Posted inଖେଳ

୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍‌ କଲା ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ରନ୍‌ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍‌ ବିନିମୟରେ ୫୨୫ ରନ୍‌ କରି ୮୯ ବର୍ଷର ରେକର୍ଡ ଭାଙ୍ଗିଥିଲା । ଦ଼୍ବିତୀୟ ଦିନର ମ୍ୟାଚ୍‌ ଆରମ୍ଭରୁ ହରମନ୍‌ପ୍ରୀତ୍‌ କୌର ରିଚା ଘୋଷଙ୍କ ସିହତ ମିଶି ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ଟିମ୍‌ ମହିଳା ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ଗୋଟିଏ ପାଳିରେ ସବୁଠାରୁ ଅଧିକ ରନ୍‌ କରିଥିବା ଦଳ ହୋଇଛି । ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆରେ ନାମରେ ରହିଥିଲା । ମାତ୍ର ୪୬ ଦିନରେ ଏହି ରେକର୍ଡ ଭାଙ୍ଗିିଛି । ଅଷ୍ଟ୍ରେଲିଆ ୧୫ ଫେବୃଆରୀ ୨୦୨୪ରେ ୫୭୫ ରନ୍‌ କରି ଏହି ରେକର୍ଡ କରିଥିଲା । ହେଲେ ଭାରତ ୬ ୱିକେଟ୍‌ ହରାଇ ୬୦୩ ରନ୍‌ରେ ପାଳି ଘୋଷଣା କରିଛି ।

ସୂଚନା ଥାଉକି, ଶୁକ୍ରବାର ଚେନ୍ନାଇର ଚେପାକ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ ୱିକେଟ ବିନିମୟରେ ୫୨୫ ରନ ସଂଗ୍ରହ କରିଥିଲା । ଶେଫାଳୀ ବର୍ମା ଦ୍ୱିଶତକ ହାସଲ କରିଥିବାବେଳେ ସ୍ମୃତି ମାନ୍ଦନା ୧୪୯ ରନକରି ପାଭିଲିୟନକୁ ଫେରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ପାଇଁ ୨୯୨ ରନର ଭାଗିଦ୍ରୀ ଖେଳି ରେକର୍ଡ କରିଥିଲେ।

ମହିଳା ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ଏହା ସର୍ବାଧିକ ସ୍କୋର । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ୧୯୩୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ ୱିକେଟ ବିନିମୟରେ ଦଳ ୪୩୧ ରନ ସଂଗ୍ରହ କରିଥିଲା। ଅନ୍ୟପଟେ ୨୦ ବର୍ଷୀୟ ଶାଫାଳୀ ବର୍ମା ମାତ୍ର ୧୯୪ଟି ବଲରେ ନିଜର ଦ୍ୱିଶତକ ପୂରଣ କରି ପଡ଼ିଆ ଛାଡିଥିଲେ। ଜଣେ ଅଷ୍ଟ୍ରେଲୀୟ ଖେଳାଳି ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ ବଲରେ ଦ୍ୱିଶତକ ହାସଲ କରିଥିଲେ। ୫ତମ ଟେଷ୍ଟ ଖେଳୁଥିବା ଶେଫାଳୀ ତାଙ୍କ ଆକ୍ରମଣାତ୍ମକ ଇନିଂସରେ ୨୩ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହାପୂର୍ବରୁ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୯୬ ରନ ଥିଲା। ଭାରତୀୟ ମହିଳା ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜଙ୍କ ପରେ ଦ଼୍ବିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ଏହି ଦ଼୍ବି ଶତକ ହାସଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri