବ ବୁଧବାର ସକାଳ ୬ଟାରୁ ଡିଡି ନ୍ୟୁଜ୍‌ ଲାଇଭ, ଡିଡି ଇଣ୍ଡିଆ ଲାଇଭ୍‌ ଏବଂ ଡିଡି ନ୍ୟାଶନାଲରେ ଦେଖିପାରିବେ। ଦୂରଦର୍ଶନ ଓ ଏହାର ଅନ୍ୟ ଚ୍ୟାନେଲଗୁଡ଼ିକର ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସବୁ ବ୍ୟବସ୍ଥା କରାଯାଇଛି।
ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହନ୍ତ ନୃତ୍ୟ ଗୋପାଳ ଦାସ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉପସ୍ଥିତ ରହି ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହେବେ। ନିମନ୍ତ୍ରିତ ୧୭୫ ଅତିଥିଙ୍କ ମଧ୍ୟରେ ମୁସଲିମ ପକ୍ଷର ଇକ୍‌ବାଲ ଅନ୍‌ସାରି ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri