‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ପରେ ରଥ ଖୋଲା କାମ ଜାରିରହିଛି। ମାତ୍ର ଏଥିରେ ଅସହଯୋଗ ଚେତାବନୀ ଦେଇଛନ୍ତି ମହାରଣା ସେବକ। ସେମାନଙ୍କର କିଛି ପ୍ରାପ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପ୍ରାପ୍ୟ ନ ମିଳିଲେ ଆଗକୁ ରଥ ଖୋଲିବେନି ବୋଲି ସେମାନେ କହିଛନ୍ତି। ଫଳରେ ରଥଖୋଲାକୁ ନେଇ ବିବାଦ ଉପୁଜିଛି। ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିରୁ ବାହାରିଥିବା କାଠ ଗୁଣ୍ଡିଚା ମନ୍ଦିର ପରସରରେ ରଖାଯାଇଛି। ମୁଖ୍ୟ ପ୍ରଶାସକଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଏଥର ତିନିରଥ ସଂରକ୍ଷଣ ନିଷ୍ପତ୍ତିରେ ସେମାନେ ସହଯୋଗ କରିଆସୁଛନ୍ତି। ମାତ୍ର ପ୍ରଶାସନଠାରୁ ସେମାନଙ୍କର କେତେକ ପ୍ରାପ୍ୟ ପାଉଣା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଚଳିତବର୍ଷ ଯେଉଁ କାଠ କରତ କଳରେ ଚିରଟ ହେଲା ସେ ବାବଦରେ ଅର୍ଥାତ୍‌ ଗୋଟିଏ କାଠ ପିଛା ୨ ହଜାର ଟଙ୍କା ପାଇବେ ବୋଲି ଜଣାଇଥିଲେ। ପ୍ରତିବର୍ଷ ରଥ ଭଙ୍ଗା ଗଲେ ମହାରଣା ସେବକମାନେ ଦୁଆରବେଢା ନେଇଥାନ୍ତି। ତିନି ରଥରୁ ୧୨ଟି ଦୁଆର ବେଢା ବାହାରିଥାଏ। ଯେହେତୁ ଏଥର ସଂରକ୍ଷଣ କରାଯିବ ତେଣୁ ପ୍ରତି ଦୁଆରବେଢା ବାବଦ ୫୦ ହଜାର ଟଙ୍କା ଲେଖାଏ ମୋଟ ୬ଲକ୍ଷ ଟଙ୍କା ପାଇବେ। ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ସେମାନେ ସବୁ କାମ କରୁଛନ୍ତି। ମାତ୍ର ରଥ କାମ ସରିଗଲା ପରେ ସେମାନଙ୍କ କଥା ବିଚାର କରାଯାଉ ନାହିଁ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ରଥ ନିର୍ମାଣ ଅନୁକୂଳ ହେବାର ୧୨ ଦିନ ପରେ କାମ ଆରମ୍ଭ ହେଲା। ଏହି ୧୨ ଦିନର ମଜୁରି ବି ଏଯାଏ ମିଳିନାହିଁ। ଏମିତି ଅନ୍ୟ କେତେକ ପ୍ରାପ୍ୟ ପାଉଣା ସେମାନଙ୍କର ରହିଛି। ଯଥାଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ମହାରଣା ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ମହାରଣା ସେବକମାନେ ଯଦି କହୁଛନ୍ତି ତେବେ ଦୁଆରବେଢା ନିଅନ୍ତୁ। ନୂତନ ଭାବେ ଏହା ତିଆରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri