Posted inଖେଳ

ବିଳମ୍ବିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ରୀଡ଼ାମନ୍ତ୍ରୀ

ମେଲବୋର୍ନ,୨୬।୧୧(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଏଥର ସାମାନ୍ୟ ବିଳମ୍ବିତ ହେବ ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି। ମେଲବୋର୍ନରେ ଜାନୁୟାରୀ ୧୮ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ୍‌ ଓପନର ୨୦୨୧ ସଂସ୍କରଣ ଗୋଟିଏ କିମ୍ବା ଦୁଇ ସପ୍ତାହ ବିଳମ୍ବିତ ହେବର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ଓ ଟେନିସ ଅଧିକାରୀମାନେ ଆଲୋଚନା କରି ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ତେବେ ଟୁର୍ନାମେଣ୍ଟ ଆରମ୍ଭରେ ବିଳମ୍ବ ଏକ ପ୍ରକାର ନିଶ୍ଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଫ୍ରେଞ୍ଚ୍‌ ଓପନ ଗୋଟିଏ ମାସ ବିଳମ୍ବିତ ହୋଇଥିଲା। ଏପରିକି ଓ୍ବିମ୍ବେଲଡନ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହୋଇପାରି ନ ଥିଲା। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଟୁର୍ନାମେଣ୍ଟର ଅନ୍ତିମ ତାରିଖ ଧାର୍ଯ୍ୟ କରାଯିବ ବୋଲି ଅଷ୍ଟ୍ରେଲିଆନ ଓପନ ନିର୍ଦ୍ଦେଶକ ଓ ଟେନିସ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ ଟିଲେ ଗତ ସପ୍ତାହରେ କହିଥିଲେ। ସାଧାରଣତଃ ଏହି ଟୁର୍ନାମେଣ୍ଟ ଜାନୁୟାରୀର ଅନ୍ତିମ ଦୁଇ ସପ୍ତାହରେ ଆରମ୍ଭ ହୋଇଥାଏ।
କୋଭିଡ୍‌-୧୯ ମହାମାରୀ ଦ୍ୱାରା ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ମେଲବୋର୍ନରେ ସବୁଠାରୁ ଦୀର୍ଘ ଲକ୍‌ଡାଉନ ଜାରି କରାଯିବା ସହ ରାତ୍ରି କାଳୀନ କର୍ଫ୍ୟୁ, ଭ୍ରମଣଜନିତ ଓ ଅନ୍ୟାନ୍ୟ କଟକଣା ଜାରି କରାଯାଇଛି। ଅବଶ୍ୟ ଏବେ କୌଣସି ଆକ୍ଟିଭ କେସ୍‌ ଚିହ୍ନଟ କରାଯାଇନାହିଁ। ଅକ୍ଟୋବର ୨୮ ତାରିଖରେ ଶେଷଥର ପାଇଁ କୌଣସି ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିଲେ। ତେବେ ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ କେତେଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ସେ ନେଇ ପାକୁଲା କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଏବେ ଅଷ୍ଟ୍ରେଲିଆରେ ପହଞ୍ଚୁଥିବା ବ୍ୟକ୍ତି ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ନିୟମ ବଳବତ୍ତର ରହିଛି। ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସବୁକିଛି ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ରୋହିତ ଶର୍ମାଙ୍କୁ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୮।୪: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଇତିହାସ ରଚିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ ରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର…

ଜର୍ମାନ ମଡେଲଙ୍କୁ ‘ଲାଇକ୍‌’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri