Posted inଖେଳ

ଭାରତ ନିୟନ୍ତ୍ରଣରେ ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟ

ମୁମ୍ବାଇ,୨୩ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା ଟେଷ୍ଟକୁ ନିୟନ୍ତ୍ରଣରେ ରଖିଛି ଭାରତ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୩୩ ରନ୍‌ କରିବା ସହିତ ୪୬ ରନ୍‌ରେ ଆଗୁଆ ରହିଛି। ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଏହି ମ୍ୟାଚ୍‌ଟି ବର୍ତ୍ତମାନ ପାଖାପାଖି ଭାରତ ସପକ୍ଷରେ ରହିଛି।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୭ ଉଇକେଟରେ ୩୭୬ ରନରୁ ଖେଳ ଆରମ୍ଭ କରି ଭାରତ ୪୦୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଦୁଇ ଅପରାଜିତ ବ୍ୟାଟର ଦୀପ୍ତି ଶର୍ମା(୭୮) ଓ ପୂଜା ବସ୍ତ୍ରକାର (୪୭) ସଅଳ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୩୯୬ ରନ୍‌ରେ ପୂଜା ପ୍ୟାଭିଲିୟନ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ୮ ଜଣ ବୋଲର ନିୟୋଜିତ ହୋଇଥିବା ବେଳେ ଆଶ୍‌ଲେ ଗାର୍ଡନର ସର୍ବାଧିକ ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିମ୍‌ ଗାର୍ଥ ଓ ଆନାବେଲ ସଦରଲାଣ୍ଡ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୯ ରନ କରିଥିବା ବେଳେ ଭାରତ ୧୮୭ ରନ୍‌ରେ ଆଗୁଆ ରହିଥିଲା।

ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ଦୁଇ ଓପନର ବେଥ୍‌ ମୁନି(୪୯) ଓ ଫିବ୍‌ ଲିଚଫିଲ୍ଡ(୧୮) ପ୍ରଥମ ଉଇକେଟରେ ୪୯ ରନ୍‌ ଯୋଡିଥିଲେ। ମୁନି ରନ୍‌ଆଉଟ ହୋଇଥିବା ବେଳେ ଫିବ୍‌ଙ୍କୁ ବୋଲ୍ଡ କରିଥିଲେ ସ୍ନେହ ରାଣା। ତେବେ ଏଲିସ୍‌ ପେରୀ(୪୫) ଓ ଟାଲିଆ ମ୍ୟାକ୍‌ଗ୍ରା(୭୩) ତୃତୀୟ ଉଇକେଟରେ ୮୪ ରନ୍‌ ଯୋଡିଥିଲେ। ପେରୀ ୯୧ ବଲ୍‌ ଖେଳି ୫ ଚୌକା ସହାୟତାରେ ୪୫ ରନ୍‌ କରିଥିବା ବେଳେ ମ୍ୟାକ୍‌ଗ୍ରା ୧୭୭ ବଲ୍‌ ଖେଳି ୧୦ ଚୌକା ମାରିଥିଲେ। ପେରୀଙ୍କୁ ଆଉଟ କରି ରାଣା ଭାରତକୁ ଦ୍ୱିତୀୟ ସଫଳତା ପ୍ରଦାନ କରିଥିଲେ। ଅଧିନାୟିକା ଏଲିସା ହିଲୀ(୩୨) ଓ ଟାଲିଆ ମ୍ୟାକ୍‌ଗ୍ରା ଚତୁର୍ଥ ଉଇକେଟରେ ୬୬ ରନ୍‌ ଯୋଡିଥିଲେ। ତେବେ ପାର୍ଟ ଟାଇମର ତଥା ଭାରତୀୟ ଅଧିନାୟିକା ହରମନପ୍ରୀତ୍‌ କୌର ଉଭୟଙ୍କୁ ମାତ୍ର ୧୫ ରନ୍‌ ବ୍ୟବଧାନରେ ଆଉଟ କରିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଆନାବେଲ୍‌ ସଦରଲାଣ୍ଡ(୧୨) ଓ ଆସ୍‌ଲେ ଗାର୍ଡନର(୭) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ହରମନପ୍ରୀତ୍‌ କୌର ଓ ସ୍ନେହ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?