ନିର୍ଗମନମୁକ୍ତ ଇସ୍ପାତ ଉତ୍ପାଦନ

ଲୁହା ଉତ୍ପାଦନ ପାଇଁ ମୌଳିକ ରାସାୟନିକ ପ୍ରକ୍ରିୟା (ଲୁହାପଥର+କୋଇଲା=ଲୁହା+କାର୍ବନ ଡାଇଅକ୍ସାଇଡ୍‌) ସମ୍ପନ୍ଧୀୟ ଜ୍ଞାନ ପିରିଅଡିକ୍‌ ଟେବୁଲ ବା ପର୍ଯ୍ୟାୟ ସାରଣୀଠାରୁ ପୁରାତନ। ଏହି କାର୍ବନ ଡାଇଅକ୍ସାଇଡ୍‌ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଲୁହା ଏବଂ ଇସ୍ପାତ ଶିଳ୍ପର ନିର୍ଗମନକୁ ଦର୍ଶାଏ। ବିଶ୍ୱରେ ମୋଟ କାର୍ବନ ନିର୍ଗମନର ୮% ଷ୍ଟିଲ୍‌ ବା ଇସ୍ପାତ ଯୋଗୁ ହେଉଛି। ଇସ୍ପାତ ଲାଗି ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ଓ କୋଇଲା ଖନନକୁ ଯଦି ବିଚାରକୁ ନିଆଯାଏ ତେବେ ନିର୍ଗମନ ୧୦%ରୁ ଅଧିକ ହେବ। ସୌଭାଗ୍ୟର କଥା, ଉଭୟ ବୈଷୟିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଲୁହା ଓ ଇସ୍ପାତ ଉତ୍ପାଦନରେ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ ଦୂରକରିବା ସମ୍ଭବ ହୋଇପାରିବ। ତାହା ହାସଲ କରିବା ଲାଗି ଏକ ଲକ୍ଷ୍ୟଭିତ୍ତିକ ନୀତି ପାଇଁ ଆଗକୁ ବଢ଼ିବାକୁ ହେବ। ପ୍ରଥମରେ, ଲୁହା ଓ ଅମ୍ଳଜାନରେ ଗଠିତ ଖଣିଜ ଲୁହା( ଆଇରନ ଓର୍‌)ର ଖୋଦନ ଓ ରାସାୟନିକ ପ୍ରକ୍ରିୟାରେ ସେଥିରୁ ଅମ୍ଳଜାନକୁ ଅଲଗା କରାଗଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ୮୦% ନିର୍ଗମନ ହ୍ରାସ ହୋଇପାରିବ। ଦ୍ୱିତୀୟରେ ଯେତେ ଅଧିକ ଲୁହା ଓ ଷ୍ଟିଲ୍‌ର ରିସାଇକ୍ଲିଂ ବା ପୁନଃ ବ୍ୟବହାର କରାଯିବ ସେତେ ବେଶି ନିର୍ଗମନ କମିିବ। ଆମେରିକାରେ ଲୁହା ଓ ଷ୍ଟିଲ୍‌ ରିସାଇକ୍ଲିଂ ହାର ପାଖାପାଖି ୮୦-୯୦% ଥିବାବେଳେ ବିଶ୍ୱରେ ଏହା ୮୦%ରୁ ଅଧିକ। ଉଲ୍ଲେଖନୀୟ, ଷ୍ଟିଲ୍‌ ୧୦୦% ରିସାଇକ୍ଲିଂ ଯୋଗ୍ୟ। ଏଣୁ ଶତ ପ୍ରତିଶତ ରିସାଇକେଲ କରିବା ଲାଗି ଡିଜାଇନରମାନେ ସହଜରେ ଖଣ୍ଡବିଖଣ୍ଡ ହେଉଥିବା ତଥା କପର ଓ୍ବାରିଂ ଏବଂ ଅନ୍ୟ ଦୂଷିତ ପଦାର୍ଥ ଅଲଗା କରାଯାଇପାରୁଥିବା ଉତ୍ପାଦ ପ୍ରସ୍ତୁତ କରିବା ଆବଶ୍ୟକ।
ଅନ୍ୟ ଏକ ମୁଖ୍ୟ ବିଷୟ ହେଉଛି କମ୍‌ ଷ୍ଟିଲ୍‌ ବ୍ୟବହାର ଦ୍ୱାରା ନିର୍ଗମନ ହ୍ରାସ କରାଯାଇପାରିବ। ଏଥିପାଇଁ ଆର୍କିଟେକ୍ଟ ଏବଂ ଷ୍ଟ୍ର୍‌କ୍ଚରାଲ ଇଞ୍ଜିନିୟରମାନେ ସେମାନଙ୍କ ଡିଜାଇନରେ ଏହାର ବ୍ୟବହାର ହ୍ରାସ କରିବାକୁ ହେବ। ଭିତ୍ତିଭୂମି କ୍ଷେତ୍ରରେ ସବୁଠୁ ଅଧିକ ନିବେଶ କରୁଥିବା ସରକାରଗୁଡ଼ିକର ମଧ୍ୟ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି। ଏଥିରେ ମଧ୍ୟ ସ୍ଥପତି ଓ ଇଞ୍ଜିନିୟର ବୃତ୍ତିଧାରୀ ଏବଂ କାର୍‌ ଉତ୍ପାଦକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ପ୍ରତ୍ୟେକ ସରକାର ଷ୍ଟିଲ୍‌ ଯୋଗାଣ ଶୃଙ୍ଖଳରେ ପ୍ରତିଟି ସ୍ତରକୁ ଲକ୍ଷ୍ୟକରି ନୀତି ପ୍ରଣୟନ କରିବେ, ତେବେ ଉତ୍ପାଦନ ଓ ଉପଯୋଗ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁମୂଲ୍ୟ ପଦାର୍ଥ ହୋଇପାରିବ। ଉଭୟ ପୁନଃ ବ୍ୟବହାର ଏବଂ କମ୍‌ କଞ୍ଜାମାଲ ଓ କମ୍‌ ବର୍ଜ୍ୟ ସୃଷ୍ଟି କରୁଥିବା ଉତ୍ପାଦନ ପଦ୍ଧତିରେ ପ୍ରକୃତିଗତ, ଯୋଜନାଗତ ଏବଂ ପରିଚାଳନାଗତ ଜଟିଳତା ଅଧିକ ଅଛି। କିନ୍ତୁ ଏଥିରେ କ୍ଷତି କମ୍‌ ହେଉଥିଲେ ବି ଶିଳ୍ପଗୁଡ଼ିକ ସ୍ବଇଚ୍ଛାରେ ଏହାକୁ ଗ୍ରହଣ କରିବେ ନାହିଁ। ଅର୍ଥାତ୍‌ ନିର୍ମାଣ ଏବଂ ଯାନ ଉତ୍ପାଦନ ସମ୍ପର୍କିତ ନିୟମରେ ଉନ୍ନତି ଆଣିବା ସହ ଇସ୍ପାତ ଗ୍ରାହକଙ୍କୁ ସମସ୍ତ ସ୍କ୍ରାପ୍‌ ପୁନଃ ବ୍ୟବହାର କରିବାକୁ ପ୍ରେରିତ କରିବାକୁ ହେବ। ଆଗକୁ ଲୁହା ଏବଂ ଇସ୍ପାତ କାରଖାନାକୁ କାର୍ବନ ନିର୍ଗମନ ଶୂନ୍ୟ କରିବାକୁ ହେଲେ ନୂତନ ଭାବେ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ରହଛି ଓ ଏଥିପାଇଁ ସରକାର ଭିନ୍ନ ପଦକ୍ଷେପ ନେବା ଉଚିତ। ଏହା ଛୋଟ କାମ ନୁହେଁ। ନିର୍ଗମନ ଶୂନ୍ୟ ଲୁହା ଓ ଷ୍ଟିଲ୍‌ ଉପାତ୍ଦନ ପାଇଁ ଆମେ ପୁରୁଣା ଢାଞ୍ଚାର ବ୍ଲାଷ୍ଟ ଫର୍ନେସ ଏବଂ ଅମ୍ଳଜାନ ଚୁଲାକୁ ବଦଳାଇବାକୁ ହେବ।
ଲୁହାକୁ ଷ୍ଟିଲ୍‌ରେ ପରିଣତ କରିବା ଲାଗି ଇଲେକ୍ଟ୍ରିକ ଆର୍କ ଫର୍ନେସ ଏକ ପ୍ରଭାବୀ ଉପାୟ। ଏହାଦ୍ୱାରା ଆମେରିକାରେ ୭୦%ରୁ ଅଧିକ ଷ୍ଟିଲ୍‌ ଉତ୍ପାଦନ ହେଉଛି। ୧୯୭୦ରେ ଏହା ୧୫% ଏବଂ ୨୦୦୦ରେ ୫୦% ରୁ କମ୍‌ ଥିଲା। ତେବେ କୋଇଲା ବ୍ୟବହାର ହେଉଥିବା ବ୍ଲାଷ୍ଟ ଫର୍ନେସକୁ ବଦଳାଇବା ପାଇଁ ଏବେ ଦୁଇଟି ବିକଳ୍ପ ଅଛି। ପ୍ରଥମରେ ଖଣିଜ ଲୁହାରୁ ଅମ୍ଳଜାନ ବାହାର କରିବା ପାଇର୍ଁ କମ୍‌ କାର୍ବନ ହାଇଡ୍ରୋଜେନ ଉପରେ ନିର୍ଭର କରୁଥିବା ଫର୍ନେସ ଏବଂ ଦ୍ୱିତୀୟଟି ହେଉଛି ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ଯାହା ବିଦ୍ୟୁତ୍‌ ଦ୍ୱାରା ହୋଇପାରିବ। ଉଦ୍‌ଜାନ ଆଧାରିତ ବିକଳ୍ପ( ୧୯୭୦ ଦଶକରେ ପ୍ରଥମେ ବିକାଶ କରାଯାଇଥିଲା) ତାହା ପାରମ୍ପରିକ ବ୍ଲାଷ୍ଟ ଫର୍ନେସ ତୁଳନାରେ ବ୍ୟୟସାପେକ୍ଷ ଏବଂ ବୈଶ୍ୱିକ ଇସ୍ପାତ ଉତ୍ପାଦନ ୫% ଏହି ପଦ୍ଧତିରେ ହେଉଛି। ତେବେ ଇସ୍ପାତ ଉତ୍ପାଦନକୁ କାର୍ବନ ନିର୍ଗମନମୁକ୍ତ କରିବା ପାଇଁ ଆବଶ୍ୟକ ହେଉଛି ଏକ ବୃହତ୍‌ ତଥା ଅଧିକ ଧ୍ୟାନ ଆକର୍ଷଣକାରୀ ନୀତିଗତ ରଣନୀତି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଶୂନ-ନିର୍ଗମନ ସ୍ତରର କାରଖାନା ନିର୍ମାଣ କରିବାକୁ ପଡ଼ିବ, ଯାହାଦ୍ୱାରା ସେଗୁଡ଼ିକ ନୂତନ ମାନକ ହୋଇପାରିବେ। ବିଶ୍ୱର ପ୍ରଥମ ପୂର୍ଣ୍ଣାକୃତି ସ୍ବଚ୍ଛ ଉଦ୍‌ଜାନ ଷ୍ଟିଲ୍‌ ପ୍ଲାଣ୍ଟ ସୁଇଡେନ୍‌ର ଆର୍କଟିକ ସର୍କଲର ଦକ୍ଷିଣରେ ଥିବା ବୋଡେନ୍‌ରେ ଏଚ୍‌-ଟୁ ଗ୍ରୀନ୍‌ ଷ୍ଟିଲ ଦ୍ୱାରା ନିର୍ମାଣ କରାଯାଉଛି। ଏହା ପାଇଁ ସମ୍ପୂର୍ଣ୍ଣ ନୀତି ସର୍ତ୍ତ ରହିଛି। ସୁଇଡେନ୍‌ର ଶକ୍ତି ଏବଂ ଇସ୍ପାତ କ୍ଷେତ୍ରଗୁଡ଼ିକ ୟୁରୋପୀୟ ୟୁନିୟନର ଏମିଶନ ଟ୍ରେଡିଂ ସିଷ୍ଟମ୍‌ (ଇଟିଏସ୍‌)ରେ ଅନ୍ତର୍ଭୁକ୍ତ ହେବା ସହ ଉତ୍ତର ସ୍କାଣ୍ଡିନେଭିଆରେ କମ୍‌ କାର୍ବନ ନିର୍ଗମନ ଦ୍ୱାରା ଜଳ ଓ ପବନରୁ ଅଧିକ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଏହା ମଧ୍ୟ ଶସ୍ତା ଏବଂ ନରୱେ ଷ୍ଟାଟ୍‌କ୍ରାଫ୍ଟ ସହ କିଲୋୱାଟ-ଆଓ୍ବାର ପ୍ରତି ୦.୦୩ ଡଲାରରୁ କମ୍‌ରେ ବିଦ୍ୟୁତ୍‌ ଯୋଗାଣ ପାଇଁ ଏକ ଦୀର୍ଘକାଳୀନ ଶକ୍ତି କ୍ରୟ ଚୁକ୍ତି ପାଇଁ ସୁଯୋଗ ଦେଇଛି।
ପବନ ଏବଂ (ବିଶେଷକରି)ସୂର୍ଯ୍ୟାଲୋକରୁ ମିଳୁଥିବା ଅଧିକାଂଶ ବିଦ୍ୟୁତ୍‌ ୦.୦୩ ଡଲାରରୁ କମ୍‌ ରହିବା ସମ୍ଭବ। ଏହାଦ୍ୱାରା କଲରାଡୋସ୍ଥିତ ଷ୍ଟାର୍ଟଅପ୍‌ ଇଲେକ୍ଟ୍ରାକୁ ପାରମ୍ପରିକ ଲୁହା ଉତ୍ପାଦନ ପଦ୍ଧତି ବଦଳରେ ଇଲେକ୍ଟ୍ରୋକେମିକାଲ ପ୍ର୍ରକ୍ରିୟା ଗ୍ରହଣ କରିବା ପାଇଁ ଅନୁମତି ଦେଇଛି। କମ୍ପାନୀ ବର୍ତ୍ତମାନ ଘରୋଇ ଭାଗୀଦାରିରେ ୮୫ ମିଲିୟନ ଡଲାର ନିବେଶ କରିଛି। ନୀତି ନିର୍ଦ୍ଧାରଣକାରୀମାନେ ଏଚ୍‌-ଟୁ ଗ୍ରୀନ୍‌ ଷ୍ଟିଲ୍‌ ଏବଂ ଇଲେକ୍ଟ୍ରା ଭଳି ଟେକ୍ନୋଲୋଜିକୁ ସାହାଯ୍ୟ କରିବାପାଇଁ ପଦକ୍ଷେପ ନେବାକୁ ପଡ଼ିବ। ସ୍ବଳ୍ପ ମୂଲ୍ୟର, ସ୍ବଳ୍ପ ଅଙ୍ଗାରକାମ୍ଳ ନିର୍ଗମନରେ ଉତ୍ପାଦିତ ବିଦ୍ୟୁତ୍‌ ଯୋଗାଇବା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ପୁଞ୍ଜି ଖର୍ଚ୍ଚ ହ୍ରାସ କରିବା ଉପରେ ଧ୍ୟାନଦେବା ଆବଶ୍ୟକ। ଏଥିପାଇଁ ସେମାନେ ମୌଳିକ ଅର୍ଥନୀତି-ଜଳବାୟୁ ସମ୍ପର୍କିତ ନୀତି ଠାରୁ ଅଧିକ କିଛି କରିବାକୁ ହେବ। ଆମେରିକାର ଇନ୍‌ଫ୍ଲାଶନ ରିଡକ୍‌ଶନ ଆକ୍ଟ ବା ମୁଦ୍ରାସ୍ଫୀତି ହ୍ରାସ ଆଇନ କମ୍‌ ମୂଲ୍ୟରେ ଓ କମ୍‌ କାର୍ବନ ନିର୍ଗମନ ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍‌ ଯୋଗାଇାବରେ ସାହାଯ୍ୟ କରେ; ହେଲେ ଏହା ବୈପ୍ଳବିକ ଲୁହା ଉତ୍ପାଦନ ପ୍ରଯୁକ୍ତିବିଦ୍ୟାକୁ ସିଧାସଳଖ ସମର୍ଥନ କରେନାହିଁ। ଥରେ ନୂତନ ପ୍ରଯୁକ୍ତିରେ ଘରୋଇ ଅର୍ଥ ଯୋଗାଣ ହେଲେ, ଅତିରିକ୍ତ ଖର୍ଚ୍ଚ ନିୟନ୍ତ୍ରଣ ହୋଇପାରିବ।
ଏହି ସମୟରେ ସମସ୍ତେ ସହଯୋଗ କରିବା ସହ ଏ ସମ୍ପର୍କିତ ଚୁକ୍ତିି କରାଯିବା ଦରକାର। ଏସିଆରେ ଅଧିକ କାର୍ବନ ନିର୍ଗମନ କରୁଥିବା ବ୍ଲାଷ୍ଟଫର୍ନେସ୍‌ ଦ୍ୱାରା ବିଶ୍ୱର ୭୫% ଲୁହା ଉତ୍ପାଦନ ହେଉଛି ଏବଂ ୨୦୨୫ ପରେ ଏଗୁଡ଼ିକୁ ମରାମତି ସହ ନୂଆ କରି ଗଢ଼ିବା ବ୍ୟୟବହୁଳ ହୋଇଯିବ। ଏହା ନୂଆ ବ୍ଲାଷ୍ଟ ଫର୍ନେସ୍‌ ତିଆରି କରିବା ଖର୍ଚ୍ଚର ୮୦%ରୁ ଅଧିକ ହେବ। ଏଣୁ ଉତ୍ତମ ଟେକ୍ନୋଲୋଜିରେ ନୂଆ ବ୍ଲାଷ୍ଟ ଫର୍ନେସ ତିଆରିକରିବା ପାଇଁ ଏକ ସୁଯୋଗ ଆସିଛି। ଏଥିପାଇଁ ୟୁରୋପୀୟ ସଂଘର କାର୍ବନ ବୋର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ୍‌ ଏବଂ ଆମେରିକାର ଇନ୍‌ଫ୍ଲାଶନ ରିଡକ୍‌ଶନ ଆକ୍ଟ ସାହାଯ୍ୟ କରିବ। କିନ୍ତୁ ଏକ ନୂତନ ପ୍ରଯୁକ୍ତିର ମୂଲ୍ୟ ଦର୍ଶାଇବାକୁ ହେଲେ ସରକାରଗୁଡ଼ିକ ସେଥିରେ ଅଧିକରୁ ଅଧିକ ପ୍ରତ୍ୟକ୍ଷ ଭାବେ ପୁଞ୍ଜିନିବେଶ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri