Posted inଖେଳ

ଡାଲମିଆ, ଧୂମଲ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ, ୨୬ା୯: ଗୋଆରେ ସୋମବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ଅଧିବେଶନରେ ନିଆଯାଇଥିବା ଏକ ନିଷ୍ପତ୍ତି କ୍ରମେ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସଭାପତି ଅଭିଷେକ ଡାଲମିଆ ଏବଂ ବର୍ତ୍ତମାନର ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ସିଂ ଧୂମଲ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଅମ୍ବୁଡ୍ସମ୍ୟାନ ତଥା ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ସେ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ତାଙ୍କ ପଦବୀ ବଜାୟ ରଖିବେ। ବୈଠକରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆୟ ସମ୍ପର୍କରେ ଅବଗତ କରାଯାଇଥିଲା। ଏଣିକି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ଆୟର ୩୮ପ୍ରତିଶତରୁ ଅଧିକ ବିସିସିଆଇକୁ ମିଳିବ। ପରବର୍ତ୍ତୀ ଦ୍ୱିପାକ୍ଷିକ ସିରିଜ ଚକ୍ର (ସାଇକେଲ)ରୁ ମିଡିଆ ରାଇଟ ବାବଦରେ ମ୍ୟାଚ ପିଛା ଆୟ ୬୭ କୋଟି ଟଙ୍କା ହେବ। ବୈଠକରେ ଅନ୍ୟ କେତେକ ସ୍ବାଭାବିକ ନିଷ୍ପତ୍ତି ନିଆଯାଇଥିଲା। କ୍ରିକେଟ କମିଟି ଓ ସବ୍‌ କମିଟିଗୁଡ଼ିକ ଲାଗି ନାମ ତାଲିକା ପ୍ରସ୍ତୁତ କରିବା ଲାଗି କେତେଜଣ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ବୋର୍ଡ ସଦସ୍ୟମାନେ ଆହୁରି ମଧ୍ୟ ନୂଆ ବଜେଟ ଏବଂ ଗତ ଆର୍ଥିକ ବର୍ଷରେ ବିସିସିଆଇର ହୋଇଥିବା ଲାଭାଂଶ ବିଷୟରେ ଅବଗତ କରାଇଥିଲେ। ଭାରତର ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଆପେକ୍ସ କାଉନ୍‌ସିଲରେ ଆଉ ଭାରତୀୟ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧି ରହିବେ ନାହିଁ। ଆଗକୁ ଆଇସିଏର ନିର୍ବାଚନ ହେବ। ଏଥିରେ ନୂଆ ପ୍ରତିନିଧି ବଛାଯିବେ। ନ୍ୟାଶନାଲ ସିଲେକ୍ସନ ପ୍ୟାନେଲରୁ ସଲିଲ ଆଙ୍କୋଲାଙ୍କୁ ବାଦ୍‌ ଦିଆଯିବା ସମ୍ପର୍କରେ ଶୁଣିବାକୁ ମିଳୁଥିଲା। କାରଣ ମୁଖ୍ୟ ଚୟନକର୍ତ୍ତା ରହିଥିବା ଅଜିତ ଅଗରକର ମଧ୍ୟ ମୁମ୍ବାଇର। ସେ ମଧ୍ୟ ପ୍ୟାନେଲରେ ରହିଛନ୍ତି। ବିସିସିଆଇରେ ରହିଥିବା ବ୍ୟବସ୍ଥା ଅନୁସାରେ ୫ଟି ଜୋନ୍‌ରୁ ୫ଜଣ ଚୟନକର୍ତ୍ତା ପ୍ରତିନିଧିତ୍ୱ କରିବା କଥା। ମାତ୍ର ଏଥର ପଶ୍ଚିମାଞ୍ଚଳରୁ ଦୁଇଜଣ ଅଛନ୍ତି। ଏଜିଏମ୍‌ରେ ଏବିଷୟରେ କୌଣସି ଆଲୋଚନା କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?