Posted inଖେଳ

ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ଲଣ୍ଡନ,୮।୬: ଦି ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଗୁରୁବାର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୪୬୯ କରି ଅଲ୍‌ଆଉଟ ହୋଇଯାଇଛି। ଟ୍ରାଭିସ ହେଡ୍‌ ଏବଂ ଷ୍ଟିଭେନ୍‌ ସ୍ମିଥଙ୍କ ଦମ୍‌ଦାର ଶତକ ବଲରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ସଫଳ ହୋଇଛି। ଟ୍ରାଭିସ ହେଡ୍‌ ୧୬୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଓ ଷ୍ଟିଭେନ୍‌ ସ୍ମିଥ ୧୨୧ ରନ୍‌ କରିଥିଲେ।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଏହା ଭାରତକୁ ଆରମ୍ଭିକ ସୁଫଳ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସି ମାତ୍ର ୨ ରନ୍‌ରେ ପ୍ରଥମ ଉଇକେଟ ହରାଇ ଥିଲା। ୪ର୍ଥ ଓଭରର ତୃତୀୟ ବଲ୍‌ରେ ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ସିରାଜ।

ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲାବୁସେନ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଦ୍ୱିତୀୟ ଉଇକେଟରେ ଦୁହେଁ ୬୯ ରନ୍‌ କରିଥିଲେ। ଓ୍ବାର୍ନର ୪୩ ରନ୍‌ କରି ଆଉଟ ହୋଇଥିଲେ। ଏହାର କିଛି ସମୟ ପରେ ଲାବୁସେନଙ୍କୁ ମହମ୍ମଦ ଶାମି ଆଉଟ କରି କରିଥିଲେ। ଫଳରେ ୭୬ ରନ୍‌ରେ ଅଷ୍ଟ୍ରେଲିଆ ତୃତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା।

ହେଲେ ଷ୍ଟିଭେନ୍‌ ସ୍ମିଥ ଏବଂ ଟ୍ରାଭିସ ହେଡ୍‌ କ୍ରିଜରେ ଯୋଗଦେବା ପରେ ଦଳର ସ୍ଥିତି ବଦଳି ଯାଇଥିଲା। ସ୍ମିଥ ଧର୍ଯ୍ୟର ସହ ଇନିଂସକୁ ଆଗକୁ ନେଇଥିବା ବେଳେ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଭାରତୀୟ ବୋଲରଙ୍କୁ ମୁକାବିଲା କରି ଅଷ୍ଟ୍ରେଲିଆକୁ ଦୃଢ଼ ସ୍ଥିତିକୁ ଆଣିଥିଲେ। ସେ ଟେଷ୍ଟ କ୍ରିକେଟରେ ୬ଷ୍ଠ ଶତକ ପୂରଣ କରିଥିଲେ। ସେହିପରି ଦ୍ୱିତିୟ ଦିନ ଖେଳ ଆରମ୍ଭ କରିଥିଲେ ହେଡ୍‌ ଏବଂ ସ୍ମିଥ। ୯୧ ଓଭରରେ ହେଡ୍‌ ୧୬୩ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ୯୮ ଓଭରରେ ସ୍କିଥ ୧୨୧ ରନ୍‌ କରି ଆଉଟ ହୋଇଥିଲେ। ପରେ ଦଳର ଲଗାତର ଉଇକେଟ ପତନ ହୋଇଥିଲା। କ୍ୟାମରନ୍‌ ଗ୍ରୀନ ୬ ରନ୍‌ କରିଥିବା ବେଳେ ମିଚେଲ ଷ୍ଟାର୍କ ୫ ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ଆଲେକ୍ସ କେରି ୪୮ ରନ୍‌ କରିଥିବା ବେଳେ ଓ ଅଧିନାୟକ ପ୍ୟାଟ୍‌ କମିନ୍ସ ୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ନାଥର ଲିଅନ୍‌ ୯ରନ୍‌ କରିଥିବା ବେଳେ ସ୍କଟ୍‌ ବୋଲାଣ୍ଡ ୧ ରନ୍‌ କରି ନଟ୍‌ ଆଉଟ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୪୬୯ ରନ୍‌ କରିବାରେ ସକ୍ଷମ ହୋଇଛି।

ଭାରତର ମହମ୍ମଦ ସିରାଜ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ସହମ୍ମଦ ସାମି ଏବଂ ଶାଦ୍ଦୁଲ ଠାକୁର ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ରବିନ୍ଦ୍ର ଜଡେଜା ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri