ଛାତ୍ରୀଛାତ୍ରଙ୍କ ଧରି ଯାଉଥିଲା ଅଟୋ: ହରିଣକୁ ଦେଲା ଧକ୍କା, ଆଉ ତା’ପରେ…

ଖଲ୍ଲିକୋଟ,୨ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଛକ ବଡ଼ଶଙ୍ଖ ନିକଟରେ ମଙ୍ଗଳବାର ଏକ ହରିଣକୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ୧୬ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କହ୍ନେଇପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଟୋ (ନଂ.ଓଆର ୦୭ ଏକ୍ସ ୭୨୮୦)ଟି ମାଣିକ୍ୟପୁର ଅଞ୍ଚଳରୁ ୧୬ ଛାତ୍ରୀଛାତ୍ରଙ୍କୁ ନେଇ କୈରାଶି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଉଥିଲା। କୈରାଶି ଛକ ନିକଟ ବଡ଼ଶଙ୍ଖଠାରେ ରାସ୍ତା ପାର ହେଉଥିବା ଏକ ହରିଣ ହଠାତ୍‌ ଅଟୋ ସାମ୍ନାକୁ ଚାଲି ଆସିଥିଲା। ଚାଳକ ଭାରସାମ୍ୟ ହରାଇବାରୁ ହରିଣକୁ ଧକ୍କା ଦେଇ ଅଟୋଟି ବଡ଼ ଶଙ୍ଖ ତଳକୁ ଖସି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରୀଛାତ୍ର ଓ ଡ୍ରାଇଭର ଆହତ ହୋଇଥିଲେ। ଅଟୋ ଧକ୍କାରେ ହରିଣ ଆହତ ହୋଇ ବିଲରେ ପଡ଼ି ରହିଥିଲା। ଖବରପାଇ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବନ କର୍ମଚାରୀମାନେ ଆହତ ହରିଣଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ପ୍ରାଣୀ ଚିକିତ୍ସାଳୟକୁ ନେଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?