Posted inଖେଳ

ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍‌ ପଡ଼ିଲେ ମିଚେଲ ମାର୍ଶ

ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଖେଳାଯିବ। ଏହି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏକାଦଶ ଖେଳିବାକୁ ଘୋଷଣା କରିଛି।

ପଞ୍ଚମ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ବାଦ୍‌ ଦିଆଯାଇଛି। ସେ ଏହି ସିରିଜରେ ଉଭୟ ବଲ ଏବଂ ବ୍ୟାଟ ସହିତ ଫ୍ଲପ ହୋଇଥିଲେ। ଭାରତ ବିପକ୍ଷ ସାମ୍ପ୍ରତିକ ସିରିଜର ୪ଟି ମ୍ୟାଚରେ ସେ ହାରାହାରି ୧୦.୪୩ରେ ୭୩ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ୬ଟି ଇନିଂସରେ ବୋଲିଂ କରି ସେ ମାତ୍ର ୩ ଉଇକେଟ ନେଇଥିଲେ।

୩୧ ବର୍ଷୀୟ ଅଲରାଉଣ୍ଡର ବିୟୁ ଓ୍ବେଷ୍ଟର୍‌ ଅଷ୍ଟ୍ରେଲିଆ ପାଇଁ ପଞ୍ଚମ ଟେଷ୍ଟରେ ଡେବ୍ୟୁ କରିବେ। ସାଢେ ଛଅ ଫୁଟ ଉଚ୍ଚର ଓ୍ବେଷ୍ଟର୍‌ ଏପର୍ଯ୍ୟନ୍ତ ବ୍ୟାଟିଂ ହାରାହାରି ୩୭.୮୩ରେ ୯୩ ପ୍ରଥମ ଶ୍ରେଣୀ ମ୍ୟାଚ ରେ ୫,୨୯୭ ରନ ସଂଗ୍ରହ କରିଛନ୍ତି । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ତାଙ୍କ ନାମରେ ୧୨ ଶତକ ଏବଂ ୨୪ ଅର୍ଦ୍ଧଶତକ ଅଛି। ସେ ତାଙ୍କ ଡାହାଣ ହାତରେ ମଧ୍ୟମ ଗତି ବୋଲିଂ କରି ଏପର୍ଯ୍ୟନ୍ତ ୧୪୮ ଉଇକେଟ ନେଇଛନ୍ତି।
ପଞ୍ଚମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ପ୍ଲେଇଙ୍ଗ-୧୧ ସାମ କନଷ୍ଟାସ, ଉସମାନ ଖ୍ବାଜା, ମାର୍ନସ ଲାବୁସାଗ୍ନେ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ବିଉ ଓ୍ବେଷ୍ଟର୍‌, ଆଲେକ୍ସ କେରି (ଉଇକେଟ କିପର), ପ୍ୟାଟ କମିନ୍ସ (ଅଧିନାୟକ), ନାଥାନ ଲିଅନ, ମିଚେଲ ଷ୍ଟାର୍କ ଏବଂ ସ୍କଟ ବୋଲାଣ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ...

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ...

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ...

ସାକିବଙ୍କୁ ବଡ଼ ଆସ୍ବସ୍ତି

ଢାକା,୨୦ା୩:: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କୁ ସନ୍ଦେହଜନକ ବୋଲିଂ ଆକ୍ସନରୁ ମୁକ୍ତ କରାଯାଇଛି। ସେ ଏବେ ଅନ୍ତର୍ଜାତୀୟ ଦିନିକିଆ ଓ ବିଶ୍ୱର ବିଭିନ୍ନ...

ମାହିଙ୍କୁ ନେଇ ବଡ଼ ବୟାନ ଦେଲେ Zaheer Khan

ନୂଆଦିଲ୍ଲୀ,୨୦।୩: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ IPL-୨୦୨୫ରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପରାମର୍ଶଦାତା। ସେ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଥିଲେ...

ଛାଡ଼ପତ୍ର ହେଉ ହେଉ ଧନଶ୍ରୀଙ୍କୁ ଉପହାସ କଲେ ଚହଲ

ମୁମ୍ବାଇ,୨୦।୩: ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଅଲଗା ହୋଇଯାଇଛନ୍ତି। ଆଜି ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri