Posted inଖେଳ

ବିଳମ୍ବିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ରୀଡ଼ାମନ୍ତ୍ରୀ

ମେଲବୋର୍ନ,୨୬।୧୧(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଏଥର ସାମାନ୍ୟ ବିଳମ୍ବିତ ହେବ ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି। ମେଲବୋର୍ନରେ ଜାନୁୟାରୀ ୧୮ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ୍‌ ଓପନର ୨୦୨୧ ସଂସ୍କରଣ ଗୋଟିଏ କିମ୍ବା ଦୁଇ ସପ୍ତାହ ବିଳମ୍ବିତ ହେବର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ଓ ଟେନିସ ଅଧିକାରୀମାନେ ଆଲୋଚନା କରି ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ତେବେ ଟୁର୍ନାମେଣ୍ଟ ଆରମ୍ଭରେ ବିଳମ୍ବ ଏକ ପ୍ରକାର ନିଶ୍ଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଫ୍ରେଞ୍ଚ୍‌ ଓପନ ଗୋଟିଏ ମାସ ବିଳମ୍ବିତ ହୋଇଥିଲା। ଏପରିକି ଓ୍ବିମ୍ବେଲଡନ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହୋଇପାରି ନ ଥିଲା। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଟୁର୍ନାମେଣ୍ଟର ଅନ୍ତିମ ତାରିଖ ଧାର୍ଯ୍ୟ କରାଯିବ ବୋଲି ଅଷ୍ଟ୍ରେଲିଆନ ଓପନ ନିର୍ଦ୍ଦେଶକ ଓ ଟେନିସ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ ଟିଲେ ଗତ ସପ୍ତାହରେ କହିଥିଲେ। ସାଧାରଣତଃ ଏହି ଟୁର୍ନାମେଣ୍ଟ ଜାନୁୟାରୀର ଅନ୍ତିମ ଦୁଇ ସପ୍ତାହରେ ଆରମ୍ଭ ହୋଇଥାଏ।
କୋଭିଡ୍‌-୧୯ ମହାମାରୀ ଦ୍ୱାରା ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ମେଲବୋର୍ନରେ ସବୁଠାରୁ ଦୀର୍ଘ ଲକ୍‌ଡାଉନ ଜାରି କରାଯିବା ସହ ରାତ୍ରି କାଳୀନ କର୍ଫ୍ୟୁ, ଭ୍ରମଣଜନିତ ଓ ଅନ୍ୟାନ୍ୟ କଟକଣା ଜାରି କରାଯାଇଛି। ଅବଶ୍ୟ ଏବେ କୌଣସି ଆକ୍ଟିଭ କେସ୍‌ ଚିହ୍ନଟ କରାଯାଇନାହିଁ। ଅକ୍ଟୋବର ୨୮ ତାରିଖରେ ଶେଷଥର ପାଇଁ କୌଣସି ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିଲେ। ତେବେ ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ କେତେଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ସେ ନେଇ ପାକୁଲା କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଏବେ ଅଷ୍ଟ୍ରେଲିଆରେ ପହଞ୍ଚୁଥିବା ବ୍ୟକ୍ତି ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ନିୟମ ବଳବତ୍ତର ରହିଛି। ଆଗାମୀ ଦିନରେ ଏ ସଂକ୍ରାନ୍ତରେ ସବୁକିଛି ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସୁନିଶ୍ଚିତ ଦେଖି ଉତ୍ସବ ମନାଇବା ଅନୁଚିତ

କ୍ରୀଡ଼ାରେ ବିଜୟ ସୁନିଶ୍ଚିତ ଦେଖି ଉତ୍ସବ କିମ୍ବା ସେଲିବ୍ରେଶନ କରିବା କଦାପି ଉଚିତ ନୁହେଁ। ଏହା ମହଙ୍ଗା ପଡ଼ିପାରେ। ଟ୍ରେନିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା...

ପାକିସ୍ତାନ ହକି ମହାସଂଘକୁ ଏଫ୍‌ଆଇଏଚ୍‌ର ଜରିମାନା

କରାଚୀ, ୧୮ା୪ (ପି.ଟି.)- ପ୍ରତିଶ୍ରୁତି ଦେଇ ମଧ୍ୟ ପ୍ରୋ-ଲିଗ୍‌  ମ୍ୟାଚ ପାଇଁ  ଦଳ ପଠାଇ ନ ଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପାକିସ୍ତାନ ହକି...

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

ଭାରତଠାରୁ ବିଜୟ ଛଡ଼ାଇ ନେଲା ଇଂଲଣ୍ଡ: ପରାଜୟକୁ ନେଇ ଏଭଳି କହିଲେ ଅଧିନାୟକ

ପୁଣେ,୨୭।୩: ଭ୍ରମଣକାରୀ ଇଂଲଣ୍ଡ ଦଳ ପ୍ରଥମ ଦିନିକିଆରେ ପରାଜୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଦିକିକିଆରେ...

୯୬ ମିଟର ଛକା ମାରି ମ୍ୟାଚ୍‌ ଜିତାଇଲେ ଧୋନୀ, ପ୍ରଶଂସକ କହିଲେ…

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୬ଟି ଉଇକେଟରେ ପରାସ୍ତ କରିଛି।ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନୀଙ୍କ...

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ...

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା...

Advertisement
Archives

Model This Week