Posted inଖେଳ

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଜିତାଇଥିବା ଟ୍ରାଭିସ୍‌ ହେଡ୍‌ଙ୍କ ବେସ୍‌ ପ୍ରାଇସ୍‌ ୨କୋଟି

ନୂଆଦିଲ୍ଲୀ, ୨ା୧୨: ଆଇପିଏଲ ଖେଳାଳି ନିଲାମ ଲାଗି ଅଷ୍ଟ୍ରେଲିଆର ବିଶ୍ୱକପ୍‌ ହିରୋ ଟ୍ରାଭିସ୍‌ ହେଡ୍‌, ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସମେତ ଆଉଟ ଅଫ୍‌ ଫେଭର ଭାରତ ପେସ୍‌ ବୋଲର ହର୍ଶଲ ପଟେଲ ସର୍ବୋଚ୍ଚ ବେସ୍‌ ପ୍ରାଇସ୍‌ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି।

ଖବର ଅନୁସାରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ୧୧୬୬ ଖେଳାଳିଙ୍କର ଏକ ତାଲିକା ପଠାଯାଇଛି। ସେମାନଙ୍କ ମଧ୍ୟରୁ ୩୦ ବିଦେଶୀ ଖେଳାଳିଙ୍କ ସମେତ ୭୭ ଜଣଙ୍କୁ ନିଆଯିବ। ଟି୨୦ ଲିଗ୍‌ରେ ଭାଗ ନେଉଥିବା ୧୦ଟି ଦଳ ଖେଳାଳିଙ୍କୁ କ୍ରୟ କରିବାରେ ମୋଟ ୨୬୨.୯୫ କୋଟି ଟଙ୍କା ବ୍ୟୟ କରିବେ। ବିଶ୍ୱକପ୍‌ରେ ଚମତ୍କାର ବ୍ୟାଟିଂ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ରଙ୍କ ବେସ୍‌ ପ୍ରାଇସ୍‌ ୫୦ଲକ୍ଷ ଟଙ୍କା ରଖାଯାଇଥିଲେ ମଧ୍ୟରେ ସେ ବହୁ ମୂଲ୍ୟରେ ବିକ୍ରି ହେବେ ବୋଲି ଆଶା କରାଯାଉଛି। ଆଶ୍ଚର୍ଯ୍ୟର କଥା ପୂର୍ବତନ ଭାରତୀୟ ବ୍ୟାଟର କେଦାର ଯାଦବ ଓ ଉମେଶ ଯାଦବଙ୍କ ବେସ୍‌ ପ୍ରାଇସ୍‌ ୨କୋଟି ଟଙ୍କା ରଖାଯାଇଛି। ସେହିପରି ନିକଟରେ ଭାରତ ବିପକ୍ଷରେ ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଥିବା ଜୋସ ଇଂଲିଶ, ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଏବଂ ପେସ୍‌ ବୋଲର ଜୋସ୍‌ ହାଜେଲଉଡ ପ୍ରମୁଖ ଏହି କାଟେଗୋରିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

Twisha Death Case: ଗିରଫ ହେଲେ ଗିରିବାଳା

ନୂଆଦିଲ୍ଲୀ,୨୮।୫: ମଧ୍ୟପ୍ରଦେଶର ଭୋପାଳରେ ଟ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ନିରନ୍ତର ଅପଡେଟ ସାମ୍ନାକୁ ଆସୁଛି। ଏହି ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କ ସାମ୍ନାରେ…

ରାଜ୍ୟ ସଭା ଯିବାକୁ ମନା କଲେ ସିଦ୍ଧରାମାୟା! ଜାଣନ୍ତୁ ଏହା ପଛର କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ।…

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri