‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ପରେ ରଥ ଖୋଲା କାମ ଜାରିରହିଛି। ମାତ୍ର ଏଥିରେ ଅସହଯୋଗ ଚେତାବନୀ ଦେଇଛନ୍ତି ମହାରଣା ସେବକ। ସେମାନଙ୍କର କିଛି ପ୍ରାପ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପ୍ରାପ୍ୟ ନ ମିଳିଲେ ଆଗକୁ ରଥ ଖୋଲିବେନି ବୋଲି ସେମାନେ କହିଛନ୍ତି। ଫଳରେ ରଥଖୋଲାକୁ ନେଇ ବିବାଦ ଉପୁଜିଛି। ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥିରୁ ବାହାରିଥିବା କାଠ ଗୁଣ୍ଡିଚା ମନ୍ଦିର ପରସରରେ ରଖାଯାଇଛି। ମୁଖ୍ୟ ପ୍ରଶାସକଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଏଥର ତିନିରଥ ସଂରକ୍ଷଣ ନିଷ୍ପତ୍ତିରେ ସେମାନେ ସହଯୋଗ କରିଆସୁଛନ୍ତି। ମାତ୍ର ପ୍ରଶାସନଠାରୁ ସେମାନଙ୍କର କେତେକ ପ୍ରାପ୍ୟ ପାଉଣା ଆଜି ପର୍ଯ୍ୟନ୍ତ ମିଳିନାହିଁ। ଚଳିତବର୍ଷ ଯେଉଁ କାଠ କରତ କଳରେ ଚିରଟ ହେଲା ସେ ବାବଦରେ ଅର୍ଥାତ୍‌ ଗୋଟିଏ କାଠ ପିଛା ୨ ହଜାର ଟଙ୍କା ପାଇବେ ବୋଲି ଜଣାଇଥିଲେ। ପ୍ରତିବର୍ଷ ରଥ ଭଙ୍ଗା ଗଲେ ମହାରଣା ସେବକମାନେ ଦୁଆରବେଢା ନେଇଥାନ୍ତି। ତିନି ରଥରୁ ୧୨ଟି ଦୁଆର ବେଢା ବାହାରିଥାଏ। ଯେହେତୁ ଏଥର ସଂରକ୍ଷଣ କରାଯିବ ତେଣୁ ପ୍ରତି ଦୁଆରବେଢା ବାବଦ ୫୦ ହଜାର ଟଙ୍କା ଲେଖାଏ ମୋଟ ୬ଲକ୍ଷ ଟଙ୍କା ପାଇବେ। ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ସେମାନେ ସବୁ କାମ କରୁଛନ୍ତି। ମାତ୍ର ରଥ କାମ ସରିଗଲା ପରେ ସେମାନଙ୍କ କଥା ବିଚାର କରାଯାଉ ନାହିଁ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ରଥ ନିର୍ମାଣ ଅନୁକୂଳ ହେବାର ୧୨ ଦିନ ପରେ କାମ ଆରମ୍ଭ ହେଲା। ଏହି ୧୨ ଦିନର ମଜୁରି ବି ଏଯାଏ ମିଳିନାହିଁ। ଏମିତି ଅନ୍ୟ କେତେକ ପ୍ରାପ୍ୟ ପାଉଣା ସେମାନଙ୍କର ରହିଛି। ଯଥାଶୀଘ୍ର ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ମହାରଣା ସେବକମାନେ ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ମହାରଣା ସେବକମାନେ ଯଦି କହୁଛନ୍ତି ତେବେ ଦୁଆରବେଢା ନିଅନ୍ତୁ। ନୂତନ ଭାବେ ଏହା ତିଆରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri