Posted inଜାତୀୟ

ଅଯୋଧ୍ୟା ଉତ୍ସବ ମୁଖର

ଅଯୋଧ୍ୟା,୫ା୮: ୨୦୧୯ ନଭେମ୍ବର ୯। ଏହା ହେଉଛି ସେହି ତାରିଖ, ଯେଉଁ ଦିନ ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ବିଶ୍ୱର ଅନ୍ୟତମ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଏହି ଦିନ ପ୍ରକାଶ ପାଇବା ସହ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ପଥ ପରିଷ୍କାର କରିଥିଲେ। ୨.୭୭ ଏକର ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର ସହ ସେଠାରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରି ରୂପରେଖ ପ୍ରସ୍ତୁତ କରିବେ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ଏହାସହ ସରକାର ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର କରିବେ। ଓ୍ବାକଫ୍‌ ବୋର୍ଡ ଉକ୍ତ ସ୍ଥାନରେ ମସ୍‌ଜିଦ ନିର୍ମାଣ କରିବ ବୋଲି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ତାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ପ୍ରକାଶ ପାଇଥିବା ୧୦୪୫ ପୃଷ୍ଠା ସମ୍ବଳିତ ଏହି ସର୍ବସମ୍ମତ ରାୟକୁ କେନ୍ଦ୍ର ସରକାର, ହିନ୍ଦୁତ୍ୱବାଦୀ ଓ ଦକ୍ଷିଣପନ୍ଥୀ ସଙ୍ଗଠନ ସମେତ ଅଧିକାଂଶ ମହଲରେ ସ୍ବାଗତ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ପ୍ରାୟ ୯ ମାସ ପରେ ଅଗଣିତ ରାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି।
ପୋଲିସ ବ୍ୟାରିକେଡ୍‌, ହଳଦିଆ ବ୍ୟାନର, କାନ୍ଥଗୁଡ଼ିକରେ ନୂଆ ପ୍ରଲେପ ଓ ଭଜନ କୀର୍ତ୍ତନ ସହ ବୁଧବାରକୁ ଅପେକ୍ଷା କରିଛି ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ନଗରୀ। ରାମମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୧୨ଟା ୩୦ରେ ଏହାର ଶିଳାନ୍ୟାସ କରିବେ। ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣର ଏହି ଶୁଭ ମୁହୂର୍ତ୍ତ ପ୍ରତୀକ୍ଷାରେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ। ରାମମନ୍ଦିର ଭୂମି ପୂଜନ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ଉତ୍ତରପ୍ରଦେଶର ଅଯୋଧ୍ୟା ନଗରୀ। ରାମ ଜନ୍ମଭୂମିରେ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ଅନୁକୂଳ କରାଯିବ। ଏଥିପାଇଁ ଧାର୍ମିକ ରୀତିନୀତି ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସମସ୍ତ ପ୍ରସ୍ତୁତିର ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଅତିଥିମାନେ ଅଯୋଧ୍ୟାରେ ପହଞ୍ଚତ୍ବାରେ ଲାଗିଛନ୍ତି।
ଇତିମଧ୍ୟରେ ଦେବଦେବୀଙ୍କୁ ଆବାହନ ପାଇଁ ଉଦ୍ଦିଷ୍ଟ ରାମଚରଣ ପୂଜା ଆରମ୍ଭ ହୋଇଛି। ବୁଧବାର ସକାଳ ୮ଟାରେ ଉତ୍ସବ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ। ମୁଖ୍ୟ ଭୂମି ପୂଜନ ୧୨ଟା ୩୦ରେ କରାଯିବାକୁ ସ୍ଥିର ହୋଇଥିବାବେଳେ ଭିତ୍ତିପ୍ରସ୍ତର ସ୍ଥାପନ ୧୨ଟା ୪୦ରେ ହେବ। ଦୂରଦର୍ଶନରେ ମଙ୍ଗଳବାର ରାତି ୭ଟାରେ ଦୀପୋତ୍ସବର ସିଧାପ୍ରସାରଣ କରାଯାଇଥିବାବେଳେ ବୁଧବାର ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହା ଜାରି ରହିବ। ଦର୍ଶକମାନେ ସମ୍ପୂର୍ଣ୍ଣ ଉତ୍ସବ ବୁଧବାର ସକାଳ ୬ଟାରୁ ଡିଡି ନ୍ୟୁଜ୍‌ ଲାଇଭ, ଡିଡି ଇଣ୍ଡିଆ ଲାଇଭ୍‌ ଏବଂ ଡିଡି ନ୍ୟାଶନାଲରେ ଦେଖିପାରିବେ। ଦୂରଦର୍ଶନ ଓ ଏହାର ଅନ୍ୟ ଚ୍ୟାନେଲଗୁଡ଼ିକର ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସବୁ ବ୍ୟବସ୍ଥା କରାଯାଇଛି।
ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହନ୍ତ ନୃତ୍ୟ ଗୋପାଳ ଦାସ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଉପସ୍ଥିତ ରହି ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀ ଭିଡିଓ କନ୍‌ଫରେନ୍ସ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହେବେ। ନିମନ୍ତ୍ରିତ ୧୭୫ ଅତିଥିଙ୍କ ମଧ୍ୟରେ ମୁସଲିମ ପକ୍ଷର ଇକ୍‌ବାଲ ଅନ୍‌ସାରି ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି...

ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୨ : ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି।...

ହିଂସାରେ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଥମିଛି। ହେଲେ ଏବେ ବି ଲୋକଙ୍କ ମନରୁ ଭୟ ଦୂରେଇନାହିଁ।...

ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ…

ନୂଆଦିଲ୍ଲୀ, ୩୦।୧ : ନ୍ୟାୟ ହେଉଥିବାରୁ ପ୍ରମାଣ ମିଳିଥାଏ ଯେତେବେଳେ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯାଏ ପାରିଥାଏ। ନିଜ ଆଖି ସାମ୍ନାରେ ଜନସାଧାରଣ...

ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ର ଚୋରାଚାଲାଣ କରୁଛି ପାକ୍‌

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଏବେ ସେଠାରୁ...

ମାୟାବତୀ, ଓୱାଇସିଙ୍କୁ ଦିଆଯାଉ ଭାରତ ରତ୍ନ: ସଞ୍ଜୟ ରାଓ୍ବତ

ମୁମ୍ବାଇ, ୧୧।୩: ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ଛାଡି ଭାଜପା ବାକି ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଭାଜପାର...

ବିବାହରେ ସାମିଲ ହେଲେ ୨୫୦ ଲୋକ: କ୍ୱାରାଣ୍ଟାଇନ ଖର୍ଚ୍ଚ, ଚିକିତ୍ସା ପାଇଁ ବର ପିତାଙ୍କ ଉପରେ ଲାଗିଲା ଲକ୍ଷାଧିକ ଟଙ୍କା ଜରିମାନା

ଜୟପୁର,୨୮।୬: ରାଜସ୍ଥାନର ଭିଲଓ୍ବାଡାରେ ଅନୁଷ୍ଠିତ ଏକ ବିବାହକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏଠାରେ ବରପକ୍ଷ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ଏବେ...

ଅନ୍ତିମ ସଂସ୍କାର ସମୟରେ ଭୁଶୁଡ଼ିଲା ଶ୍ମଶାନ ଘର ଛାତ: ଉଦ୍ଧାର କାର୍ଯ୍ୟ ଜାରି

ଗାଜିଆବାଦ୍‌,୩।୧: ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘର ଛାତ ଭୁଶୁଡ଼ିବାରୁ କେତେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ମାଟିତଳୁ ୧୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ...

Advertisement
Archives

Model This Week