Odisha Elections 2024
Posted inଖେଳ

ଭାରତ ବିପକ୍ଷ ଟି -୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ମାଥ୍ୟୁ ୱେଡଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ସିଡ଼ନୀ,୨୮।୧୦: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜ ଦଳ ଘୋଷଣା କରିଛି। ଭାରତ ବିପକ୍ଷ ଟି -୨୦ ସିରିଜରେ ପ୍ୟାଟ କମିନ୍ସ, ମିଚେଲ ମାର୍ଶ ଏବଂ ଜୋଶ ହେଜଲଉଡଙ୍କୁ ବିଶ୍ରାମ ଦିଆଯାଇଛି। ଡେଭିଡ ୱାର୍ନର ଏବଂ ଷ୍ଟିଭ ସ୍ମିଥ ଟି -୨୦ ଦଳକୁ ଫେରିଛନ୍ତି।

କମିନ୍ସ, ମାର୍ଶ ଏବଂ ହେଜଲଉଡଙ୍କ ବ୍ୟତୀତ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଏବଂ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଭାରତ ବିପକ୍ଷ ଟି -୨୦ ସିରିଜରେ ବିଶ୍ରାମ ନେଇଛନ୍ତି। ଯେହେତୁ ସ୍ପିନ ଅଲରାଉଣ୍ଡର ଆଷ୍ଟନ ଏଗର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନୁହଁନ୍ତି ଏବଂ ଚୟନ ପାଇଁ ଉପଲବ୍ଧ ନ ଥିଲେ।

ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ କଙ୍ଗାରୁ ଦଳର ଅଧିନାୟକ ହେବେ। ଏହି ସିରିଜ ଟି -୨୦ ଦଳକୁ ଡେଭିଡ ୱାର୍ନର ଏବଂ ଷ୍ଟିଭ ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଏହା ବ୍ୟତୀତ ଟ୍ରାଭିସ ହେଡ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ ଏବଂ ଟିମ ଡେଭିଡ ମଧ୍ୟ ଏହି ସିରିଜରେ ଅଷ୍ଟ୍ରେଲିୟ ଦଳର ଅଂଶ ହେବେ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିୟ ଦଳ – ମାଥ୍ୟୁ ୱେଡ (ଅଧିନାୟକ), ଜେସନ ବେହରନଡାଫର୍ର୍, ସିନ ଆବଟ୍ଟ, ଟିମ ଡେଭିଡ, ନାଥନ ଏଲିସ, ଟ୍ରାଭିସ ହେଡ, ଜୋସ ଇଂଲିସ (ଉଇକେଟ୍‌ କିପର), ସ୍ପେନ୍ସର ଜନସନ, ଗ୍ଲେନ ମ୍ୟାକ୍ସୱେଲ, ତନବୀର ସାଂଘା, ମ୍ୟାଟ ସାର୍ଟ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର ଏବଂ ଏଡମ ଜମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

କୋହଲିଙ୍କ ପାଇଁ ଏମିତି କହିଦେଲେ ବିଶ୍ୱର ସବୁଠୁ ଦ୍ରୁତତମ ଧାବକ

ନୂଆଦିଲ୍ଲୀ,୧୬।୫: ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବ। ଏଥି ସହିତ ବିଶ୍ୱ ପ୍ରସିଦ୍ଧ...

ଚାହିଁଲେ ବି ପୁଣି ଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରିବେ ନାହିଁ ରବି ଶାସ୍ତ୍ରୀ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।୫: ଟି୨୦ ବିଶ୍ୱକପ୍‌ ୨୦୨୪ ଶେଷ ହେବା ପରେ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବ। କାରଣ ଜୁନ୍‌ ୨୯ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌...

ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିବେ ଧାଓ୍ବନ୍‌, କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ୍‌ ଆସନ୍ତା ୨୦ରେ ନୂଆ ଚାଟ୍‌ ଶୋ’ ସହ ହୋଷ୍ଟ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନା ରହିଛି...

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri