ଅଷ୍ଟ୍ରେଲିଆରେ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ, ନଜର ଆସିଲେ ଏଚ୍‌ଆଇଭି ସଂକ୍ରମିତ

ମେଲବୋର୍ନ,୧୧ ।୧୨: ଅଷ୍ଟ୍ରେଲିଆରେ କରୋନା ମହାମାରୀକୁ ରୋକିବାକୁ ବିକଶିତ କରାଯାଇଥିବା ଏକ ଟିକାର କ୍ଲିନିକାଲ ଟ୍ରାଏଲକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି ଟିକା ଦେବା ପରେ ଅଂଶଗ୍ରହଣକାରୀ ପରେ ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ଦେଖାଯିବାରୁ ଏହାକୁ ବନ୍ଦ କରି ଦିଆଯାଇଥିବା କୁହାଯାଉଛି । ହେଲେ ବାସ୍ତବରେ ସେ ଏଚ୍‌ଆଇଭିରେ ସଂକ୍ରମିତ ନ ଥିଲେ । କ୍ୱିନସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଓ ବାୟୋଟେକ କମ୍ପାନୀ ସିଏସ୍‌ଏଲ ଦ୍ୱାରା ବିକଶିତ କରାଯାଇଥିବା କୋଭିଡ-୧୯ ଟିକାର ପ୍ରସ୍ତୁତିକୁ ବନ୍ଦ କରି ଦିଆଯାଇଛି । ସିଏସ୍‌ଏଲ ଅଷ୍ଟ୍ରେଲିଆ ଶେୟାର ବଜାରକୁ ଏହି ସମ୍ପର୍କରେ ସୂଚନା ଦେବା ସହ ଏହାର ପ୍ରସ୍ତୁତିକୁ ବନ୍ଦ କରି ଦେଇଥିବା କହିଛି । ତେବେ କମ୍ପାନୀ କହିଛି ଏହି ଟିକା ପ୍ରାୟ ୨୧୬ ଜଣଙ୍କୁ ଦିଆଯାଇଥିବା ବେଳେ ଏହାର କୌଣସି ପତିକୂଳ ପ୍ରଭାବ ଦେଖାଯାଇ ନାହିଁ କହିଲେ ଚଳେ । ଆହୁରି ମଧ୍ୟ କୁହାଯାଇଛି ଆଣ୍ଟିବଡି କାରଣରୁ ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟରେ ଏଚ୍‌ଆଇଭି ସଂକ୍ରମଣର ଭୁଲ ତଥ୍ୟ ଆସିଛି । ପ୍ରଧାନମନ୍ତ୍ରୀ ସ୍କଟ ମରିଶନ କହିଛନ୍ତି ଏହାଦ୍ୱାରା ସ୍ପଷ୍ଟ ହୋଇଛି ଯେ ଅଷ୍ଟେଲିଆ ତରବର ହୋଇ କୌଣସି ପଦକ୍ଷେପ ନିଏ ନାହିଁ । ବରଂ ବୁଝିସୁଝି ଆମକୁ ଚାଲିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ...

ପରମାଣୁ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଆକ୍ରମଣ

କ୍ୱିଭ୍‌,୪।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରଖିବାବେଳେ ଶୁକ୍ରବାର ୟୁକ୍ରେନର ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ...

ବିମାନ କ୍ୟାବିନ୍‌ରେ ହଠାତ୍‌ ଧୂଆଁମୟ ହେବାରୁ ଭୟଭୀତ ହୋଇଗଲେ ଯାତ୍ରୀ

ମାଡ୍ରିଡ,୬।୮: ବ୍ରିଟ୍ରିଶ ଏୟାରଓ୍ବେଜ୍‌ର ଏକ ବିମାନ ଲଣ୍ଡନରୁ ସ୍ପେନ ଯାଉଥିବା ବେଳେ ଇଞ୍ଜିନରେ ନିଅଁ। ଲାଗିବାରୁ ବିମାନ ଭିତରେ ହଠାତ୍‌ ଧୂଆଁମୟ ହୋଇଯାଇଥିଲା। ଏହାପରେ ସ୍ପେନର...

ଡ୍ରୋନ ଆକ୍ରମଣ ପରେ ଅନ୍ଧାରରେ ବୁଡ଼ିଲା ୟୁକେନର ଓଡେସା ସହର, କାଠ ମୂଲ୍ୟ ଆକାଶ ଛୁଆଁ…

କ୍ୱିଭ,୧୧।୧୨ : ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ ଉପରେ ରୁଷିାର ଡ୍ରୋନ ଆକ୍ରମଣ ପରେ ୟୁକ୍ରେନର ଅନେକ ସହର ଅନ୍ଧକାରରେ ବୁଡ଼ିଯାଇଛି। କିନ୍ତୁ ଏହି ସହରଗୁଡିକ ମଧ୍ୟରୁ...

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪...

ସୁଖମୟ ଭବିଷ୍ୟତ ଆଶା ମଉଳି ଯାଉଛି : ଆମେରିକା ନୂଆ ପିଢ଼ି ନିରାଶ…

ଓ୍ବାଶିଂଟନ,୨୫।୩ : ଆମେରିକୀୟମାନଙ୍କ ମଧ୍ୟରେ ଆଗାମୀ ପିଢ଼ିଙ୍କି ପାଇଁ ଏକ ସୁଖମୟ ଉନ୍ନତ ଜୀବନର ଆଶା ଦ୍ରୁତ ଗତିରେ କମିବାରେ ଲାଗିଛି । ବହୁ ସଂଖ୍ୟକ...

ୟୁକ୍ରେନକୁ ସହାୟତା କରିବ ଆମେରିକା

ଓ୍ବାଶିଂଟନ,୨୬ା୧: ରୁଷିଆ-ୟୁକ୍ରେନ ବିବାଦ ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଉଛି। ରୁଷିଆର ମୁକାବିଲା ଲାଗି ଯୁଦ୍ଧଜାହାଜ ଓ ଲଢୁଆ ବିମାନ ପଠାଇଛି ନାଟୋ। ସେପଟେ...

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…

ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ...

Advertisement
Archives

Model This Week