ଜେଜେ ମା’, ନାତୁଣୀଙ୍କୁ ଅପହରଣ କରି ସୁନା, ରୁପା ଲୁଟି ନେଲେ ଅଟୋ ଚାଳକ

ପୁରୁଷୋତ୍ତମପୁର,୫।୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରୁ ରବିବାର ଏକ ଅଭାବନୀୟ ଘଟଣା ଶନିବାର ସାମ୍‌ନାକୁ ଆସିଛି। ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣେ ବୃଦ୍ଧାଙ୍କ ସହ ୬ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରି ସେମାନେ ପିନ୍ଧିଥିବା ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବୃଦ୍ଧା ଏବଂ ଶିଶୁ କନ୍ୟାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଟୋ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ପୁରୁଷୋତ୍ତମପୁର ଚାଙ୍ଗୁଡିଆପଦର ସାହିର କୁନ୍ତଳା ଗୌଡ(୬୮) ତାଙ୍କ ନାତୁଣୀ ସୁଇଟି(୬)ଙ୍କୁ ଧରି ଝିଅ ଘର ଚଢେଆପଲ୍ଲୀ ଯାଇଥିଲେ। ଶନିବାର ଅପରାହ୍ନରେ ଝିଅଘରୁ ଏକ ଅଟୋ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଅଟୋ ଚାଳକ ସେମାନଙ୍କୁ ଘରକୁ ଆଣି ଛାଡିବା ପରିବର୍ତ୍ତେ ବାଟରୁ ଅପହରଣ କରିନେଇ ଅନ୍ୟ ଏକ ରାସ୍ତାକୁ ନେଇଯାଇଥିଲେ। ପରେ ଅଟୋ ଚାଳକ କୁନ୍ତଳା ଏବଂ ଶିଶୁ କନ୍ୟାଙ୍କୁ ସଂଜ୍ଞାହୀନ କରି ପିନ୍ଧିଥିବା ସମସ୍ତ ସୁନା ଏବଂ ରୁପାର ଅଳଙ୍କାର ଲୁଟି ନେଇ ଥିଲେ। ପରେ ରମ୍ଭା ଥାନା ଅନ୍ତର୍ଗତ କାଇଁଚପୁର ଗାଁ ନିକଟସ୍ଥ ଏକ ଆଶ୍ରୟସ୍ଥଳ ନିକଟରେ ସେମାନଙ୍କୁ ପକାଇ ଦେଇ ଚମ୍ପଟ ମାରିଥିଲେ।

ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା କୁନ୍ତଳା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ପୁରୁଷୋତ୍ତମପୁର ପୋଲିସକୁ ଜଣାଇଥିଲେ। ଇତିମଧ୍ୟରେ ଉଭୟେ ରାତି ପର୍ଯ୍ୟନ୍ତ ପଡିଥିବା ସେଠିକାର ଲୋକେ ଦେଖି ରମ୍ଭା ପୋଲିସକୁ ଖବର ଦେଇଥିଲେ। ରମ୍ଭା ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଥିଲା। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ରମ୍ଭା ପୋଲିସ ପୁରୁଷୋତ୍ତମପୁର ପୋଲିସକୁ ଜଣାଇବା ପରେ ପୁରୁଷୋତ୍ତମପୁର ପୋଲିସ କୁନ୍ତଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ପରିବାର ଲୋକେ ବ୍ରହ୍ମପୁର ବଡମେଡିକାଲ ଯାଇ ଭେଟିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ପରିବାର ଲୋକେ କହିଛନ୍ତି। ଏହାକୁ ନେଇ ଥାନା ଆଇଆଇସି ରାଜେଶ କୁମାର ନାୟକଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri