Posted inଖେଳ

ରାଗିଗଲେ କୋହଲି: କହିଲେ, ସବୁ ସୀମା ଟପିଗଲା

ମୁମ୍ବାଇ,୧୦।୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ। ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଉପରେ ଦର୍ଶକଙ୍କ ଏଭଳି ମନ୍ତବ୍ୟକୁ ନେଇ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୃଢ ଆପତ୍ତି ଉଠାଇଛନ୍ତି। ସେ ଟୁଇଟରରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। କୋହଲି କହିଛନ୍ତି, ‘ଜାତିଗତ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ବ୍ରାଉଣ୍ଡ୍ରୀ ଲାଇନ୍‌ରେ ଏଭଳି ଆଚରଣ ସମସ୍ତ ସୀମା ଟପିଛି। ପଡ଼ିଆରେ ଏହି ଘଟଣା ଦେଖିବା ଦୁଃଖଦାୟକ। ବିରକ୍ତ କୋହଲି କହିଛନ୍ତି ଯେ, ଏହି ବିଷୟକୁ ଗମ୍ଭୀରତାର ସହ ଦେଖିବା ଆବଶ୍ୟକ ଏବଂ ଏହିପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହି ଘଟଣା ପରେ ହୋଷ୍ଟ ବୋର୍ଡ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ କ୍ଷମା ପ୍ରାର୍ଥନା କରିଛି। ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଅଭିଯୋଗ କରିଛି। ଆଇସିସି ଜାତିଗତ ନିର୍ଯାତନା ଘଟଣାକୁ ନିନ୍ଦା କରିବା ସହ ଆୟୋଜକ ଦେଶର କ୍ରିକେଟ ବୋର୍ଡରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କଠୁ ଦୂରେଇ ରହିବ ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୧୦।୩- ଆସନ୍ତା ଗୁରୁବାର ଧର୍ମଶାଳାଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଭାରତ ଗସ୍ତରେ ଥିବା...

ଲକ୍‌ଡାଉନ୍‌ରେ ପୋଲିସ ୟୁନିଫର୍ମରେ ଇନ୍ଦୁମତୀ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଲକ୍‌ଡାଉନ୍‌ ଯୋଗୁ ଭାରତର ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ଖେଳାଳିମାନେ ଏବେ ଘରେ ସେମାନଙ୍କ ପରିବାର ସହିତ ଦିନ ବିତାଉଛନ୍ତି। ହେଲେ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୧୫୦୦ ମିଟର: ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଚିତ୍ରା ବାଦ୍‌

ଦୋହା, ୩।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୫୦୦ ମିଟର ରେସ୍‌ର ହିଟ୍‌ରେ ଭାରତର ପି.ୟୁ. ଚିତ୍ରା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ...

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ...

ୟୁଏଇ ଗସ୍ତ ପୂର୍ବରୁ ଧାଓ୍ବନଙ୍କ ସହ ଦିଲ୍ଲୀର ସବୁ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ବିଶ୍ୱର...

ମୁମ୍ବାଇରେ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ

ମୁମ୍ବାଇ,୨୧।୯ (ପି.ଟି.): ଦେଶର ସର୍ବବୃହତ୍‌ ଘରୋଇ ଟି୨୦ ଟୁର୍ନାମେଣ୍ଟ ମୁସ୍ତାକ ଅଲୀ ଟ୍ରଫିକୁ ମୁମ୍ବାଇରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ଏ ନେଇ ଭାରତୀୟ...

ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ...

ଆଇପିଏଲ ପୂର୍ବରୁ ଚମକିଲେ ଯଶସ୍ବୀ

ମୁମ୍ବାଇ,୨୪ା୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଯଶସ୍ବୀ ଜୈସ୍ବାଲ ଭଲ ଫର୍ମ ଜାରି ରଖିଛନ୍ତି। ୨.୪ କୋଟି ଟଙ୍କାରେ ବିକ୍ରି...

Advertisement
Archives

Model This Week