ଚଣ୍ଡିଗଡ଼,୫।୮: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ରେ ବ୍ରୋଞ୍ଜ୍ ପଦକ ହାସଲ କରିଛି। ପଞ୍ଜାବ ସରକାର ଟିମ୍ ଇଣ୍ଡିଆରେ ସାମିଲ ଥିବା ରାଜ୍ୟର ହକି ଖେଳାଳିଙ୍କ ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ରାଣା ଗୁରୁମିତ୍ ଏସ୍ ସୋଧି ଗୁରୁବାର ଏନେଇ ସୂଚନା ଦେଇଛନ୍ତି। ସେହିପରି ମଧ୍ୟପ୍ରଦେଶ ସରକାର ମଧ୍ୟ ଅଲମ୍ପିକ୍ ଟିମ୍ରେ ସାମିଲ ଥିବା ରାଜ୍ୟର ଖେଳାଳିଙ୍କ ପାଇଁ କୋଟିଏ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛନ୍ତି।