ଉତ୍ତର ଅପେକ୍ଷାରେ

ଉମା ଶଙ୍କର ପ୍ରସାଦ

 

ଅନେକ ଅସମାହିତ ପ୍ରଶ୍ନର ଉତ୍ତର ବୁଢ଼ିଆଣୀ ଜାଲ ଭିତରେ ଘେରି ହୋଇଛି ଆମର ଏ ଭାରତ ଭୂଖଣ୍ଡ! ଅନେକ ଅସରନ୍ତି, ଅମାପ, ଅସହିଷ୍ଣୁତାର ସମସ୍ୟାରେ ଏ ଭାରତବର୍ଷ ଥରହର, ବେଦନାଶିକ୍ତ, ଅସୁରକ୍ଷିତ ଆଉ ବାଦବିବାଦରେ ବିଭେଦଗ୍ରସ୍ତ, ଯାହାର ସମାଧାନର ପନ୍ଥା ଏବେ ସୁଦ୍ଧା ମିଳିପାରିନି! ଉପରୋକ୍ତ କାରଣରୁ ଆଜିର ଭାରତ ଭୂଖଣ୍ଡ ବହୁ ଭାଗରେ ବିଭକ୍ତ। ମନୁଷ୍ୟକୃତ ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ, ଅଞ୍ଚଳ, ଭାଷାରେ ପରିପୁଷ୍ଟ ଏ ହିନ୍ଦୁସ୍ଥାନ। ଆର୍ଯ୍ୟ, ଅନାର୍ଯ୍ୟ, ଦ୍ରାବିଡ଼ଙ୍କୁ ନେଇ ବିଭାଜିତ। କ୍ଷୁଧା, ଅନାହାର, କୁପୋଷଣ, ଅପପୁଷ୍ଟି, ଖାଦ୍ୟାଭାବ କାରଣରୁ ପ୍ରତି ମୁହୂର୍ତ୍ତରେ ଜନସାଧାରଣ ମୃତ୍ୟୁମୁଖରେ ପଡ଼ନ୍ତି। ଆଜି ବେକାରି, ନିଶା ବେପାରୀ, ଦୁରାଚାରୀ, କପଟାଚାରୀ ଓ ଶୋଷକମାନଙ୍କର ସଂଖ୍ୟା ଗାଣିତିକ ବେଗରେ ବଢ଼ିବାରେ ଲାଗିଛି। ନୀତି, ନୈତିକତା, ତ୍ୟାଗ, ସେବା, ଭଲପାଇବା, ଦୟା, ଅନୁକମ୍ପା ମଣିଷ ହୃଦୟରୁ ଲୋପ ପାଇଛି। ଜାତୀୟତାର ସଂଜ୍ଞା ଏବେ ବିଚ୍ଛିନ୍ନତା। ଅଞ୍ଚଳ ଅଞ୍ଚଳକୁ ନେଇ ଆଜି ଆଞ୍ଚଳିକତା ବଢ଼ିଚାଲିଛି। ଧର୍ମକୁ ନେଇ ଧର୍ମାନ୍ଧତା, ଜାତିକୁ ନେଇ ବାଚ୍ଛନ୍ଦ, ବର୍ଣ୍ଣକୁ ନେଇ ବିଭକ୍ତୀକରଣ, ଭାଷାକୁ ନେଇ ଆନ୍ଦୋଳନ। ଯୋଗ୍ୟତା ବଛାଯାଉଛି ପ୍ରିୟାପ୍ରୀତିରେ। ମୌଳିକତା ହରାଉଛି ଆଧ୍ୟାତ୍ମିକ ବିଜ୍ଞାନ। ବ୍ୟକ୍ତିଗତ ଚରିତ୍ର ବଦଳୁଛି ବିକଳାଙ୍ଗ ମାନସିକତାରେ। ସ୍ବାସ୍ଥ୍ୟ ଓ ସୁରକ୍ଷା ପହଞ୍ଚତ୍ପାରିନି ଅଧାରୁ ଅଧିକ ସାଧାରଣ ଜନତାଙ୍କ ପାଖରେ। ଦାଦନ ଶ୍ରମିକର ସଂଜ୍ଞା ଓ ଉପାଧି ଧାରଣ କଲେଣି କୃଷିଜୀବୀମାନେ। ଅଣୁଅସ୍ତ୍ରରେ ଖର୍ଚ୍ଚ ହେଉଛି ଅର୍ବୁଦ ଅର୍ବୁଦ ଟଙ୍କା, କଷ୍ଟ ଉପାର୍ଜିତ ସାଧାରଣ ଜନତାଙ୍କ ଝାଳବୁହା ଅର୍ଥରେ! ମଣିଷ ତିଆରି କାରଖାନାର ତତ୍ତ୍ୱାବଧାରକମାନେ ଗୁରୁ, ଶିକ୍ଷକ, ଅଧ୍ୟାପକ ଏବେ ଗୋତିଶ୍ରମିକ। ଚାଲାକ୍‌, ଚତୁର ଗଳିପଶା ଶିକ୍ଷକ, ଅଧ୍ୟାପକମାନେ ଗୋରୁ ଚରାଇଲା ପରି ଆଜି ଘରୋଇ ପାଠଶାଳାରେ ବ୍ୟସ୍ତ।
ମାଗଣାରେ ବଣ୍ଟାଚାଲିଛି ଆଜି ଅଶିକ୍ଷା, କୁଶିକ୍ଷା। ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ବିଦେଶୀ ପୁଞ୍ଜି ଲାଗୁଛି ସ୍ବଦେଶୀ ଅନୁଷ୍ଠାନରେ। ଲକ୍ଷ୍ୟହୀନ, କକ୍ଷଚ୍ୟୁତ ଜନପ୍ରତିନିଧି ଅପରାଧୀ ଅଭିଯୁକ୍ତ, ଲାଞ୍ଚଖୋର ଓ ନିଶାଖୋର। ଏଭଳି ଅଗଣିତ ସମସ୍ୟା ମୁଣ୍ଡେଇ ଚାଲିଛନ୍ତି ଦରିଦ୍ର, ଅବହେଳିତ, ଦୁଃସ୍ଥ, ପତିତ, ନିର୍ଯାତିତ ଜନତାମାନେ। ଯୋଜନା କୋଟିଏ, ମାତ୍ର ସମ୍ପୂର୍ଣ୍ଣ ହୁଏନା ଗୋଟିଏ! ବ୍ୟତିକ୍ରମ ଘଟୁଛି ମଣିଷର ଭାବନାରେ। ସମାଜବାଦ ଓ ସାମ୍ୟବାଦ କଥା କହୁଥିବା ବ୍ୟକ୍ତିବିଶେଷ ଆଜି ସ୍ଥିରତା ଓ ଶିଥିଳତା ଆଡ଼କୁ ପାଦ ବଢ଼ାଇଲେଣି।
ବର୍ତ୍ତମାନ ଆମ ଦେଶରେ ୧୬୧୮ଟି ଭାଷାଭାଷୀ ଜନତା, ୬୪୦୦ ଜାତି, ପ୍ରଜାତି, ଉପଜାତି, ୧୧ଟି ପ୍ରମୁଖ ବିଶ୍ୱଧର୍ମ ଓ ୩୧ଟି ପ୍ରମୁଖ ପର୍ବପର୍ବାଣି। ଏତେ ଭିନ୍ନତା ଭିତରେ ଆମେ ଅନ୍ତତଃ ୭୫ ବର୍ଷ ଧରି ଐକ୍ୟଭାବରେ ରହିପାରିଛୁ, ଏହା ଆଶ୍ଚର୍ଯ୍ୟର କଥା ନୁହେଁ କି? ଏ ସବୁ ଭିତରେ ସର୍ବାଧିକ ଲଢ଼େଇ ଧର୍ମକୁ ନେଇ। ଦୁଃଖ ଓ ପରିତାପର ବିଷୟ ସମଷ୍ଠିଗତ, ସାମଗ୍ରିକ, ବିଶ୍ୱହିତ ଲାଗି କାହାର ପ୍ରୟାସ ନାହିଁ। ଅଶାନ୍ତ ବିଶ୍ୱକୁ ଶାନ୍ତ କରାଇବା ଲାଗି ସବୁ ଦେଶ ଗୁଳିଗୋଳା, ବାରୁଦ, କମାଣ, ଅଣୁ, ପରମାଣୁ ବୋମା ତଥା ତା’ଠାରୁ ଆହୁରି ଅଧିକ ଶକ୍ତିଶାଳୀ ଅସ୍ତ୍ର ତିଆରି କରିବାରେ ଲାଗିଛନ୍ତି। ଶାନ୍ତି ଓ ସୁରକ୍ଷା ପାଇଁ କ’ଣ ଏ ବିନାଶକାରୀ ଯୁଦ୍ଧାସ୍ତ୍ର ନିହାତି ପ୍ରୟୋଜନ? ଏ ପ୍ରଶ୍ନକୁ ନେଇ କେଉଁଠି ଆଲୋଚନା ହୁଏନି! ଅନ୍ୟର ଅହିତ କରାଇ ନିଜ ହିତ ଲାଗି ଆଲୋଚନା ହୁଏ। ସବୁଧର୍ମର ବାର୍ତ୍ତା ଏକ୍‌ ବୋଲି ମାନି ନେଇଛନ୍ତି ସବୁ ଧର୍ମଗ୍ରନ୍ଥ। ଈଶ୍ୱର ଏକ ଓ ଈଶ୍ୱରଙ୍କ ସନ୍ତାନ ମଧ୍ୟ ଏକ। ଜାତି ତ ଗୋଟିଏ, ମଣିଷ ଜାତି ଭଗବାନଙ୍କର ସର୍ବୋକ୍ତୃଷ୍ଟ ସୃଷ୍ଟି। ଗୋଟିଏ ଧର୍ମ ମାନବ ଧର୍ମ, ଗୋଟିଏ ଅଞ୍ଚଳ ବିଶ୍ୱବ୍ରହ୍ମାଣ୍ଡ ଓ ଗୋଟିଏ ଭାଷା ଦର୍ଶନ। ଏ କଥା ଆମେ କାହିଁକି ଭୁଲିଯାଉଛୁ। ଧର୍ମ, ଅଞ୍ଚଳ, ଭାଷାକୁ ନେଇ ଏତେ ବୈଷମ୍ୟ କାହିଁକି? କିଏ ଏହାର ସୂତ୍ରଧର?
ଏ ସମସ୍ୟାର କ’ଣ ସମାଧାନ ନାହିଁ? ସମସ୍ତଙ୍କୁ ପ୍ରଶ୍ନ, ମଣିଷକୁ ବାୟୁରେ ଅମ୍ଳଜାନ ଦରକାର ନା କୁବେର ସମ୍ପତ୍ତି ଦରକାର? ସ୍ବାଧୀନ ଚେତନାରେ ସ୍ବଅଧୀନରେ ରହିବା ନା ନିଧନ ହେବା ପର ଅଧୀନରେ? ଆସନ୍ତୁ ଉପରୋକ୍ତ ପ୍ରଶ୍ନର ଉତ୍ତର ଦେଉଥିବା ମଣିଷମାନଙ୍କୁ ଆହୁରି ଶକ୍ତ କରିବା, ପୃଥିବୀକୁ ବଦଳାଇବା ମାନବ ଧର୍ମରେ। ଗୋଟିଏ ଭାଷା ହେଉ ”ବସୁଧୈବ କୁଟୁମ୍ବକମ୍‌।“ ଅଜ୍ଞାନ ଦୂର କରାଯାଉ। ମଣିଷକୁ ମଣିଷ ପରି ଗଢ଼ିବା ଲାଗି ମଣିଷ ତିଆରି କାରଖାନାର ବିନ୍ଧାଣିମାନେ ପ୍ରୟାସ କରନ୍ତୁ। ଏ କଥା ଆମ ନେତୃବର୍ଗ, ବୁଦ୍ଧିଜୀବୀ ଓ ପ୍ରଧାନ ସେବକ ବୁଝି କରିପାରିଲେ ହୁଏତ ଏକ ସୁନ୍ଦର ସମାଜ ଗଢ଼ିଉଠନ୍ତା।
ସମ୍ପାଦକ, ମାର୍ଗଦର୍ଶୀ, ଖୋର୍ଦ୍ଧା
ମୋ-୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri