ଦର୍ଶକଙ୍କୁ ଝଟ୍‌କା: ଚେନ୍ନାଇରେ ରିଲିଜ୍‌ ହେଲାନି ‘ଅବତାରଦ ଓ୍ବେ ଅଫ୍‌ ଓ୍ବାଟର’

ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍‌ରେ ଏହା ରିଲିଜ୍‌ ହୋଇଛି। ‘ଅବତାର: ଦ ଓ୍ବେ ଅଫ୍‌ ୱାଟର’ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ବର୍ତ୍ତମାନ ୧୩ ବର୍ଷ ପରେ ଏହାର ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ହାଇ ଲେବଲ୍‌ କ୍ରେଜ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଚେନ୍ନାଇର ଦର୍ଶକଙ୍କ ପାଇଁ ଏକ ଦୁଃଖଦ ଖବର। କାରଣ ଏହି ଫିଲ୍ମକୁ ଅନେକ ଲୋକପ୍ରିୟ ହଲ୍‌ରେ ରିଲିଜ କରାଯାଇନାହିଁ। ଥିଏଟରର ମାଲିକମାନେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଫିଲ୍ମ ରିଲିଜ୍‌ ନ ହେବା ନେଇ ସେମାନେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଜିଏସ ସିନେମାର ସିଇଓ ଅର୍ଚ୍ଚନା କଲପତି ଟୁଇଟ କରି କହିଛନ୍ତି ଯେ, ଆମକୁ ଦିଆଯାଇଥିବା ସର୍ତ୍ତାବଳୀରେ ସହମତ ନ ହେବାରୁ ଏହାକୁ ଚେନ୍ନାଇର ଅନେକ ଫିଲ୍ମ ହଲ୍‌ରେ ରିଲିଜ୍‌ କରାଯାଇନାହିଁ। ତେବେ ବଡ଼ ପରଦାରେ ଏହି ଫିଲ୍ମକୁ ନ ଦେଖିବାର ଦୁଃଖ ନିଶ୍ଚିତ ରହିବ ବୋଲି ଅର୍ଚ୍ଚନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ...

‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମାମଲା...

ବିବାହ ବାର୍ଷିକୀରେ ଅକ୍ଷୟଙ୍କ ଚାଟ୍‌ ଶେୟାର କଲେ ଟ୍ବିଙ୍କିଲ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ୍‌ ଖାନ୍ନା ସେମାନଙ୍କର ୨୧ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଟ୍ବିଙ୍କିଲ...

ପ୍ରେମିକାରୁ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ବେଶ୍‌ ଜଣାଶୁଣା ଗାୟିକା ପଲକ ମୁଛାଲ ମ୍ୟୁଜିକ୍‌ କମ୍ପୋରଜର କମ୍‌ ସିଙ୍ଗର ମିଥୁନଙ୍କୁ ବିବାହ କରିଛନ୍ତି। ରବିବାର ସକାଳେ ମୁମ୍ବାଇରେ ଦୁହେଁ...

ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ

  ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍‌ ଅଭିନେତା ଆଲ୍ଲୁ ଅର୍ଜୁନ। ଏକ ବିଜ୍ଞାପନରେ ତେଲେଙ୍ଗାନା ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ପକ୍ଷରୁ ଆଇନଗତ ନୋଟିସ ପଠାଯାଇଛି। ଟିଏସଆରଟିସି...

ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ ‘ଟାଇଗର ୩’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ର ରିଲିଜ୍‌ ତାରିଖକୁ ଅପେକ୍ଷାର ସହ ରହିଛନ୍ତି ଦର୍ଶକ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା...

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର...

Advertisement
Archives

Model This Week