କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ

ବୁଗୁଡ଼ା, ୫।୬(ଡି.ଏନ୍‌.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା ସଂକଟରେ ରୋଜଗାର ହରାଇ ଗଞ୍ଜାମ ଜିଲା ବୁଗୁଡ଼ା ସହରର ଅଟୋ ଚାଳକମାନେ ଏବେ ହାତବାନ୍ଧି ବସିଛନ୍ତି। କରୋନାର ପ୍ରଥମ ଲହର ସମୟରେ ଦୀର୍ଘ ୯ ମାସ ଧରି ସାରା ରାଜ୍ୟରେ ଲକ୍‌ଡାଉନ ରହିବା ଯୋଗୁ ଅଟୋ ଚାଳକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଥିଲା। ତେବେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେମାନେ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଣି ଦ୍ୱିତୀୟ ଲହର ସେମାନଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ବୁଗୁଡ଼ା ସହର ମେଡିକାଲ ଛକର ଶ୍ରୀଜଗନ୍ନାଥ ଅଟୋ ଚାଳକ ସଂଘ ଏବଂ ବସ୍‌ଷ୍ଟାଣ୍ଡର ଶ୍ରୀବଳଦେବସ୍ବାମୀ ଅଟୋ ଚାଳକ ସଂଘର ଶତାଧିକ ଅଟୋ ଚାଳକ ଲକଡାଉନ ଯୋଗୁ ପ୍ରଭାବିତ ହୋଇଛନ୍ତି। ଦୈନିକ ରୋଜଗାର ଏବେ ଠପ୍‌ ହୋଇପଡ଼ିଥିବାରୁ ପରିବାର ଚଳାଇବା ସେମାନଙ୍କପକ୍ଷେ କଷ୍ଟକର ହୋଇପଡିଛି l ଅନ୍ୟପଟେ ସରକାରୀ ସ୍ତରରେ ହେଉ କି ନିଜ ସଂସ୍ଥା ପକ୍ଷରୁ କିଛି ବି ସହାୟତା ମିଳୁନାହିଁ। ଯଦି ଆଗକୁ ଲକ୍‌ଡାଉନ ଅବଧି ପୁଣି ବୃଦ୍ଧି କରାଯାଏ ତେବେ ସେମାନଙ୍କ ବଞ୍ଚି ରହିବା ଅସହନୀୟ ହୋଇପଡ଼ିବ ବୋଲି ଅଟୋ ଚଳାକ ସଂଘ କହିଛନ୍ତି l ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଶ୍ରୀଜଗନ୍ନାଥ ଅଟୋ ଚାଳକ ସଂଘର ସଭାପତି ଓ ସଂପାଦକ ଏବଂ ଶ୍ରୀବଳଦେବସ୍ବାମୀ ଅଟୋ ଚାଳକ ସଂଘର ସଭାପତି ଓ ସଂପାଦକ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri