Posted inଖେଳ

୧୨ ବର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ

ଅଲ ଓ୍ବାକରା(କାତାର),୨୭।୧୧,(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଟ୍ୟୁନିସିଆକୁ ୧-୦ରେ ହରାଇବା ସହିତ ଶନିବାର ପ୍ରଥମ ବିଜୟ ହାସଲ କରିଛି ଦଳ। ଏହା ସହିତ ଗ୍ରୁପ୍‌ ଡି’ର ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି। ଅଲ ଜନୌବ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମିଚେଲ୍‌ ଡ୍ୟୁକଙ୍କ ଏକମାତ୍ର ଗୋଲ ବଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ଡ୍ୟୁକ ଏହି ଗୋଲ ସ୍କୋର କରିଥିଲେ। ସେହିପରି ୧୨ ବର୍ଷ ପରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ବିଜୟ ହାସଲ କରିଛି। ଶେଷ ଥର ପାଇଁ ୨୦୧୦ ବିଶ୍ୱକପରେ ଦଳ ସର୍ବିୟା ବିପକ୍ଷରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ନିକଟରୁ ଅଷ୍ଟ୍ରେଲିଆ ୪-୧ରେ ପରାଜିତ ହୋଇଥିଲା। ସେହିପରି ୟୁରୋ ସେମିଫାଇନାଲିଷ୍ଟ ଡେନ୍‌ମାର୍କ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଥିବା ଟ୍ୟୁନିସିଆ ସହିତ ପଏଣ୍ଟ ଭାଗ କରିଥିବା ଏହି ଦଳକୁ ପରାସ୍ତ କରି ଅଷ୍ଟ୍ରେଲିଆ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶନିବାର ଟ୍ୟୁନିସିଆ ୩-୪-୨-୧ ଓ ଅଷ୍ଟ୍ରେଲିଆ ୪-୪-୨ କମ୍ବିନେଶନ ସହିତ ପଡିଆକୁ ଓହ୍ଲାଇଥିଲେ। ଟ୍ୟୁନିସିଆ ଦଳ ମ୍ୟାଚର ୫୮% ସମୟ ବଲକୁ ନିୟନ୍ତ୍ରଣରେ ମଧ୍ୟ ରଖିଥିଲା। ଏପରିକି ଟ୍ୟୁନିସିଆ ଦଳର ୧୪ ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ଅଷ୍ଟ୍ରେଲିଆର ୯ଟି ଶଟ୍‌ ଟାର୍ଗେଟରେ ରହିଥିଲା। ଅଷ୍ଟ୍ରେଲିଆ ଓ ଟ୍ୟୁନିସିଆ ପକ୍ଷରୁ ଯଥାକ୍ରମେ ୧୫ ଓ ୧୬ଟି ଲେଖାଏ ଫାଉଲ୍‌ କରାଯାଇଥିବା ବେଳେ ଟ୍ୟୁନିସିଆକୁ ୩ ୟେଲୋ କାର୍ଡ ମିଳିଥିଲା। ପ୍ରଥମାର୍ଦ୍ଧର ୨୩ ତମ ମିନିଟରେ ହିଁ ମ୍ୟାଚର ଏକମାତ୍ର ଗୋଲ ଦେଖିବାକୁ ମିଳିଥିଲା। ବାମ ପାର୍ଶ୍ୱରୁ କ୍ରେଗ ଗୁଡଓ୍ବିନ୍‌ଙ୍କ ଏକ ଶକ୍ତିଶାଳୀ ଶଟ୍‌କୁ ଅଟକାଇବାକୁ ପ୍ରୟାସ କରିଥିଲେ ଟ୍ୟୁନିସିଆ ଡିଫେଣ୍ଡର। ତେବେ ଶଟ୍‌ଟି ତାଙ୍କ ବୁଟ୍‌ରେ ବାଜି ଉଠି ଯାଇଥିବା ବେଳେ ଏହାକୁ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ ମିଚେଲ୍‌ ଡ୍ୟୁକ୍‌। ଗୋଲ ସ୍କୋର କରିବା ପରେ ଆଙ୍ଗୁଠିରେ ଜେ ଆକୃତିର ମୁଦ୍ରା ସହିତ ସେ ସେଲିବ୍ରେଶନ୍‌ କରିଥିଲେ। ଦର୍ଶକ ଷ୍ଟାଣ୍ଡରେ ଉପସ୍ଥିତ ଥିବା ପୁଅ ଜାକ୍ସନ୍‌ ପାଇଁ ସେ ଏହି ସେଲିବ୍ରେଶନ କରିଥିଲେ। ଷ୍ଟାଡିୟମରେ ଶନିବାର ୪୧,୮୨୩ ଦର୍ଶକ ଉପସ୍ଥିତ ରହିଥିବା ବେଳେ ଏହା ମଧ୍ୟରେ ଅଧିକାଂଶ ଟ୍ୟୁନିସିଆର ଦର୍ଶକ ରହିଥିଲେ। ସେହିପରି ମ୍ୟାଚ ଶେଷ ବେଳକୁ ଟ୍ୟୁନିସିଆର ଫ୍ୟାନ୍‌ମାନେ ଏକ ବଡ ଫ୍ରି ପାଲେଷ୍ଟାଇନ୍‌ ପତାକା ଧରି ଷ୍ଟାଡିୟମରେ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri