Odisha Elections 2024
Posted inଖେଳ

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଜିତାଇଥିବା ଟ୍ରାଭିସ୍‌ ହେଡ୍‌ଙ୍କ ବେସ୍‌ ପ୍ରାଇସ୍‌ ୨କୋଟି

ନୂଆଦିଲ୍ଲୀ, ୨ା୧୨: ଆଇପିଏଲ ଖେଳାଳି ନିଲାମ ଲାଗି ଅଷ୍ଟ୍ରେଲିଆର ବିଶ୍ୱକପ୍‌ ହିରୋ ଟ୍ରାଭିସ୍‌ ହେଡ୍‌, ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସମେତ ଆଉଟ ଅଫ୍‌ ଫେଭର ଭାରତ ପେସ୍‌ ବୋଲର ହର୍ଶଲ ପଟେଲ ସର୍ବୋଚ୍ଚ ବେସ୍‌ ପ୍ରାଇସ୍‌ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି।

ଖବର ଅନୁସାରେ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ୧୧୬୬ ଖେଳାଳିଙ୍କର ଏକ ତାଲିକା ପଠାଯାଇଛି। ସେମାନଙ୍କ ମଧ୍ୟରୁ ୩୦ ବିଦେଶୀ ଖେଳାଳିଙ୍କ ସମେତ ୭୭ ଜଣଙ୍କୁ ନିଆଯିବ। ଟି୨୦ ଲିଗ୍‌ରେ ଭାଗ ନେଉଥିବା ୧୦ଟି ଦଳ ଖେଳାଳିଙ୍କୁ କ୍ରୟ କରିବାରେ ମୋଟ ୨୬୨.୯୫ କୋଟି ଟଙ୍କା ବ୍ୟୟ କରିବେ। ବିଶ୍ୱକପ୍‌ରେ ଚମତ୍କାର ବ୍ୟାଟିଂ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ରଙ୍କ ବେସ୍‌ ପ୍ରାଇସ୍‌ ୫୦ଲକ୍ଷ ଟଙ୍କା ରଖାଯାଇଥିଲେ ମଧ୍ୟରେ ସେ ବହୁ ମୂଲ୍ୟରେ ବିକ୍ରି ହେବେ ବୋଲି ଆଶା କରାଯାଉଛି। ଆଶ୍ଚର୍ଯ୍ୟର କଥା ପୂର୍ବତନ ଭାରତୀୟ ବ୍ୟାଟର କେଦାର ଯାଦବ ଓ ଉମେଶ ଯାଦବଙ୍କ ବେସ୍‌ ପ୍ରାଇସ୍‌ ୨କୋଟି ଟଙ୍କା ରଖାଯାଇଛି। ସେହିପରି ନିକଟରେ ଭାରତ ବିପକ୍ଷରେ ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଥିବା ଜୋସ ଇଂଲିଶ, ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଏବଂ ପେସ୍‌ ବୋଲର ଜୋସ୍‌ ହାଜେଲଉଡ ପ୍ରମୁଖ ଏହି କାଟେଗୋରିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ...

ଦଳକୁ ଚାମ୍ପିୟନ୍‌ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍‌ ଆୟର

ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ...

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ...

ଇଣ୍ଡୋନେସିଆକୁ ହରାଇଲା ଭାରତ

ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍‌ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ...

ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ...

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ...

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ… 

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ...

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri